ବୈଜାମୁଣ୍ଡା ସ୍ଥିତ ସମନ୍ୱୟ ଭିତିଭୂମି କେନ୍ଦ୍ରଠାରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ
ସମ୍ବଲପୁର, ୧୬ ଅଗଷ୍ଟ (ହି.ସ.) - ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଅନୁମୋଦନ କ୍ରମେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ସମ୍ବଲପୁର ଜିଲ୍ଲା ବୈଜାମୁଣ୍ଡା ସ୍ଥିତ ସମନ୍ୱୟ ଭିତିଭୂମି କେନ୍ଦ୍ରଠାରେ ଦେଶର ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ସମନ୍ୱୟ ଭିତିଭ
ବୈଜାମୁଣ୍ଡା ସ୍ଥିତ ସମନ୍ଵୟ ଭିତ୍ତିଭୂମି କେନ୍ଦ୍ରଠାରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ  ସ୍ଵାଧୀନତା ଦିବସ ପାଳିତ


ବୈଜାମୁଣ୍ଡା ସ୍ଥିତ ସମନ୍ଵୟ ଭିତ୍ତିଭୂମି କେନ୍ଦ୍ରଠାରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ  ସ୍ଵାଧୀନତା ଦିବସ ପାଳିତ


ବୈଜାମୁଣ୍ଡା ସ୍ଥିତ ସମନ୍ଵୟ ଭିତ୍ତିଭୂମି କେନ୍ଦ୍ରଠାରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ  ସ୍ଵାଧୀନତା ଦିବସ ପାଳିତ


ସମ୍ବଲପୁର, ୧୬ ଅଗଷ୍ଟ (ହି.ସ.) - ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଅନୁମୋଦନ କ୍ରମେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ସମ୍ବଲପୁର ଜିଲ୍ଲା ବୈଜାମୁଣ୍ଡା ସ୍ଥିତ ସମନ୍ୱୟ ଭିତିଭୂମି କେନ୍ଦ୍ରଠାରେ ଦେଶର ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ସମନ୍ୱୟ ଭିତିଭୂମି କେନ୍ଦ୍ରରେ ଥିବା ଛାତ୍ରଛାତ୍ରୀମାନେ ସକାଳ ୭.୩୦ରେ ବୈଜାମୁଣ୍ଡା ଗାଁ ଭିତରେ ପ୍ରଭାତଫେରି ସାରି ୮:୩୦ରେ ଏହି କେନ୍ଦ୍ରର ପଡିଆଠାରେ ଏକତ୍ରିତ ହୋଇଥିଲେ । ଚେତାବନୀ ବଡାୟିକ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ମୁଖ୍ୟ ଅତିଥି ଭାବରେ ଯୋଗଦାନ ଦେଇ ଜାତୀୟ ପତାକା ଉତୋଳନ କରିଥିଲେ ଓ କାର୍ଯ୍ୟକ୍ରମକୁ ଆଗକୁ ବଢାଇଥିଲେ । ସେଠାରେ ଥିବା ଅନ୍ୟ ପ୍ରମୁଖ ସଦସ୍ୟବୃନ୍ଦ ମାନଙ୍କ ମଧ୍ୟରେ ଆଲ୍ଲାଦିନୀ ମାଝୀ, ଆଶା କର୍ମୀ, ମାନସି ପଣ୍ଡା, ଅଙ୍ଗନବାଡି କର୍ମୀ, ମୂକଓବଧିର ସ୍ୱତନ୍ତ୍ର ବିଦ୍ୟାଳୟ ଓ ମାନସିକ ସ୍ୱତନ୍ତ୍ର ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ଓ ଅନ୍ୟ ସହାୟକ କର୍ମୀ ଏବଂ ମାନସିକ ଥଇଥାନ ଗୃହର କର୍ମଚାରୀମାନେ ଉପସ୍ଥିତ ଥିଲେ । ପତାକା ଉତୋଳନ ପରେ ସମସ୍ତେ ଜାତୀୟ ସଙ୍ଗୀତ ଗାନ କରିଥିଲେ ଓ ମୂକଓବଧିର ଛାତ୍ରଛାତ୍ରୀମାନେ ସାଙ୍କେତିକ ଭାଷା ମାଧ୍ୟମରେ ଏହା ପ୍ରକାଶ କରିଥିଲେ । ଏହାପରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଉକ୍ତ ସମାବେଶକୁ ସମ୍ବୋଧିତ କରି ସ୍ୱାଧୀନତା ଦିବସର ମହତ୍ୱ, ସ୍ୱାଧୀନତା ସଂଗ୍ରାମୀମାନଙ୍କ ଦ୍ୱାରା ଦିଆଯାଇଥିବା ବଳିଦାନ ଉପରେ ଭାଷଣ ଦେଇଥିଲେ । ପତାକା ଉତୋଳନ ସମାରୋହ ପରେ ସମସ୍ତଙ୍କୁ ମିଷ୍ଟାନ୍ନ ବଂଟନ କରାଯାଇଥିଲା। ବିଭାଗ ଦ୍ୱାରା ଅଗଷ୍ଟ ୧୨ ତାରିଖରେ ମୂକ ଓ ବଧିର ଓ ବୌଧିକ ଅକ୍ଷମ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ହୋଇଥିବା ହସ୍ତଲିଖନ ଓ ଚିତ୍ରାଙ୍କନ ପ୍ରତିଯୋଗୀତାର ସମସ୍ତ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଅପରାହ୍ନରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କେନ୍ଦ୍ର ପରିଦର୍ଶନ କରି ସମସ୍ତ ଅନ୍ତେବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande