ଜୟପୁର, 16 ଅଗଷ୍ଟ (ହି.ସ.)
୭୯ ତମ ସ୍ବଧନତା ଦିବସ କୁ ନିଆରା ଢଙ୍ଗରେ ପାଳନ କରି ସମାଜ କୁ ସଚେତନର ବର୍ତା ଦେଇଛି ବୋରିଗୁମ୍ମା ସାଇ ଗାୟତ୍ରୀ ପରିବାର। ପରିବେଶ ପ୍ରଦ୍ୟୁସଣ ରୋକିବା ଶୁଷ୍କ ସମାଜ ଗଠନ ରେ କରିବା ପାଇଁ ସରକାର ଙ୍କ ମାଆ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ। ସମାଜ ପାଇଁ ଅତ୍ୟନ୍ତ ଅବଶ୍ୟକୀୟ ହୋଇଥବା ହୃଦବୋଧ କରିଛି ସାଇ ଗାୟତ୍ରୀ ପରିବାର।ଏଣୁ ଆଜି ୭୯ତମ ସ୍ୱାଧୀନତା ଦିବସ କୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ସାଙ୍ଗଠନ ର କର୍ମକର୍ତା ମାନେ।୭୯ ତମ ସ୍ୱାଧୀନତା ଦିବସ ରେ ୭୯ ଟି ଓଷଧିୟ ବୃକ୍ଷ ରୋପଣ କରାଯାଇଛି।ବୋରିଗୁମ୍ମା ପଞ୍ଚାୟତ ର ଦୁଲାଗୁଡା ଠାରେ ଆଳା, ଲିମ୍ବ, ବେଲ ଭଳି ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ରୋପଣ କରାଯାଇଛି।ଆଗକୁ ବୋରିଗୁମ୍ମା ସ୍ମଶାନ ଏବଂ ବିଭନ୍ନ ରାସ୍ତା କଡ କଡ ରେ ଏକ ହଜାର ରୁ ଉର୍ଦ୍ଧ ବୃକ୍ଷ ରୋପଣ କରିବାର ଲକ୍ଷ ରଖିଛି ସାଇ ଗାୟତ୍ରୀ ପରିବାର।ବୃକ୍ଷ ରୋପଣ କରି ପରିବେଶ ପ୍ରଦ୍ୟୁଶନ ରୋକିଲେ ପରିବେଶ ସ୍ୱଚ୍ଛ ରହିବ ମଣିଷ ମଧ୍ୟ ସୁସ୍ଥ ରହିବେ ଏଣୁ ଏଭଳି ପ୍ରୟାସ କରାଯାଉଛି ବୋଲି ବୋରିଗୁମ୍ମା ସାଇ ପରିବାର ପକ୍ଷରୁ ସୂଚନା ଦିଆଯଇଛି। ସାଇ ଗାୟତ୍ରୀ ପରିବାର ତରଫରୁ ଆୟୋଜିତ କାର୍ଯ୍ୟକ୍ରମ ରେ ଅନେକ ସମାଜ ସେବୀ,ଆଇନ ଜୀବୀ ଏବଂ ସାମ୍ୱାଦିକ ଯୋଗ ଦେଇ ସମସ୍ତ ବୃକ୍ଷ ରୋପଣ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି