ଫାର୍ମ ହାଉସ୍‌ରୁ ୨୮୪ ଗ୍ରାମ ବ୍ରାଉନସୁଗାର ସହ ହରିଣ ସିଙ୍ଘ ଜବତ।
ଖୋର୍ଦ୍ଧା, 16 ଅଗଷ୍ଟ (ହି.ସ.)ଖୋର୍ଦ୍ଧା ଉପକଣ୍ଠ ଟାଙ୍ଗିଆପଡ଼ା ସ୍ଥିତ ଏକ ଫାର୍ମ ହାଉସରେ ଚଢ଼ଉ କରି ଶିଳ୍ପାଞ୍ଚଳ ଥାନା ପୋଲିସ ୨୮୩.୫୦ଗ୍ରାମ୍‌ ଓଜନର ବ୍ରାଉନସୁଗାର ଜବତ କରିଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୨୮ଲକ୍ଷ ଟଙ୍କା ବୋଲି ଆକଳନ କରାଯାଉଛି। ଘଟଣାସ୍ଥଳରୁ ଦୁଇ ଜଣ ଅଭିଯୁକ୍ତ ଗିରଫ ହୋଇଥି
ଫାର୍ମ


ଖୋର୍ଦ୍ଧା, 16 ଅଗଷ୍ଟ (ହି.ସ.)ଖୋର୍ଦ୍ଧା ଉପକଣ୍ଠ ଟାଙ୍ଗିଆପଡ଼ା ସ୍ଥିତ ଏକ ଫାର୍ମ ହାଉସରେ ଚଢ଼ଉ କରି ଶିଳ୍ପାଞ୍ଚଳ ଥାନା ପୋଲିସ ୨୮୩.୫୦ଗ୍ରାମ୍‌ ଓଜନର ବ୍ରାଉନସୁଗାର ଜବତ କରିଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୨୮ଲକ୍ଷ ଟଙ୍କା ବୋଲି ଆକଳନ କରାଯାଉଛି। ଘଟଣାସ୍ଥଳରୁ ଦୁଇ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଜଣକ ଫେରାର୍ ହୋଇଯାଇଥିବା ଖୋର୍ଦ୍ଧା ଏସ୍‌ପି ସାଗରିକା ନାଥ ଶନିବାର ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।ସୂଚନା ମୁତାବକ, ଉକ୍ତ ଫାର୍ମ ହାଉସରେ ଦିର୍ଘ ଦିନ ଧରି ବ୍ରାଉନସୁଗାର କାରବାର ନେଇ ସମ୍ପୃକ୍ତ ଫାର୍ମ ହାଉସ ଉପରେ ଶିଳ୍ପାଞ୍ଚଳ ଥାନା ପୋଲିସ ନଜରରେ ଥିଲା।ତେବେ ଶନିବାର ବ୍ରାଉନସୁଗାର କାରବାର ଚାଲିଥିବା ନେଇ ପୋଲିସକୁ ଏକ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ତେବେ ପୂର୍ବ ପ୍ରସ୍ତୁତି ମୁତାବକ ଉକ୍ତ ଫାର୍ମ ହାଉସରେ ଅତର୍କିତ ଚଢ଼ଉ କରିଥିଲା । ପୋଲିସକୁ ଦେଖି ଘଟଣାସ୍ଥଳରୁ ମୁଖ୍ୟ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିବା ବେଳେ ଅନ୍ୟ ଦୁଇ ଜଣକୁ ପୋଲିସ ଗିରଫ କରିଥିଲା। ଗିରଫ ମାନେ ହେଲେ ଖୋର୍ଦ୍ଧା ଟାଉନ ଥାନା ବାଶେଳୀ ସାହିର କ୍ଷୀରୋଦ ବେହେରା(୨୩) ଓ ଭୁବନେଶ୍ବର ଏୟାର ଫିଲଡ଼ ଥାନା ସଂଗ୍ରାମ କିଶୋର ନାଥ। ସେମାନଙ୍କଠାରୁ ପୋଲିସ ୨୮୪ଗ୍ରାମ ବ୍ରାଉନସୁଗାର ସମେତ’ ଦୁଇଟି ଦେଶୀ ବନ୍ଧୁକ, ଦୁଇଟି ଜୀବନ୍ତ ଗୁଳି, ୨ଟା ମୋବାଇଲ୍‌ ଫୋନ୍‌ ଜବତ କରିଛି। ତେବେ ଉକ୍ତ ଫାର୍ମରେ ଚଢ଼ାଉ ସମୟରେ ପୋଲିସ ଗୋଟିଏ ଜଙ୍ଗଲୀ ବାର୍‌ହା ସହିତ ଗୋଟିଏ ହରିଣ ସିଙ୍ଗକୁ ମଧ୍ୟ ଜବତ କରିଥିଲା। ଏପରିକି ବନ ବିଭାଗକୁ ଡକାଇ ତାହା ହସ୍ତାନ୍ତର କରାଇ ଦିଆଯାଇଥିଲା। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଏସଡିପିଓ ନିହାର ରଞ୍ଜନ ପ୍ରଧାନ, ସଦର ଥାନା ଅଧିକାରୀ କାହ୍ନୁ ଚରଣ ସ୍ବାଇଁ, ଶିଳ୍ପାଞ୍ଚଳ ଥାନାର ଭାରପ୍ରାପ୍ତ ଥାନା ଅଧିକାରୀ ବାସୁଦେବ ଜୟସିଂହ ପ୍ରମୁଖ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande