ଭଦ୍ରକ ଇସ୍କନ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ
ଭଦ୍ରକ, ୧୬ ଅଗଷ୍ଟ (ହି.ସ.) - ଆଜି ଭଦ୍ରକ ସହରର କୁଆଁସସ୍ଥିତ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନାବୃତ ସଂଘ ପକ୍ଷରୁ ଇସ୍କନ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ଯଥା ରୀତିନୀତି ଅନୁଯାୟୀ ପାଳିତ ହୋଇଛି। ମନ୍ଦିର ପରିଚାଳନା କମିଟିର ସକ୍ରୀୟ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ଗୌରଦାଶ ବ୍ରହ୍ମଚାରୀ, ନାମାଚାର୍ଯ୍ୟ ଦାଶ ବ୍ରହ୍ମଚ
ISKAN MANDIRA JANMASTAMI


ଭଦ୍ରକ, ୧୬ ଅଗଷ୍ଟ (ହି.ସ.) - ଆଜି ଭଦ୍ରକ ସହରର କୁଆଁସସ୍ଥିତ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନାବୃତ ସଂଘ ପକ୍ଷରୁ ଇସ୍କନ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ଯଥା ରୀତିନୀତି ଅନୁଯାୟୀ ପାଳିତ ହୋଇଛି। ମନ୍ଦିର ପରିଚାଳନା କମିଟିର ସକ୍ରୀୟ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ଗୌରଦାଶ ବ୍ରହ୍ମଚାରୀ, ନାମାଚାର୍ଯ୍ୟ ଦାଶ ବ୍ରହ୍ମଚାରୀ, ହେମନ୍ତ ନାୟକ, ବିଜୟ ରାଉତ, ଉମାକାନ୍ତ ପଲାଇ, ଉଜ୍ଜ୍ୱଳ ସାହୁ ପ୍ରମୁଖଙ୍କ ପରିଚାଳନାରେ ଆୟୋଜିତ ଏହି ଉତ୍ସବରେ ଶ୍ରୀକୃଷ୍ଣଙ୍କର ପୂଜାର୍ଚ୍ଚନା ସହ ହରିନାମ ସଂକୀର୍ତନ ପରେ ସମସ୍ତ ଶ୍ରଦ୍ଧାଳୁ ଭକ୍ତଙ୍କୁ ପ୍ରସାଦ ବିତରଣ କରାଯାଇଥିଲା। ଏହି ଅବସରରେ ଶ୍ରୀକୃଷ୍ଣଙ୍କୁ ବାଲଗୋପାଲ ବେଶ୍‌ରେ ସଜ୍ଜିତ କରାଯାଇ ଅଭିଷେକ ଉତ୍ସବ ପାଳିତ ହୋଇଥିଲା। ଏବଂ ଏହି ଉତ୍ସବ ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶ୍ରୀକୃଷ୍ଣଙ୍କ ଉପରେ ଆଧାରିତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି। ଏଠାରେ ସୂଚନାଯୋଗ୍ୟ ଏହି କୁଆଁସରେ ଇସ୍କନ ତରଫରୁ ଏକ ଭବ୍ୟ ମନ୍ଦିର ନିର୍ମାଣ ଚାଲିଛି। ଯାହା ସମଗ୍ର ଉତର ଓଡ଼ିଶାରେ ପ୍ରସିଦ୍ଧି ଲାଭ କରିବ ବୋଲି କମିଟିର ପରିଚାଳକ ତେଜସ୍ୱୀ ଗୌରଦାଶ ସୂଚନା ଦେଇଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ଶତାଧିକ ଶ୍ରଦ୍ଧାଳୁ ଭକ୍ତ ସାମିଲ ହୋଇ ଶ୍ରୀକୃଷ୍ଣଙ୍କର ଦିବ୍ୟଦର୍ଶନ ସହ ଆଶୀର୍ବାଦ ଲାଭ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande