ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ , ନନ୍ଦ ଉତ୍ସବ ଉତ୍ସବ ନେଇ ଉତ୍ସବ ମୁଖର ଜୟପୁର
ଜୟପୁର, ୧୬ ଅଗଷ୍ଟ (ହି.ସ.) - ଜୟପୁରରେ ବିଭିନ୍ନ ଅନୁଷ୍ଠାନ ତରଫରୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦ ମହୋତ୍ସବ ପାଳିତ ହୋଇଛି । ଜନ୍ମାଷ୍ଟମୀ ଅବସରରେ ଜୟପୁର ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ ଙ୍କୁ କୃଷ୍ଣ ବେଶରେ ସଜ୍ଜିତ କରାଯାଇଥିଲା । ଶ୍ରୀଜିଉ ଙ୍କ ନିକଟରେ ସ୍ୱତନ୍ତ୍ର ନିତି କାନ୍ତ ଆଳତି ଭୋଗ ଲାଗି କରା
ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ , ନନ୍ଦ ଉତ୍ସବ ଉତ୍ସବ ନେଇ ଉତ୍ସବ ମୁଖର ଜୟପୁର


ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ , ନନ୍ଦ ଉତ୍ସବ ଉତ୍ସବ ନେଇ ଉତ୍ସବ ମୁଖର ଜୟପୁର


ଜୟପୁର, ୧୬ ଅଗଷ୍ଟ (ହି.ସ.) - ଜୟପୁରରେ ବିଭିନ୍ନ ଅନୁଷ୍ଠାନ ତରଫରୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦ ମହୋତ୍ସବ ପାଳିତ ହୋଇଛି । ଜନ୍ମାଷ୍ଟମୀ ଅବସରରେ ଜୟପୁର ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ ଙ୍କୁ କୃଷ୍ଣ ବେଶରେ ସଜ୍ଜିତ କରାଯାଇଥିଲା । ଶ୍ରୀଜିଉ ଙ୍କ ନିକଟରେ ସ୍ୱତନ୍ତ୍ର ନିତି କାନ୍ତ ଆଳତି ଭୋଗ ଲାଗି କରାଯାଇ ଶ୍ରୀକୃଷ୍ଣ ଜନ୍ମ ଉତ୍ସବ ପାଳିତ କରାଯାଇଥିବା ବିଷୟ ଜଗନ୍ନାଥ ପୁରୋହିତ ଡମ୍ବୁରୁ ଧର ପଣ୍ଡା ଓ ଜଗନ୍ନାଥ ତ୍ରିପାଠି ସୁଚନା ଦେଇଛନ୍ତି । ସେହିପରି ଗୀତାଭବନରେ ମଧ୍ୟ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ପାଳନ କରାଯାଇଥିବା ବିଷୟ କୃଷ୍ଣଙ୍କ ପୁରୋହିତ ଓମକାର ନାଥ ପାଢୀ ସୂଚନା ଦେଇଛନ୍ତି । କଣ୍ଡରା ସାହି ସ୍ଥିତ ଲକ୍ଷ୍ମୀ ନୃସିହ ମନ୍ଦିରରେ ନନ୍ଦ ଉତ୍ସବ ପାଳନ କରାଯାଇଛି । ହୋଇ ପୁଜା ପାଠ ଆଦି କରାଯାଇଥିବା ବିଷୟ ପୁଜକ ସୁନିଲ ଆଚାଯ୍ୟ ସୁଚନା ଦେଇଛନ୍ତି । ରଘୁନାଥ ମନ୍ଦିରରେ ପ୍ରଭୁ ରାମଙ୍କୁ କୃଷ୍ଣ ବେଶରେ ସଜ୍ଜିତ କରାଯାଇଥିଲା। ସେହିପରି ଅରବିନ୍ଦ ନଗର ଶିଶୁ ବିଦ୍ୟାମନ୍ଦିର ଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମି ମହାସମାରୋହରେ ପାଳିତ ହୋଇଛି । ଉପସ୍ଥିତ ଅତିଥି ମନେ ଭଗବତ ଗୀତର କର୍ମ ଯୋଗ ଏବଂ ବିଶ୍ୱ କଲ୍ୟାଣ ପାଇ ଶ୍ରୀକୃଷ୍ଣ ଙ୍କ ଭୁମି ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଶିଶୁ ମାନଙ୍କର ଏକ ନୃତ୍ୟ ପରିବେଶଷ ପ୍ରତିଯୋଗିତା କରାଯାଇ ପୁରଷ୍କାର ବିତରଣ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande