ଭୁବନ, ୧୬ ଅଗଷ୍ଟ(ହି.ସ.) – ଭୁବନ ବିଜ୍ଞାପିତ ଅଂଚଳ ପରିଷଦ ତରଫରୁ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ(ମିନି ଷ୍ଟାଡିୟମ) ଠାରେ ୭୯ତମ ସ୍ୱାଧିନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଦେଶର ଏକତା ,ଅଖଣ୍ଡତା ଓ ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଅମର ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଶ୍ରୀଯୁକ୍ତ ଜେନା କହିଥିଲେ ଯେ, ସରକାର ଶିକ୍ଷା ଏବଂ ଦେଶ ତଥା ରାଜ୍ୟର ବିକାଶ ଦିଗରେ ବେଶ୍ ପ୍ରଯତ୍ନ ରହିଛନ୍ତି। ବିକଶିତ ଓଡ଼ିଶା ନିମନ୍ତେ ଶିକ୍ଷା ଓ କ୍ରୀଡା ଭଳି ବିଭିନ୍ନ କ୍ଷେତ୍ରରେ ସଫଳ ହେବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଯୋଗଦେଇଥିଲେ। କୃତି ପ୍ରତିଯୋଗୀ, ଶ୍ରେଷ୍ଠ ବିଦ୍ୟାର୍ଥୀ ଓ ସମାଜସେବୀଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମରେ ସଫଳତା ହାସଲ କରିଥିବା ବିଜୁ ପଟ୍ଟନାୟକ ଖେଳ ଭବନର ଭାରୋତଳନ ବିଭାଗର ୯ଜଣ ଛାତ୍ରୀଙ୍କୁ ୧୧ଟିି ରୌପ୍ୟ ଓ କାଂସ୍ୟ ପଦକ ପ୍ରଦାନ କରାଯାଇଥିଲା।
ସେହିପରି ଭୁବନ ଏନ୍ ଏ ସିରେ ଅନୁରୂପ ଭାବେ ଏନ୍ଏସି କାର୍ଯ୍ୟାଳୟରେ ସମସ୍ତ କାଉନସିଲର, କର୍ମଚାରୀ, ସ୍ୱଚ୍ଛ ସାଥୀ,ସ୍ୱଚ୍ଛ କର୍ମୀ ଓ ପରିମଳ କର୍ମଚାରୀଙ୍କ ଉପସ୍ଥିତିରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଜାତୀୟ ପତାକା ଉତୋଳନ କରି ସ୍ୱଚ୍ଛ ଭୁବନ, ସୁନ୍ଦର ଭୁବନ ଗଢ଼ିବା ସକାଶେ ସମସ୍ତଙ୍କୁ ଶପଥ କରାଇ ଥିଲେ।
ହିନ୍ଦୁସ୍ଥାନ ସମାଚାର/ସୁଶାନ୍ତ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି