ଗଞ୍ଜାମ,୧୫ ଅଗଷ୍ଟ (ହି.ସ.) ପିତ୍ତଳ ନୂତନ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରରେ ୭୯ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଫାର୍ମାସି ଅଧିକାରୀ ବସନ୍ତ କୁମାର ସୁବୁଦ୍ଧି ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ। ଉତ୍ସବରେ ଡାକ୍ତର ମାନସ ରଞ୍ଜନ ବିଶୋଇ, ଆୟୁଷ ଡ଼ାକ୍ତର ଦେବାଶିଷ ଶତପଥୀ, ଡାକ୍ତର ହୃଷିକେଶ ମହାନ୍ତି ଉଦବୋଧନ ଦେଇଥିଲେ। ଉକ୍ତ ଉତ୍ସବରେ ଏଲଟି ପ୍ରତିଜ୍ଞା ସାହୁ,ପଞ୍ଚାନନ ଗୈାଡ, ରୋହିତ ନାୟକ,ଦୟାନିଧି ସାହୁ,ବିକ୍ରମ ପ୍ରଧାନ, ତପନ ପାଣିଗ୍ରାହୀ, ଓ ସ୍ଥାନୀୟ ବହୁ ଲୋକ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ