କନ୍ଧମାଳ, ୧୬ ଅଗଷ୍ଟ(ହି.ସ.) – ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ରାଜେଶ ଦାଶ ଆଜି, ବିଦ୍ୟାଳୟ ଶ୍ରେଣୀ ଗୃହ ନିର୍ମାଣ ଅର୍ଥ ଆତ୍ମସାତ୍ କରିଥିବା ଅଭିଯୋଗରେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ରାଙ୍ଗାପାରୁ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ନାୟକଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୫୦ ହଜାର ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜୋରିମାନା ଅନାଦେୟ ଆଉ ଅଧିକ ୪ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ନିଜ ରାୟରେ ପ୍ରକାଶ କରିଛନ୍ତି ବିଚାରପତି। ସୁଚନା ଅନୁସାରେ ଗତ ୨୦୧୫ ମସିହା ରେ ସେ ଉପୋରୋକ୍ତ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଓ ବିଦ୍ଯାଳୟର ପରିଚାଳନା କମିଟି ର ସମ୍ପାଦକ ଥିବା ବେଳେ, ବିଦ୍ୟାଳୟ ର ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଉଦ୍ଦିଷ୍ଟ ଥିବା ୨ ଲକ୍ଷ ୪୯ ହଜାର ୩୪୧ ଟଙ୍କା ଆତ୍ମସାତ ହୋଇଥିବା ନେଇ ଅଭିଯୋଗ ପାଇବା ପରେ ବ୍ରହ୍ମପୁର ଭିଜିଲାନ୍ସ ଡିଏସପି ସୁରେନ୍ଦ୍ରନାଥ ପାଣିଗାହି ଏକ ଅଭିଯୋଗ କରିଥିଲେ। ଅଭିଯୋଗ ପ୍ରକାରେ ଭିଜିଲାନ୍ସ ଥାନାରେ ଏକ ମାମଲା ୧୦/୨୦୧୫ ରୁଜୁ ହୋଇଥିଲା। ଘଟଣାକୁ ଭିଜିଲାନ୍ସ ଡିଏସପି ଏଚ୍ କେ ବେହେରାଙ୍କ ନେତୃତ୍ୱରେ ଇନିସପେକଟର ପୁଲସ୍ତି ଛତ୍ରିଆ ଏବଂ ଅନ୍ୟ ମାନଙ୍କ ତଦନ୍ତ ଆରମ୍ଭ କରିଥିଲା ଭିଜିଲାନ୍ସ। ଘଟଣା ଜଣାପଡିବା ପରେ ପ୍ରଧାନ ଶିକ୍ଷକ ଫେରାର ହୋଇଯାଇଥିଲେ। ଏବଂ ଭିଜିଲାନ୍ସ କୋର୍ଟରେ ମାମଲାର ବିଚାରଣା ଆରମ୍ଭ ହୋଇଥିଲା। ଆଜି ସେହି ମାମଲାରର ବିଚାରଣ କରି ବିଚାରପତି ଉପରୋକ୍ତ ରାୟ ଶୁଣାଇଛନ୍ତି। ମାମଲାକୁ ସ୍ୱତନ୍ତ୍ର ଭିଜିଲାନ୍ସ ପିପି ଭି ଭି ରାମଦାସ ପରିଚାଳନା କରୁଥିଲେ।
ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ