ଅଣରାଜସ୍ୱ କାମ ବନ୍ଦ ସହ ଯଥୋଚିତ କର୍ମଚାରୀ ଓ ଭିତିଭୂମି ସୁଦୃଢ ପାଇଁ ଦାବୀ
ଚମ୍ପୁଆ,୧୬ ଅଗଷ୍ଟ (ହି.ସ.) - ଅଣରାଜସ୍ୱ କାମ ବନ୍ଦ ସହ ଯଥୋଚିତ କର୍ମଚାରୀ ଓ ଭିତିଭୂମି ସୁଦୃଢ ପାଇଁ ଦାବୀ କରି ଓଡ଼ିଶା ରାଜ୍ୟ ରେଭେନ୍ୟୁ ଫିଲ୍ଡ ଅଫିସର ଆସୋସିଏସନ ର ଡାକରା ରେ ଚମ୍ପୁଆ ତହସିଲ ଅନ୍ତର୍ଗତ ସମସ୍ତ ସର୍କଲ ର ରାଜସ୍ୱ ନିରକ୍ଷକ ସଂଘ ପକ୍ଷ ରୁ ରାଜ୍ୟ ସରକାର ଙ୍କ ଉଦ୍ଦେଶ୍ୟ ରେ ଏକ ଦାବି ପତ୍ର
ଅଣରାଜସ୍ୱ କାମ ବନ୍ଦ ସହ ଯଥୋଚିତ କର୍ମଚାରୀ ଓ ଭିତିଭୂମି ସୁଦୃଢ ପାଇଁ ଦାବୀ


ଚମ୍ପୁଆ,୧୬ ଅଗଷ୍ଟ (ହି.ସ.) - ଅଣରାଜସ୍ୱ କାମ ବନ୍ଦ ସହ ଯଥୋଚିତ କର୍ମଚାରୀ ଓ ଭିତିଭୂମି ସୁଦୃଢ ପାଇଁ ଦାବୀ କରି ଓଡ଼ିଶା ରାଜ୍ୟ ରେଭେନ୍ୟୁ ଫିଲ୍ଡ ଅଫିସର ଆସୋସିଏସନ ର ଡାକରା ରେ ଚମ୍ପୁଆ ତହସିଲ ଅନ୍ତର୍ଗତ ସମସ୍ତ ସର୍କଲ ର ରାଜସ୍ୱ ନିରକ୍ଷକ ସଂଘ ପକ୍ଷ ରୁ ରାଜ୍ୟ ସରକାର ଙ୍କ ଉଦ୍ଦେଶ୍ୟ ରେ ଏକ ଦାବି ପତ୍ର ତହସିଲଦାର ସଜ୍ଜତ ମାର୍କି ଙ୍କୁ ପ୍ରଦାନ କରାଯାଇଛି । ସଂଘ ର ଦାବୀ ଅନୁସାରେ ଆବଶ୍ୟକ କର୍ମଚାରୀ ସହିତ ଭିତିଭୂମି ର ଅଭାବ ସତ୍ୱେ ରାଜସ୍ୱ ନିରକ୍ଷକ ମାନଙ୍କୁ ଦିଆଯାଉଛି ଅଣ ରାଜସ୍ୱ କାମ । ଅତ୍ୟଧିକ କାର୍ଯ୍ୟଚାପ ଯୋଗୁଁ ଲୋକଙ୍କ କାର୍ଯ୍ୟ ସଠିକ ଭାବେ କରି ପାରୁ ନାହାଁନ୍ତି ରାଜସ୍ୱ କର୍ମଚାରୀ ।ରାଜ୍ୟରେ ରାଜସ୍ୱ କର୍ମଚାରୀ ଆବଶ୍ୟକ ଠାରୁ ଢେର କମ ରହିଥିବାବେଳେ ତାଙ୍କୁ ଅଣ ରାଜସ୍ୱ କାର୍ଯ୍ୟରେ ନିୟୋଜିତ କରାଯାଉଥିବାରୁ ଆମାନବିକ କାର୍ଯ୍ୟ ପରିସ୍ଥିତି ତଥା ମାତ୍ରାଧିକ କାର୍ଯ୍ୟଚାପ , ଅଣରାଜସ୍ୱ କାମ ବନ୍ଦ ବାବଦରେ ରାଜ୍ୟ ସରକାରଙ୍କ ୧୦ / ୧/୨୫ରିଖ ର ନିର୍ଦ୍ଦେଶ ର କଡା କାର୍ଯ୍ୟକରଣ ,ଯଥୋଚିତ କର୍ମଚାରୀ ଓ ଭିତିଭୂମି ଯୋଗାଇଦେବା, ସମୟ ମତେ ଯାତାୟତ ଭତା ପ୍ରଦାନ, ଭଲ ଉଦ୍ଦେଶ୍ୟରେ କରାଯାଇଥିବା କାମ ଗୁଡିକର ଆଇନଗତ ସୁରକ୍ଷା, ରାଜସ୍ୱ ସହାୟକ ନିଯୁକ୍ତି ଆଦି ଦାବିରେ ଆଜି ଚମ୍ପୁଆ ତହସିଲ ଅନ୍ତର୍ଗତ ୭ ଗୋଟି ଆରଆଇ ସର୍କଲ ସମସ୍ତ ଆରଆଇ ତଥା ଏଆରଆଇ ଜିଲ୍ଲା ସଂଘ ସମ୍ପାଦକ ତଥା ଚିମିଳା ଆରଆଇ ସାର୍ଥକ ସାରଥୀ ବାରିକ ଙ୍କ ନେତୃତ୍ୱ ରେ ଚମ୍ପୁଆ ତହସିଲଦାର ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଚମ୍ପୁଆ ଆରଆଇ ସମ୍ପଦ ପ୍ରଧାନ, କରଞ୍ଜିଆ ଆରଆଇ ଚିନ୍ମୟ ମହାନ୍ତ, ଇନଚର୍ଯ୍ୟ ଦାୟିତ୍ୱ ରେ ଥିବା ଭଣ୍ଡା ଆରଆଇ ଅଲେଖ ଚନ୍ଦ୍ର ମାଝି, ଜ୍ୟୋତିପୁର ଆରଆଇ ଦେବାଶିଷ ମହାକୁଡ, ରିମୁଳି ଆରଆଇ ରାମେଶ୍ୱର ମାରାଣ୍ଡି ଓ ଭୂଇଁପୁର ଆରଆଇ ସସ୍ମିତା ମାଝି ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande