ପିଏମଟିରେ ଡ୍ରାଇଭର ନିଯୁକ୍ତି ପାଇଁ ଶାରୀରିକ ଦକ୍ଷତା ପରୀକ୍ଷା ୨୨ରେ
ଭୁବନେଶ୍ୱର, ୧୬ ଅଗଷ୍ଟ (ହି.ସ)- ପୋଲିସ ମୋଟର ଟ୍ରାନ୍ସପୋର୍ଟ (ପିଏମଟି) ରେ ଡ୍ରାଇଭର ନିଯୁକ୍ତି ନିମନ୍ତେ ଚଳିତ ମାସ ୨୨ ତାରିଖରୁ ଶାରୀରିକ ଦକ୍ଷତା ପରୀକ୍ଷା ଏବଂ ଡ୍ରାଇଭିଂ ପରୀକ୍ଷା ରାଜ୍ୟର ଭୁବନେଶ୍ୱର, ସମ୍ବଲପୁର, ବ୍ରହ୍ମପୁର, ବାଲେଶ୍ୱର ଏବଂ କୋରାପୁଟଠାରେ ଅନୁଷ୍ଠିତ ହେବ। ଓଡିଶା ପୋଲିସ ପକ୍ଷରୁ
ପିଏମଟିରେ ଡ୍ରାଇଭର ନିଯୁକ୍ତି ପାଇଁ ଶାରୀରିକ ଦକ୍ଷତା ପରୀକ୍ଷା ୨୨ରେ


ଭୁବନେଶ୍ୱର, ୧୬ ଅଗଷ୍ଟ (ହି.ସ)- ପୋଲିସ ମୋଟର ଟ୍ରାନ୍ସପୋର୍ଟ (ପିଏମଟି) ରେ ଡ୍ରାଇଭର ନିଯୁକ୍ତି ନିମନ୍ତେ ଚଳିତ ମାସ ୨୨ ତାରିଖରୁ ଶାରୀରିକ ଦକ୍ଷତା ପରୀକ୍ଷା ଏବଂ ଡ୍ରାଇଭିଂ ପରୀକ୍ଷା ରାଜ୍ୟର ଭୁବନେଶ୍ୱର, ସମ୍ବଲପୁର, ବ୍ରହ୍ମପୁର, ବାଲେଶ୍ୱର ଏବଂ କୋରାପୁଟଠାରେ ଅନୁଷ୍ଠିତ ହେବ। ଓଡିଶା ପୋଲିସ ପକ୍ଷରୁ ଏକ୍ସ ଜରିଆରେ ଏହି ସୂଚନା ଦିଆଯାଇଛି।

ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଆଶାୟୀ ପ୍ରାର୍ଥୀମାନେ ପ୍ରବେଶ ପତ୍ର ଡାଉନଲୋଡ଼ କରିବା ସହ ଅଧିକ ସୂଚନା ନିମନ୍ତେ ଓଡ଼ିଶା ପୋଲିସ ୱେବସାଇଟ ବ୍ୟବହାର ଅନୁରୋଧ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande