ଜୟପୁର, 16 ଅଗଷ୍ଟ (ହି.ସ.)
ଓଡ଼ିଶା କେନ୍ଦ୍ରୀୟ ୱିଶ୍ୱବିଦ୍ୟାଳୟ (CUO) ଓ କାଉନସିଲ୍ ଅଫ୍ ଆନାଲିଟିକାଲ୍ ଟ୍ରାଇବାଲ୍ ଷ୍ଟଡିଜ୍ (COATS) ମଧ୍ୟରେ ଏକ ତିନି ବର୍ଷର ଅନୁବନ୍ଧନ (MoU) ଦିନାଙ୍କ ୧୪ ଅଗଷ୍ଟ ୨୦୨୫ରେ CUO ର ମାନ୍ୟନୀୟ କୁଳପତିଙ୍କ କାର୍ଯ୍ୟାଳୟ କକ୍ଷରେ ସ୍ବାକ୍ଷରିତ ହୋଇଯାଇଛି । ଏହି ଅନୁବନ୍ଧନର ଉଦ୍ଦେଶ୍ୟ ହେଉଛି ଓଡ଼ିଶାର ଅନୁସୂଚିତ ଅଞ୍ଚଳ, ବିଶେଷକରି ପୂର୍ବତନ KBK ଜିଲ୍ଲାଗୁଡ଼ିକରେ ବସବାସ କରୁଥିବା ଜନଜାତି ଲୋକମାନଙ୍କ ଉପରେ ଗବେଷଣା, ବିକାଶମୂଳକ ପ୍ରୟାସ ଓ ଶିକ୍ଷାଗତ ଆଦାନ-ପ୍ରଦାନ କୁ ପ୍ରୋତ୍ସାହିତ କରିବା। ଏହି MoU ଆଗାମୀ ତିନି ବର୍ଷ ପର୍ଯ୍ୟନ୍ତ ବୈଧ ରହିବ ଓ ଦୁହିଁ ପକ୍ଷର ସହମତିରେ ଆଉ ତିନି ବର୍ଷ ପାଇଁ ନବୀକୃତ କରାଯାଇପାରିବ।
MoU ରେ CUO ର ଭାରପ୍ରାପ୍ତ କୁଳପତି ପ୍ରଫେସର ଏନ୍.ସି. ପଣ୍ଡା ଓ COATS ର ନିଦେଶକ ଡ଼ଃ ପି.ସି. ମହାପାତ୍ର ହସ୍ତାକ୍ଷର କରିଥିଲେ। ଏହି ଅବସରରେ CUO ର ଅର୍ଥ ଅଧିକାରୀ ଓ ଭାରପ୍ରାପ୍ତ କୁଳସଚିବ ଡ଼ଃ ଦୁର୍ଯ୍ୟୋଧନ ସେଠି, ସାମାଜଶାସ୍ତ୍ର ବିଭାଗ ମୁଖ୍ୟ ଓ MoU ସମନ୍ୱୟକ ଡ଼ଃ କପିଳ ଖେମୁଣ୍ଡୁ, ଲୋକ ସମ୍ପର୍କ ଅଧିକାରୀ ଡ଼ଃ ଫଗୁନାଥ ଭୋଇ, COATS ର ଡ଼ଃ ଜଗବନ୍ଧୁ ସାମଲ, ପ୍ରଫେସର ମାଗୁଣି ଚରଣ ବେହେରା, ଡ଼ଃ ପ୍ରଦୀପ କୁମାର ବେହେରା, ଶ୍ରୀ ଗୋପୀନାଥ ପ୍ରଧାନ, ଡ଼ଃ ଅଶୋକ କୁମାର ନନ୍ଦ, ଡ଼ଃ ସବିତ୍ରୀ ମାଝି ଓ ଅନ୍ୟାନ୍ୟ ଅଧ୍ୟାପକ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
ଏହି ଅବସରରେ ପ୍ରଫେସର ପାଣ୍ଡା କହିଥିଲେ, ଏହି ସହଯୋଗ ଜନଜାତି ଅଭିଯାନ ଓ ସାମାଜିକ ବିଜ୍ଞାନ ଗବେଷଣାକୁ ସୁଦୃଢ କରିବ । ଏହା ଜନଜାତି ସଂସ୍କୃତି ଓ ପରମ୍ପରା ରକ୍ଷା ସହ ତାଙ୍କର ଆର୍ଥିକ ଉନ୍ନତି ପାଇଁ ଗୁରୁତ୍ବପୂର୍ଣ ଉଦ୍ୟମ ହେବ। ସେ ଏହି ଅନୁବନ୍ଧନକୁ ସମୟୋପଯୁକ୍ତ ଓ ଆବଶ୍ୟକ ଭାବେ ବର୍ଣ୍ଣନା କରି ବଲିଲେ, ଏହା ଦ୍ୱାରା CUO ଓ COATS ଦୁହିଁ ଅନୁଷ୍ଠାନ ଏକ ସାଙ୍ଗରେ ଜନଜାତି ଜୀବନ ଓ ଜୀବିକାର ବିକାଶ ପାଇଁ କାମ କରିପାରିବେ।
ଏହି ଅନୁବନ୍ଧନ ଦ୍ୱାରା ମାର୍ଜିନାଲ୍ ହୋଇଥିବା ଜନଜାତି ଗୋଷ୍ଠୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକୁ ଗଭୀର ଗବେଷଣା ଓ ଉନ୍ନତି କାର୍ଯ୍ୟକ୍ରମ ମାଧ୍ୟମରେ ସମାଧାନ କରାଯିବା ଆଶା କରାଯାଉଛି ବୋଲି ଲୋକସମ୍ପର୍କ ଅଧିକାରୀ ଡ଼ଃ ଫଗୁନାଥ ଭୋଇ ଜଣେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି