କେନ୍ଦ୍ରାପଡ଼ା, ୧୬ ଅଗଷ୍ଟ(ହି.ସ.) – ଆଳି ପୋଲିସ ତରଫରୁ ଆଜି ପୂର୍ବାହ୍ନ ଓ ସନ୍ଧ୍ୟା ସମୟରେ କଟକ ଚାନ୍ଦବାଲି ରାସ୍ତା ର ସଲଗ୍ନ ଭୂଇଁପୁର ଛକ ଏବଂ ଡ଼ାକବଙ୍ଗଳା ଛକ ଠାରେ ଗାଡି ଚେକିଙ୍ଗ କଡାକଡୀ କରୁଥୁବା ନଜରକୁ ଆସିଛି। ଖବର ସୂତ୍ରରୁ ପ୍ରକାଶ ଯେ ଗତକାଲି ଆଳି ଥାନାରେ ନୂତନ ଭାରପ୍ରାପ୍ତ ଅଧିକାରୀ ଭାବେ ଧୀରଜ କୁମାର ଲେଙ୍କା ଯୋଗଦାନ କରିଥିଲେ। ଶ୍ରୀ ଲେଙ୍କା ଯୋଗ ଦେବା ପରେ ଆଜିର ଏହି ଧରପଗଡ ଅଭିଯାନରେ ରାସ୍ତାରେ ଯାତାୟାତ କରୁଥିବା ସମସ୍ତ ଯାନବାହାନ ଯଥା ବାଇକ, ଚାରିଚକିଆ ଆଦି ଯାନ କୁ ପୋଲିସ ଯାଂଚ କରୁଛି। ଏଥିସହିତ ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟକଳାପ, ହେଲମେଟ ଚେକିଂ, ଦ୍ରୁତ ଗତି ରେ ଗାଡି ଚାଳନା, ଅଙ୍କାବଙ୍କା ଗାଡି ଚାଳନା, ମଦ୍ୟପାନ କରି ଗାଡି ଚଳାଉଥିବା ଚାଳକଙ୍କ ବିରୋଧରେ ଜନସାଧାରଣଙ୍କୁ ସଚେତନ କରି ଆବଶ୍ୟକ ସ୍ଥଳେ ଅମାନିଆ ମଟର ଚାଳକଙ୍କ ଠାରୁ ଗାଡି ଜବତ କରି ଚାଲାଣ କଟାଯାଉଛି। ପୂର୍ବ ସୂଚନା ମୁତାବକ ଅପରପକ୍ଷେ ଆଜି ଆଳି ପୋଲିସ ଗଞ୍ଜେଇ ଓ ମଦ ଆଦି ଅବକାରୀ ଦ୍ରବ୍ୟ ସହିତ ଅନ୍ୟ ଅପରାଧିକ ଦ୍ରବ୍ୟ ଚୋରା ଚାଲାଣକୁ ଧରିବା ପାଇଁ ଚାରିଚକିଆ ଯାନ ଗୁଡିକ ର ଡ଼ିକି ଚେକ କରିବା ସହିତ କାଗଜ ପତ୍ର ମଧ୍ୟ ଯାଂଚ କରିଥିଲା। ଆଳି ପୋଲିସ ର ଏହି ଭଳି କାର୍ଯ୍ୟକ୍ରମ କୁ ଆଳି ବୁଦ୍ଧିଜୀବୀ ମହଲ ରେ ପ୍ରଂଶସା କରାଯାଇଥିବା ବେଳେ ସମସ୍ତେ ସଚେତନ ହେଲେ ଦୁର୍ଘଟଣା ର ହାର କମିବ ବୋଲି ମତ ପ୍ରକାଶ ପାଇଛି।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରବି