ଜୟପୁର, 16 ଅଗଷ୍ଟ (ହି.ସ.)
ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ ହୋଇଥିବା ହର ଘର ତିରଙ୍ଗା ଶୋଭାଯାତ୍ରା – ୨୦୨୫ କାର୍ଯ୍ୟକ୍ରମ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ରେ ଉଦ୍ଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ଜାତୀୟ ପତାକା ପ୍ରତି ଗଭୀର ସମ୍ମାନ ଓ ଶ୍ରଦ୍ଧା ବ୍ୟକ୍ତ କରିବା ସହିତ ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀଙ୍କ ମଧ୍ୟରେ ଦେଶଭକ୍ତି ଓ ଜାତୀୟତା ଭାବ ଜାଗୃତ କରିବା।
ଏହି ବିଶେଷ କାର୍ଯ୍ଯକ୍ରମ ଅବସରରେ ବିଶ୍ୱବିଦ୍ୟାଳୟର ମାନ୍ୟନୀୟ ଭାରପ୍ରାପ୍ତ କୁଳପତି ପ୍ରଫେସର ଏନ. ସି. ପଣ୍ଡା, ବିତ୍ତ ଅଧିକାରୀ ଓ ରେଜିଷ୍ଟ୍ରାର (ଭାରପ୍ରାପ୍ତ) ଶ୍ରୀ ଦୁର୍ୟୋଧନ ସେଠୀ, ଆଣ୍ଟି-ର୍ୟାଗିଂ ସମିତି ଅଧ୍ୟକ୍ଷ ପ୍ରଫେସର ରଥି କାନ୍ତ କୁମ୍ଭାର, ଛାତ୍ର କଲ୍ୟାଣ ଅଧିଷ୍ଠାତା ଡ଼. ରମେନ୍ଦ୍ର ପାଢୀ, ବିକସିତ ଭାରତ ଯୁବ କନେକ୍ଟ ପ୍ରୋଗ୍ରାମ ର ନୋଡାଲ ଅଫିସର, ଏନ.ଏସ୍.ଏସ୍. ସମନ୍ୱୟକ ଓ ହର ଘର ତିରଙ୍ଗା ଯାତ୍ରା ପ୍ରୋଗ୍ରାମ କୋ-ଅର୍ଡିନେଟର ଡ଼. ଅଞ୍ଜନେୟୁଲୁ ଠୋଟାପଲ୍ଲି ଓ ବିଶ୍ବବିଦ୍ୟାଳୟର ଲୋକ ସମ୍ପର୍କ ଅଧିକାରୀ ଡ଼.ଫଗୁନାଥ ଭୋଇଙ୍କ ସମେତ ବିଶ୍ବବିଦ୍ୟାଳୟର ସମସ୍ତ ଅଧ୍ୟାପକ, କର୍ମଚାରୀ ଓ ଛତ୍ର ଛାତ୍ରୀ ମାନେ ଯୋଗଦେଇଥିଲେ ।
ଯାତ୍ରାର ଆରମ୍ଭ ନୂତନ ଶିକ୍ଷାନୁଷ୍ଠାନ ଭବନରୁ ଆରମ୍ଭ ହୋଇ ଏକାଡେମିକ୍ ଭଲ୍କ – ୩ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀମାନେ ତିରଙ୍ଗା ହାତରେ ଧରି ଗର୍ବ ଓ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମର ଶେଷରେ ସମସ୍ତେ ଜାତୀୟ ପତାକାର ଗରିମା ରକ୍ଷା କରିବା ଓ ଦେଶର ଉନ୍ନତି ପାଇଁ କାର୍ଯ୍ୟ କରିବା ପ୍ରତି ଶପଥ ନେଇଥିଲେ।
ଅତିଥିମାନଙ୍କୁ ତିରଙ୍ଗା ଉତ୍ତରୀୟ ଓ ପକେଟ ବ୍ୟାଜ୍ ବିତରଣ କରାଯାଇଥିଲା, ତାପରେ ଶୋଭାଯାତ୍ରାର ଔପଚାରିକତା ଆରମ୍ଭ ହୋଇଥିଲେ । ଶୋଭାଯାତ୍ରା ଦେଶଭକ୍ତି ଓ ଏକତାର ମନୋଭାବରେ ଜନସାଧାରଣ ମଧ୍ୟରେ ଏକ ଶକ୍ତିଶାଳୀ ସନ୍ଦେଶ ଦେଇ ସଫଳତାର ସହିତ ଅନୁଷ୍ଠିତ ହୋଇଥିଲା ବୋଲି ଲୋକସମ୍ପର୍କ ଅଧିକାରୀ ଡ଼ଃ ଫଗୁନାଥ ଭୋଇ ଜଣେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି