କଂଗ୍ରେସ ଭବନରେ ସ୍ୱାଧୀନତା ଦିବସ ସମାରୋହ
ଭୁବନେଶ୍ୱର,୧୫ ଅଗଷ୍ଟ (ହି.ସ.) - ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନଠାରେ ଶୁକ୍ରବାର ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । କଂଗ୍ରେସ ସେବାଦଳ ପକ୍ଷରୁ ଏହି ଭବ୍ୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଏବଂ ଏହାକୁ ପରିଚାଳନା କରିଥିଲେ ରାଜ୍ୟ ସେବାଦଳ ଅଧ୍ୟକ୍ଷ
କଂଗ୍ରେସ ଭବନରେ ସ୍ୱାଧୀନତା ଦିବସ ସମାରୋହ


ଭୁବନେଶ୍ୱର,୧୫ ଅଗଷ୍ଟ (ହି.ସ.) - ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନଠାରେ ଶୁକ୍ରବାର ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି ।

କଂଗ୍ରେସ ସେବାଦଳ ପକ୍ଷରୁ ଏହି ଭବ୍ୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଏବଂ ଏହାକୁ ପରିଚାଳନା କରିଥିଲେ ରାଜ୍ୟ ସେବାଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିସିସି ସଭାପତି ଭକ୍ତ ଚରଣ ଦାସ ଜାତୀୟ ପତାକା ଉତୋଳନ କରି ଉପସ୍ଥିତ ଥିବା ସମସ୍ତ କଂଗ୍ରେସ ନେତୃବୃନ୍ଦ, କର୍ମକର୍ତା ଏବଂ ସାଧାରଣ ଜନତାଙ୍କୁ ଉଦବୋଧନ ଦେଇଥିଲେ ।

ତାଙ୍କ ଅଭିଭାଷଣରେ ପିସିସି ସଭାପତି ଶ୍ରୀ ଦାସ କହିଥିଲେ, ଦେଶର ସ୍ୱାଧୀନତା ପାଇଁ ଆମ ପୂର୍ବପୁରୁଷ କେତେ ଯେ ବଳିଦାନ କରିଛନ୍ତି, ଶହୀଦ ହୋଇଛନ୍ତି ତାହା ଅବର୍ଣ୍ଣନୀୟ । ଏହି ସଂଗ୍ରାମରେ ମହାତ୍ମା ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ପଣ୍ଡିତ ନେହେରୁ, ସର୍ଦାର ପଟେଲ ଏବଂ ବହୁ ପୂଜନୀୟ ନେତୃ ସ୍ଥାନୀୟ ସଂଗ୍ରାମୀଙ୍କ ତ୍ୟାଗ ନିହିତ ଅଛି। ଏଥି ସହିତ ଆଦିବାସୀ, ଦଳିତ ମଧ୍ୟ ସ୍ୱାଧୀନତା ପାଇଁ ବହୁ ତ୍ୟାଗ କରିଛନ୍ତି ତଥା ଶହୀଦ ହୋଇଛନ୍ତି ଓ ଇଂରେଜର ଅମାନୁଷିକ ଅତ୍ୟାଚାରର ଶିକାର ହୋଇଛନ୍ତି, ଯାହା ଆଜି ଇତିହାସ ପୃଷ୍ଠାରେ ନାହିଁ । ଆଜି ଆମ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ମନେ ପକାଇବାର ଦିନ। ଆଜି ଭାରତ ବର୍ଷରେ ଗଣତାନ୍ତ୍ରିକ ବ୍ୟବସ୍ଥା ଭୁଶୁଡି ପଡିଛି। ସମସ୍ତ ଗଣତାନ୍ତ୍ରିକ ଅନୁଷ୍ଠାନ ଆଜି ସ୍ୱେଛାଚାରର ଶିକାର। ସମସ୍ତ ଶାସକୀୟ ଅନୁଷ୍ଠାନ ସରକାରଙ୍କ ହାତବାରିସୀ ସାଜି ଗଣତନ୍ତ୍ରର ମୂଲ୍ୟବୋଧକୁ କ୍ଷତ ବିକ୍ଷତ କରି ଦେଇଛନ୍ତି। ସେନାବାହିନୀ ଯାହାକୁ ଦେଶର ସମସ୍ତ ଜନତା ହୃଦୟରୁ ସମ୍ମାନ କରନ୍ତି, ସେଇ ସେନାବାହିନୀ ନାମରେ ସରକାରୀ ଦଳ ନିଜ ରାଜନୈତିକ ଅଭିସନ୍ଧି ହାସଲ କରିବାକୁ ଚେଷ୍ଟା କରୁଛି। ଏପରିକି ସ୍ୱୟଂଶାସିତ ନିର୍ବାଚନ ଆୟୋଗ ମଧ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ହୋଇ ନିର୍ବାଚନରେ ଜିତିବା ପାଇଁ ସହାୟତା କରୁଛି, ଯାହା ଲୋକସଭା ବିରୋଧୀ ଦଳ ନେତା ତଥ୍ୟ ପ୍ରମାଣ ସହ ଦେଶବାସୀଙ୍କ ଆଗରେ ଆୟୋଗ କିଭଳି ଭୋଟ ଚୋରୀ କରୁଛନ୍ତି, ତାହା ପ୍ରମାଣିତ କରିଛନ୍ତି । ଏହା ଠାରୁ ବଳି ଜଘନ୍ୟ ଅପରାଧ କଣ ହୋଇପାରେ ବୋଲି ସଭାପତି ଶ୍ରୀ ଦାସ ପ୍ରଶ୍ନ ପଚାରିଛନ୍ତି । ପ୍ରଦେଶର ସମସ୍ତ କଂଗ୍ରେସ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦେଇ କହିଲେ ଯେ ଆମେ ସେଇ ମହାନ କଂଗ୍ରେସ ଦଳର କର୍ମୀ ଯେଉଁ ଦଳ ନିଜ ଅକ୍ଲାନ୍ତ ପରିଶ୍ରମ ଓ ତ୍ୟାଗ ଦ୍ୱାରା ବ୍ରିଟିଶକୁ ବିତାଡିତ କରି ଦେଶକୁ ସ୍ୱାଧୀନ କରିଥିଲା । ଆଜି ରାହୁଳ ଗାନ୍ଧୀଙ୍କ ନେତୃତ୍ୱରେ ପୁଣି ଥରେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ଦେଶକୁ ସ୍ୱେଛାଚାରୀ ଓ ପୁଞ୍ଜିପତିଙ୍କ କବଳରୁ ସ୍ୱାଧୀନ କରିବାକୁ ପଡ଼ିବ । ଜଙ୍ଗଲ, ଜମି ଏବଂ ଆଦିବାସୀଙ୍କୁ ଦଳି ଚକଟି ଆମ ରାଜ୍ୟର ଦୁର୍ମୁଲ୍ୟ ଖଣି ଖାଦାନକୁ ପୁଞ୍ଜିପତିଙ୍କ ହାତରେ ସରକାର ଟେକି ଦେଉଛି । ତାହାକୁ ମୁକ୍ତ କରିବାର ଘୋର ଆବଶ୍ୟକତା ରହିଛି । ନ ହେଲେ ପୁଣି ଆମେ ଦାସତ୍ୱ ଜୀବନ କାଟିବାକୁ ବାଧ୍ୟ ହେବା । କଂଗ୍ରେସର ମୂଳ ମନ୍ତ୍ର ଅହିଂସା, ଗଣତନ୍ତ୍ର ଏବଂ ସ୍ୱାଧୀନତା । ଦେଶରେ କଂଗ୍ରେସ ଥିବା ଯାଏ ଏହାକୁ ଧ୍ୱଂସ ହେବାକୁ କଦାପି ଦେବା ନାହିଁ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande