ସମ୍ବଲପୁର, ୧୬ ଅଗଷ୍ଟ (ହି.ସ.)
ସମ୍ବଲପୁର ସ୍ଥିତ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ ପରିସରରେ ସମ୍ବଲପୁରର ବିଧାୟକ ଦୁର୍ଗା ମାଧବ ପଟ୍ଟନାୟକ ଥିବା ସମୟରେ ପ୍ରତିଷ୍ଠା ହୋଇଥିଲା ଏକ ଜିମନାସିଅମ ହଲ । କିଛି ବର୍ଷ କାର୍ଯ୍ୟକ୍ଷମ ହେଲା ପରେ ତଥା ଅକାମି ହୋଇ ପଡିରହିଲା l ପରେ ତାହା ସଭାଗୃହ ପରି ବିଭିନ୍ନ କାର୍ଯ୍ୟକ୍ରମରେ ବ୍ୟବହାର ହେଲା l କିଛି ବର୍ଷ ପୂର୍ବେ ବଳବନ୍ତ ସିଂ ଜିଲ୍ଲାପାଳ ଥିଲା ସମୟରେ ଏହି ହଲର କିଛିଟା ପୁନଃଉଦ୍ଧାର ହୋଇଥିଲା l ଜିଲ୍ଲା ର ସି.ଏସ.ଆର. ଫଣ୍ଡ ର ଉଚିତ ବ୍ୟବହାର କରି ହଲ ଟିକୁ ବ୍ୟାଡ଼ମୀଣ୍ଟନ ହଲ ରେ ପରିଣତ କରାଗଲା l ସେତେବେଳେ ଗୋଟିଏ ପରିଚାଳନା କମିଟି ଗଠନ କରାଯାଇ ଅଳ୍ପ ମାସିକ ଦେୟ ରେ ବ୍ୟାଡ଼ମୀଣ୍ଟନ ସୁରୁଖୁରୁରେ ଚାଲିଥିଲା l
ଗତ ତିନିବର୍ଷ ପୂର୍ବେ ଆରମ୍ଭ ହେଲେ ଅନଲାଇନ ପ୍ରିପେଡ଼ ଧାରା, ପେ ଏଣ୍ଡ ପ୍ଲେ ଆପ ରେ ପଞ୍ଜିକରଣ l ଯେଉଁଥିରେ ନାମ ମାତ୍ର ମହାନଗର ବୋଲି ମାସିକୁ ୫,00/- ଟଙ୍କା ଜାଗାରେ ୧,000/-ଟଙ୍କା ଦେବାକୁ କୁହାଗଲା l ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କର ଉଦ୍ୟେଶ୍ୟରେ ଦାବିପତ୍ର ଦେବାରୁ ୧,000/- ଜାଗାରେ ୮,00/- ଟଙ୍କା ଧାର୍ଯ୍ୟ କରାଗଲା l ହେଲେ ଖେଳାଳି ଙ୍କର ପାଇଁ କୌଣସି ସୁବିଧା ମିଳିଲା ନାହିଁ l ସବୁ ଆଦାୟ ଅର୍ଥ ଚାଲିଗଲା କ୍ରୀଡା ବିଭାଗ ତଥା ସରକାର ପାଖକୁ, ଯଦ୍ୱାରା ସାମାନ୍ୟତମ ରକ୍ଷଣାବେକ୍ଷଣ ବି ହେଲାନାହିଁ l
ଗତବର୍ଷ ନୁଆଁଖାଇ ରେ ମୁଖ୍ୟମନ୍ତ୍ରୀ ଙ୍କର ସମ୍ବଲପୁର ଗସ୍ତ ସମୟରେ ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଓ କୃଷି ସଚିବ ଅରବିନ୍ଦ ପାଢ଼ୀଙ୍କ ଉପସ୍ଥିତିରେ ଏହି ସବୁ ସମସ୍ୟା ବିଷୟରେ ଏକ ଦାବିପତ୍ର ପ୍ରଦାନ କରା ଯାଇଥିଲା l
ହେଲେ ଗୋଟିଏ ବର୍ଷ ପରେବି କୌଣସି ସୁଫଳ ମିଳିନାହିଁ ବୋଲି ଆମର ବ୍ୟାଡ଼ମୀଣ୍ଟନ କ୍ଲବର ସଂଯୋଜକ ସୂର୍ଯ୍ୟ ପାଣିଗ୍ରାହୀ କ୍ଷୋଭ ପ୍ରକାଶ କରିଛନ୍ତି l
ଶ୍ରୀ ପାଣିଗ୍ରାହୀ ଉଲ୍ଲେଖ କରିଛନ୍ତି ଯେ, ଏହା ପୂର୍ବରୁ ମଧ୍ୟ ପୂର୍ବ ସରକାରର ମୁଖ୍ୟମନ୍ତ୍ରୀ, କ୍ରୀଡା ମନ୍ତ୍ରୀ, ଫାଇଫ ଟି ସେକ୍ରେଟାରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଥିଲା l
ସୂଚନାଯୋଗ୍ୟ ଯେ, ଖେଲୋ ଇଣ୍ଡିଆ ଯୋଜନା ରେ କେନ୍ଦ୍ର ସରକାର କ୍ରୀଡା ର ବିକାଶ ପାଇଁ କାର୍ଯ୍ୟ କରୁଥିବା ବେଳେ ଏମିତି ଛୋଟ ଛୋଟ ସମସ୍ୟାର ସମାଧାନ ହେଉନାହିଁ କାହିଁକି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜିଲ୍ଲା ପ୍ରଶାସନ ଏଦିଗରେ ଆଗ୍ରହ ଦେଖାଇ ବୀର ସୁରେନ୍ଦ୍ର ସାଏ ବ୍ୟାଡ଼ମୀଣ୍ଟନ ହଲ ର ଉନ୍ନତି ଦିଗରେ ତଥା ସମ୍ବଲପୁର ର କ୍ରୀଡା ଭିତ୍ତିଭୂମି ର ବିକାଶ ଦିଗରେ ଯୋଜନା ପ୍ରସ୍ତୁତ କରିବାକୁ ଏକ ପ୍ରେସ ବିବୃତିରେ ଶ୍ରୀ ପାଣିଗ୍ରାହୀ ଦାବୀ ଜଣାଇଛନ୍ତି l
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ