ଭୁବନେଶ୍ୱର, 15 ଅଗଷ୍ଟ (ହି.ସ.)- କୋଟିଆ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଯୋଜନା ପ୍ରସଙ୍ଗରେ
ପ୍ରତିକ୍ରିୟା ରହିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । କହିଲେ, କୋଟିଆ ଅଞ୍ଚଳର ବିକାଶ ପାଇଁ ସରକାର ବ୍ୟାପକ ଯୋଜନା କରିଛନ୍ତି ।
ରଥଯାତ୍ରା ସମୟରେ ସ୍ଥାନୀୟ ଅଞ୍ଚଳର 90 ଭାଗ ଲୋକ ଦେଇଥିଲେ ।
ସୁଭଦ୍ରା ଯୋଜନାରେ ପାଖାପାଖି 2 ହଜାର ମହିଳା ସାମିଲ ହୋଇଛନ୍ତି । କୋଟିଆ ବାସୀ ସରକାରଙ୍କ ସବୁ
ଯୋଜନାରେ ସାମିଲ ହେବା ସହ ଓଡ଼ିଶା ସହ ଥିବା ନେଇ ବାର୍ତ୍ତା ଦେଉଛନ୍ତି । ତେଣୁ ପୂର୍ବରୁ
ହେଉଥିବା ମିଥ୍ୟା ଅପପ୍ରଚାର କଥା ଲୋକ ଜାଣି ସାରିଲେଣି ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା