କଳାହାଣ୍ଡି ଜିଲ୍ଲା ସ୍ତରୀୟ 79 ତମ ସ୍ଵାଧୀନତା ଦିବସ ପାଳିତ
ଭବାନୀପାଟଣା 16ଅଗଷ୍ଟ (ହି ସ)ଗତ କାଲି କଳାହାଣ୍ଡି ଜିଲ୍ଲା ସ୍ତରୀୟ 79 ତମ ସ୍ଵାଧୀନତା ଦିବସ ସ୍ଥାନୀୟ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରାତଃ ସହରରେ ରାମ ଧୁନ୍, ପ୍ରଭାତ ଫେରି, ସହର ସ୍ଥିତ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରା
କଳାହାଣ୍ଡି ଜିଲ୍ଲା ସ୍ତରୀୟ 79 ତମ ସ୍ଵାଧୀନତା ଦିବସ ପାଳିତ।


ଭବାନୀପାଟଣା 16ଅଗଷ୍ଟ (ହି ସ)ଗତ କାଲି କଳାହାଣ୍ଡି ଜିଲ୍ଲା ସ୍ତରୀୟ 79 ତମ ସ୍ଵାଧୀନତା ଦିବସ ସ୍ଥାନୀୟ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରାତଃ ସହରରେ ରାମ ଧୁନ୍, ପ୍ରଭାତ ଫେରି, ସହର ସ୍ଥିତ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା। ସ୍ଥାନୀୟ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ ମହାସମାରୋହରେ ପ୍ୟାରେଡ ଉତ୍ସବ ଅନୁଷ୍ଠିତ ହୋଇଥିଲା, ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ମନ୍ତ୍ରୀ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଜନଜାତି, ସଂଖ୍ୟା ଲଘୁ, ପଛୁଆ ବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତ କରଣ ଓଡିଶା ସରକାର ଯୋଗଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡ ପରିଦର୍ଶନ, ପ୍ୟାରେଡ ର ଅଭିବାଦନ ଗ୍ରହଣ କରି ସମବେତ ଜନସାଧାରଣ ଙ୍କୁ ଉଦବୋଧନ ଦେଇଥିଲେ। ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ଯରେ ଭାରତର ଯେଉଁ ସ୍ଵାଧୀନତା ସଂଗ୍ରାମୀ,ମହାପୁରୁଷଙ୍କ ଅକ୍ଲାନ୍ତ ପରିଶ୍ରମ, ତ୍ୟାଗ ଓ ବଳିଦାନ ରେ ଭାରତ ର ସ୍ୱାଧୀନତା ପ୍ରାପ୍ତି ହୋଇଥିଲା ତାଙ୍କର ସ୍ମୃତି ଚାରଣ କରି ଜାତି ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସମସ୍ତେ ଏକ ଜୁଟ ହୋଇ ଦେଶ ର ଏକତା ଅଖଣ୍ଡତା କୁ ବଜାଇ ରଖିବା ସହିତ ଜିଲ୍ଲା ତଥା ରାଜ୍ୟ ର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ପଥରେ ସମସ୍ତଙ୍କ ର ସହଯୋଗ ର ଆବଶ୍ୟକତା ରହିଛି ବୋଲି ଉଲ୍ଲେଖ କରି ସରକାରଙ୍କର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ। ସ୍ଵାଧୀନତା ସଙ୍ଗ୍ରାମ ରେ କଳାହାଣ୍ଡି ଜିଲ୍ଲାର ମଧ୍ୟ ଭୂମିକା ରହିଛି ଏ ମାଟିର ବୀର ସ୍ଵାଧୀନତା ସଂଗ୍ରାମୀ ରେଣ୍ଡୋ ମାଝି ବ୍ରିଟିଶ୍ ସରକାର ବିରୋଧରେ ଲଢ଼େଇ କରି ନିଜର ଦେଶ ମାତୃକା, ମାଟି ପାଇଁ ସହିଦ୍ ହୋଇଥିଲେ ସେହି ବୀର ସ୍ଵାଧୀନତା ସଂଗ୍ରାମୀ ଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି, କଳାହାଣ୍ଡି ର କଳା ସଂସ୍କୃତି, ପରମ୍ପରା ମହାନ୍ ଓ ଉଚ କୋଟିର ଏହି ଜିଲ୍ଲାର ଶିକ୍ଷା,ସ୍ୱାସ୍ଥ୍ୟ ,କୃଷି,ଗମନାଗମନ, ପର୍ଯ୍ୟଟନ, ଜଳସେଚନ ଇତ୍ୟାଦି ର ଉନ୍ନତି ଓ ବିକାଶ ନିମନ୍ତେ ସରକାରଙ୍କ ପ୍ରଚେଷ୍ଟା ଜାରିରହିଛି ବୋଲି ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଶ୍ରୀ ଗଣ୍ଡ ପ୍ରକାଶ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାର ପୁରସ୍କାର ପ୍ରଦାନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ସାଂସଦ କଳାହାଣ୍ଡି ମାଳବିକା ଦେବୀ, ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଆରକ୍ଷୀ ଅଧିକ୍ଷକ ନାଗ ରାଜ ଦେବରକୋଣ୍ଡା,ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନ,ଅତିରିକ୍ତ ଜିଲ୍ଲାପାଳ ବଇତୁରା ଦୀପ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢି, ଭାରତୀୟ ପ୍ରଶାସନିକ ସେବା, (ପ୍ରବେଶନ) ଅନିମେସ ପ୍ରଧାନ, ମୁଖ୍ୟ ଜିଲା ଚିକିତ୍ସା ଅଧିକାରୀ ଡା ନିହାରରେ ନ୍ଦ୍ର ପଣ୍ଡା, ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ,ଜିଲ୍ଲା ପଞ୍ଚାୟତ ଅଧିକାରୀ ନୃସିଂହ ଚରଣ ପଟ୍ଟନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ଅନ୍ତର୍ଯ୍ୟାମୀ କହଁର, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ଶାରୀରିକ ଶିକ୍ଷା ରୂପସୀ ଙ୍ଗ ରାଉତ, ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢି,ଭାଜପା ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼, ଆର୍ତ୍ତତ୍ରାଣ ମହାପାତ୍ର, ଜୟ ଶଙ୍କର ନାୟକ, ଭବାନୀ ଶଙ୍କର ନିଆଲ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ଜନପ୍ରତିନିଧି,ବରିଷ୍ଟ ନାଗରିକ,ଗଣମାଧ୍ୟମ ପ୍ରତିନିଧି ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା ପ୍ରମୂଖ ଯୋଗଦେଇ ଥିଲେ।ମିଳିତ ପ୍ୟାରେଡ ରେ ପୋଲିସ ବାହିନୀ, ହୋମ ଗାର୍ଡ,ଙ୍କ ସମେତ ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟ ରୁ 46 ଗୋଟି ଦଳ ଅଂଶଗ୍ରହଣ କରି ଆକର୍ଷଣୀୟ ପରେଡ୍ ପ୍ରଦର୍ଶନ କରିଥିଲେ, ବିଜେତା ଦଳକୁ ମୁଖ୍ୟ ଅତିଥି ଙ୍କ ଦ୍ଵାରl ସିଲଡି,ଟ୍ରଫି ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ କୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ ପରିଚାଳନା କରିଥିଲେ ଏଥିରେ ହେମନ୍ତ କୁମାର ମୁଣ୍ଡ, ରବି ପ୍ରସାଦ କାନୁନଗୋ, ଶୁଭେନ୍ଦୁ ବେହେରା ସହଯୋଗ କରିଥିଲେ। ପ୍ୟାରେଡ ପ୍ରତିଯୋଗିତା ର ଜଜ ଭାବରେ ଡଃ ଅଜୟ ମିଶ୍ର, ଅବସର ପ୍ରାପ୍ତ ପ୍ରିନ୍ସପାଲ, ପ୍ରେମାନନ୍ଦ ବାଗ, ଅବସରରେ ପ୍ରାପ୍ତ ବରିଷ୍ଠ ଜେଲ ସୁପରିଟଣ୍ଡେଣ୍ଟ, କ୍ଷୀରେସ୍ଵର ସାହୁ, ଡି ଏସ୍ ପି,କାର୍ଯ୍ୟ ତୁଲାଇଥିଲେ। ପ୍ୟାରେଡ ଉତ୍ସବ ପରେ ମୁଖ୍ଯ ଅତିଥି ଚତୁର୍ଥ ଶ୍ରେଣୀ କର୍ମଚାରୀ ଭବନ ରେ ଅଣ ଗେଜେଟ୍ କର୍ମଚାରୀ ସଂଘ ଓ ଶ୍ରୀ ଶ୍ରୀ ବାଲୁଙ୍କେଶ୍ଵର ମନ୍ଦିର କମିଟ ଆନୁକୁଲ୍ୟରେ ଅନୁଷ୍ଠିତ ରକ୍ତ ଦାନ ଶିବିର ଉଦଘାଟନ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ରେ ଯାଇ ସେଠାରେ ଥିବା ଅନ୍ତେବାସୀ ମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ ଏହା ପରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ କେସିଙ୍ଗା ଗସ୍ତ କରି ସେଠାରେ ସରକାରୀ ଉଚ୍ଚବିଦ୍ୟାଳୟ ର ନୂତନ ଶ୍ରେଣୀଗୃହ ଉଦଘାଟନ କରିଥିଲେ ଏବଂ ଉତ୍ତମ ଶିକ୍ଷା ହିଁ ଗୁଣାତ୍ମକ ଜୀବନର କସଟି ପଥର ଜୀବନ ର ଚଳା ପଥରେ ଆସୁଥିବା ସମସ୍ତ ବାଧା ବିଘ୍ନ ଗୁଡିକୁ ଦୃଢ଼ ନିଷ୍ଠା ଓ ସଂକଳ୍ପ ଦ୍ଵାରା ପ୍ରତିହତ କରିବା ନିମନ୍ତେ ଉପସ୍ଥିତ ଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଆହ୍ଵାନ ଦେଇଥିଲେ। ସମ୍ମାନିତ ଅତିଥି କଳାହାଣ୍ଡି ଲୋକସଭା ସଦସ୍ୟା ମାଳବିକା ଦେବୀ ଶିକ୍ଷା ଅଧିକାର ଅଧିନିୟମ ଅନୁଯାୟୀ ବିଦ୍ୟାଳୟ ଶିକ୍ଷା ର ଗୁଣାତ୍ମକ ଓ ସାମଗ୍ରିକ ବିକାଶ ସୁନିଶ୍ଚିତ କରିବା ରେ ସରକାରଙ୍କର ବିଭିନ୍ନ ପ୍ରକାର ଯୋଜନାବଦ୍ଧ ପ୍ରୟାସ ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ମାନବ ଜୀବନ ରେ ଶିକ୍ଷା ର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ କେସିଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଜିଲ୍ଲା ଶିକ୍ଷା ଅଧିକାରୀ,ବିଭିନ୍ନ ବିଭାଗୀୟ ଅଧିକାରୀ, ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଯୋଗଦେଇ ଥିଲେ ପରେ ବିଦ୍ୟାଳୟର ପରିସର ମଧ୍ୟରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ, ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ଵାର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ସ୍ଥାନୀୟ ଟାଉନ ହଲ ଠାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ, ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ପୁରସ୍କାର ବିତରଣ ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନ,ସମ୍ମାନିତ ଅତିଥି ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢି, ମୁଖ୍ୟ ଜିଲା ଚିକିତ୍ସା ଅଧିକାରୀ ଡା ନିହାରେନ୍ଦ୍ର ପଣ୍ଡା, ଜିଲ୍ଲା ପଞ୍ଚାୟତ ଅଧିକାରୀ ନୃସିଂହ ଚରଣ ପଟ୍ଟନାୟକ, ଉପ ନିର୍ଦେଶକ ପ୍ଲୀନିଂ ଶ୍ରୀକାନ୍ତ ଦଲେଇ, ନିର୍ବାହୀ ଅଧିକାରୀ ପୌରପାଳିକା ଚିନ୍ମୟ ନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, କଳାହାଣ୍ଡି ସାଂସଦ ଙ୍କ ପ୍ରତିନିଧି ଜୟ ଶଙ୍କର ନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢି, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସୀଙ୍ଗ ରାଉତ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଶିକ୍ଷାବିତ୍ ଡକ୍ଟର ଉମେଶ ଚନ୍ଦ୍ର ଶତପଥି, ହେମନ୍ତ କୁମାର ମୁଣ୍ଡ ପରିଚାଳନା କରିଥିଲେ, ଏଥିରେ ରବି ପ୍ରସାଦ କାନୁନଗୋ, ଶୁଭେନ୍ଦୁ ବେହେରା ସହଯୋଗ କରିଥିଲେ। ବିଭିନ୍ନ ଅନୁଷ୍ଠାନ ରୁ 23 ଗୋଟି ସାଂସ୍କୃତିକ ଦଳ ସାଂସ୍କୃତିକ ସନ୍ଧ୍ୟା କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରି ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ହିନ୍ଦୁସ୍ଥାନ ସମାଚାର

ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ


 rajesh pande