ପ୍ରସିଦ୍ଧ ଦହିବରା ବ୍ୟବସାୟୀ ରଘୁନାଥ ସାସମଲଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ
ଭୁବନେଶ୍ୱର, ୧୬ ଅଗଷ୍ଟ (ହି.ସ)- କଟକର ପ୍ରସିଦ୍ଧ ଦହିବରା ବ୍ୟବସାୟୀ ରଘୁନାଥ ସାସମଲଙ୍କ ବିୟୋଗ ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି। ଏକ୍ସରେ କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି କଟକର ସୁପରିଚିତ ଚେହେରା ତଥା ପ୍ରସିଦ୍ଧ ଦହିବରା ବ୍ୟବସାୟୀ ରଘୁନାଥ ସାସମଲଙ୍କ ବିୟୋଗ ଖବର ଶୁଣ
ପ୍ରସିଦ୍ଧ ଦହିବରା ବ୍ୟବସାୟୀ ରଘୁନାଥ ସାସମଲଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ


ଭୁବନେଶ୍ୱର, ୧୬ ଅଗଷ୍ଟ (ହି.ସ)- କଟକର ପ୍ରସିଦ୍ଧ ଦହିବରା ବ୍ୟବସାୟୀ ରଘୁନାଥ ସାସମଲଙ୍କ ବିୟୋଗ ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି।

ଏକ୍ସରେ କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି କଟକର ସୁପରିଚିତ ଚେହେରା ତଥା ପ୍ରସିଦ୍ଧ ଦହିବରା ବ୍ୟବସାୟୀ ରଘୁନାଥ ସାସମଲଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସେ ‘ରଘୁ ଦହିବରା’ ନାମରେ ଲୋକପ୍ରିୟ ଥିଲେ । କଟକ ଦହିବରାକୁ ଏକ ବିଶେଷ ପରିଚୟ ଦେବାରେ ତାଙ୍କର ଭୂମିକା ଥିଲା ସ୍ୱତନ୍ତ୍ର । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ଓଁ ଶାନ୍ତି

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande