ଭୁବନେଶ୍ୱର, 15 ଅଗଷ୍ଟ (ହି.ସ.)- ସ୍ଵାଧୀନତା ଦିବସ ମଞ୍ଚରୁ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ବୟାନ ଦୁର୍ଭାଗ୍ୟଜନକ
ବୋଲି ବିଜେଡିର ବରିଷ୍ଠ ଉପସଭାପତି ଦେବୀ ମିଶ୍ର କହିଛନ୍ତି । ସେ କହିଛନ୍ତି ଯେ, ଆଜି
ସ୍ୱାଧୀନତା ଦିବସରେ ରାଜନୀତିରୁ ଉର୍ଦ୍ଧ୍ବରେ ରହି ଦେଶର ସାର୍ବଭୌମତ୍ବ ଓ ରାଜ୍ୟର ବିକାଶର କଥା
କହିବା ଉଚିତ। ଯଦି ପୂର୍ବ ସରକାର ଇଭେଣ୍ଟ ମ୍ୟାନେଜମେଣ୍ଟ କରୁଥାନ୍ତେ ତାହାଲେ, ନୀତି ଆୟୋଗଠାରୁ ଆରମ୍ଭ କରି ଏନଡ଼ିଏ ଓ ଉପା ସରକାର ମଧ୍ୟ ବିକାଶକୁ କେମିତି ସ୍ୱୀକାର କରିଛନ୍ତି।
ସାମାଜିକ କ୍ଷେତ୍ରଠାରୁ ଆରମ୍ଭ କରି
ମୁଣ୍ଡପିଛା ଆୟ ବଢ଼ାଇବା, ଋଣ ଭାର କମ କରିବା, ଦୃଢ ଆର୍ଥିକ ସଶକ୍ତ ଓଡ଼ିଶା ଏକ ମୁହୂର୍ଶ ସ୍ଥିତିରୁ ବିକାଶକୁ ଆଗକୁ
ଆଣିବାକୁ ଏନଡ଼ିଏ ସରକାର ମଧ୍ୟ ପ୍ରଶଂସା କରିଛନ୍ତି। ପୁରସ୍କାର ଦେଇଛନ୍ତି। ଆଇନ ଶୃଙ୍ଖଳା
ସ୍ଥିତି ମଜବୁତ ଥିବାରୁ ଶିଳ୍ପ ଭିତ୍ତିଭୂମି ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ସ୍ୱାଧୀନତା ଦିବସ
ମଞ୍ଚରୁ ଏପରି କହିବା ଦୁର୍ଭାଗ୍ୟ ଜନକ। ରାଜ୍ୟ ସାରା ଲୋକ ଅନୁଭବ କରୁଛନ୍ତି ରାଜ୍ୟରେ ନାରୀ
ନିର୍ଯ୍ୟାତନା କଣ ହେଉଛି। ଯିଏ କ୍ରିମିନାଲ ଆକ୍ଟିଭିଟିରେ ଥିବେ ସେ ବନ୍ଧା ହେବେ। ସମସ୍ତଙ୍କୁ
ଧରନ୍ତୁ। ଏହା ତାଙ୍କ ସରକାରର ଦାୟିତ୍ୱ ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା