ଜୟପୁର
, 16 ଅଗଷ୍ଟ (ହି.ସ.)
ଜୟପୁର ଦଶହରା ପଡିଆ ଠାରେ ଉପଖଣ୍ଡ ସ୍ତରିୟ ୭୯ ତମ ସ୍ୱାଧିନତା ଦିବସ ଉତ୍ସବ ପାଳନ କରାଯାଇଥିଲା । ଏହି ଉତ୍ସବରେ ଜୟପୁର ଉପ ଜିଲାପାଳ ଆକା ବରମ ଶଶ୍ୟା ରେଡ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତକା ଉତ୍ତୋଳନ କରିଥିଲେ । ଏହି କାଯ୍ୟକ୍ରମରେଏସଡିପିଓ ପାର୍ଥ କଶ୍ୟପ ,ବିଡିଓ ଶକ୍ତି ମହାପାତ୍ର, ତହସିଲଦାର ସବ୍ୟ ସାଚି ଜେନା, ଟାଉନ ଥାନା ଅଧିକାରି ଉଲ୍ଲାସ ଚନ୍ଦ୍ର ରାଇତ, ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ , ଏସଡିପିଆରଓ ଯୋଶଦା ଗାଦବା ଉପସ୍ଥିତ ଥିଲେ । ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ, ଏବଂ ପ୍ୟାରେଡରେ ଶ୍ରେଷ୍ଠ ବିବେଚିତ ଟ୍ରୁପ ମ।।ନଙ୍କୁ ଉପ ଜିଲାପାଳ ଆକା ବରମ ଶଶ୍ୟା ରେଡ୍ଡି ପୁରସ୍କାର ବିତରଣ କରିଥିଲେ । ଏଠାରେ ୩୯ଟି ଟ୍ରୁପ ଭାଗ ନେଇଥିଲେ । ପରେ ପ୍ରଶାସନ ତରଫରୁ ଉତ୍କଳ ବାଳାଶ୍ରମର ଅନାଥଶ୍ରମ ଅନ୍ତେବାସୀ ଓ ଉପ କାରାଗାରର କଏଦୀ ମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ୱାରା ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ସେହପିର ଜୟପୁର ସ୍ଥିତ ଜିଲା କଂଗ୍ରେସ ଭବନ ଠାରେ ସ୍ୱାଧିନତା ଦିବସ ପାଳନ କରାଯାଇଛି । ଏଠାରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ଏଠାରେ ଅନ୍ୟ ମାନଙ୍କ ଜିଲା ସଭାପତି ଶଶି ଭୁଷଣ ପାତ୍ର, ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ବରିଷ୍ଠ କଂଗ୍ରେସ ନେତା ବିନୋଦ ମହାପାତ୍ର, ମଦନ ମୋହନ ନାୟକ, ସୁକାନ୍ତ ପଟ୍ଟନାୟକ,ରାମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ସେହିପରି ଜୟପୁର ପାରାବେଢା ସ୍ଥିତ ଉତ୍କଳ ବାଳାଶ୍ରମ କୁ ଯାଇ ଅନ୍ତେବାସୀଙ୍କୁ ସାକ୍ଷାତ କଲେ ବିଧାୟକ ତାରା ପ୍ରସାଦ ବାହିନିପତି । ଜୟପୁର ପାରାବେଢା ସ୍ଥିତ ଉତ୍କଳ ବାଳାଶ୍ରମ ସ୍ୱାଧିନତା ଦିବସ ପାଳିତ ହୋଇଛି । ଏଠାରେ ବିଡିଓ ଶକ୍ତି ମହାପାତ୍ର ଉପସ୍ଥିତ ରହି ପତକା ଉତ୍ତୋଳନ କରିଥିଲେ ।ବିଧାୟକଙ୍କ ସହ ପୌର ଅଧକ୍ଷ ନରେନ୍ଦ୍ର କୁମାର ମହାନ୍ତି ଉପସ୍ଥିତ ଥିଲ । ଜୟପୁର ଉପ ଜିଲାପାଳଙ୍କ କାଯ୍ୟାଳୟରେ ସ୍ୱାଧିନତା ଦିବସ ପାଳିତ ହୋଇଛି । ଏଠାରେ ଜୟପୁର ଉପ ଜିଲାପାଳ ଆକା ବରମ ଶଶ୍ୟା ରେଡ୍ଡି ଉପସ୍ଥିତ ରହି ପତା ଉତ୍ତୋଳନ କରିଥିଲେ । ଏଠାରେ ଉପ ଜିିଲ ।ପାଳ ଙ୍କ କାଯ୍ୟାଳୟର ସମସ୍ତ୍ କର୍ମଚାରି ଉପସ୍ଥିତ ଥିଲେ । ସେହିପରି ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାଧିନତା ଦିବସ ପାଳିତ ହୋଇଛି । ଏଠାରେ ମୁଖ୍ୟ ଅତିଥି ଭାବେ ଚିକିତ୍ସାଳୟର ସୁପରିଟେଣ୍ଡଣ୍ଟ ଡାକ୍ତର ଦିଲ୍ଲିପ କୁମାର ବିଶ୍ୱାଳ ଉପସ୍ଥିତ ରହି ସକାଳ ୮ ପତକା ଉତ୍ତେଳନ କରିଥିଲେ । ସମସ୍ତ କର୍ମଚାରି ,ଡାକ୍ତର ନର୍ସ, ଫାର୍ମାଷ୍ଟିଟ ଉପସ୍ଥିତ ଥିଲେ । ଚିକିତ୍ସାଳୟରେ ଭଲ ଡାକ୍ତର, ନରସିଙ୍ଗ ଅଫିସର, ଫାର୍ମିସି ଅଫିସିର, ଲ୍ୟାବୋରୋଟରି ଟେକନସିୟନ, ସିକିୁ୍ୟରଟି କାର୍ଡ, ସଫେଇ କର୍ମଚାରି ସମ୍ମାନିତ କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି