ଆଂଟି ରାଗିଂ ସପ୍ତାହ ପାଳିତ
ବାରିପଦା,୧୬ ଅଗଷ୍ଟ (ହି.ସ.) - ମୟୂରଭଞ୍ଜ ଜିଲ୍ଲା ଖୁଂଟା ବ୍ଲକସ୍ଥିତ ଓମ୍ ସାଇ ପାରା ମେଡିକାଲ କଲେଜରେ ଆଂଟିରାଗିଂ ସପ୍ତାହ ପାଳିତ ହୋଇଛି। ଡୁକୁରାର ଆମ୍ବଡ଼ାଳି ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଭାପତି ଖଗେନ୍ଦ୍ର ନାଥ ମହାନ୍ତ, ସହ ସମ୍ପାଦକ କନସନ ନାଏକ ପ୍ରମୁଖ ଅତିଥି ରୂପେ ଯୋଗ ଦେ
Anti Raging week


ବାରିପଦା,୧୬ ଅଗଷ୍ଟ (ହି.ସ.) - ମୟୂରଭଞ୍ଜ ଜିଲ୍ଲା ଖୁଂଟା ବ୍ଲକସ୍ଥିତ ଓମ୍ ସାଇ ପାରା ମେଡିକାଲ କଲେଜରେ ଆଂଟିରାଗିଂ ସପ୍ତାହ ପାଳିତ ହୋଇଛି। ଡୁକୁରାର ଆମ୍ବଡ଼ାଳି ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଭାପତି ଖଗେନ୍ଦ୍ର ନାଥ ମହାନ୍ତ, ସହ ସମ୍ପାଦକ କନସନ ନାଏକ ପ୍ରମୁଖ ଅତିଥି ରୂପେ ଯୋଗ ଦେବା ସହ କଲେଜର ବରିଷ୍ଠ ଅଧ୍ୟାପକ ବେଣୁଧର ସାହୁ, ବିଭୁତି ଭୁଷଣ ମହାନ୍ତ , ବିଶ୍ୱଜିତ ପରିଡ଼ା ଓ ସହ ଅଧ୍ୟାପକ ଅଧ୍ୟାପିକା ଭାଗ୍ୟଶ୍ରୀ ଗିରି, ଦେବିଶ୍ରୀ ମାରାଣ୍ଡି, ପ୍ରତିକ୍ଷା ଦେ, ଦିବ୍ୟ ଦର୍ଶନ ସୋରେନ, ଓମକାର ମଣ୍ଡଳ, ସମିର କଲିଆ ,ଅନୁଶ୍ରୀ ସାହୁ,ସୋମା ଜାନା, ଇତିଶ୍ରୀ ମୁଦୁଲି ପ୍ରମୁଖ ଯୋଗଦେଇ ରାଗିଂ କରିବା ଏକ ଦଣ୍ଡନୀୟ ଅପରାଧ ବୋଲି ମତପ୍ରକାଶ କରିଥିଲେ। ଏହାଠାରୁ ଛାତ୍ରଛାତ୍ରୀ ମାନେ ଦୂରେଇ ରହିବା ଉଚିତ୍‌। ଭାରତର ସର୍ବୋଚ୍ଚ ନ୍ୟାୟାଳୟ ରାଗିଂ କରିବା ଏକ ଅପରାଧ ବୋଲି ବିବେଚନା କରି ଏଥି ପାଇଁ ଦଣ୍ଡବିଧାନ କରିଛନ୍ତି। ୟୁଜିସି ମଧ୍ୟ ଏକ ନୋଟିସ୍ ମାଧ୍ୟମରେ କୌଣସି ଛାତ୍ରଛାତ୍ରୀ ଯଦି ରାଗିଂର ଶିକାର ହୁଅନ୍ତି ତେବେ ସେମାନେ ଆଂଟିରାଗିଂ ହେଲ୍ପଲାଇନ ନମ୍ୱର ୧୮୦୦୧୮୦୫୫୨୨କୁ କଲ କରି ଅଭିଯୋଗ କରିବାକୁ କୁହାଯାଇଛି ବୋଲି ଅତିଥିମାନେ ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ ଆବଶ୍ୟକ ସ୍ଥଳେ ରାଗିଂ କରିଥିବା ଛାତ୍ରୀ କିମ୍ବା ଛାତ୍ର ଏବଂ ରାଗିଂରେ ଶିକାର ହୋଇଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ଉପସ୍ଥିତିରେ ଅନୁଷ୍ଠାନ କର୍ତୁପକ୍ଷ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ପାରିବେ ବୋଲି ପ୍ରକାଶ କରିଥିଲେ ଛାତ୍ରଛାତ୍ରୀ ମାନେ ରାଗିଂ ଠାରୁ ଦୂରେଇ ରହି ନିଜକୁ ଭଲ ମଣିଷ ହୋଇ ଗଢିତୋଳିବାକୁ ପରାମର୍ଶ ଦେଇଥିଲେ। ଅଧ୍ୟାପିକା ଭାଗ୍ୟଶ୍ରୀ ଗିରିଙ୍କ ତତ୍ୱାବଧାନରେ କଲେଜର କିଛି ଛାତ୍ରଛାତ୍ରୀ ମାନଙ୍କୁ ନେଇ ଆଂଟିରାଗିଂ ଉପରେ ଆଧାରିତ ଏକ କ୍ଷୁଦ୍ର ନାଟକ ପ୍ରସ୍ତୁତ କରି ଛାତ୍ରଛାତ୍ରୀ ମାନଙ୍କୁ ସଚେତନ ବାର୍ତା ପ୍ରଦାନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande