ଭୁବନେଶ୍ୱର, 16 ଅଗଷ୍ଟ (ହି.ସ.)
- ସ୍ବାମୀ
ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ୧୮ ତମ ବଳିଦାନ ଦିବସ । ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ
ହତ୍ୟାକାରୀ ମାନଙ୍କୁ ମାଟି ତଳୁ ଖୋଜି ବାହାର କରିବ ବିଜେପି ସରକାର ବୋଲି କହିଛନ୍ତି ବିଜେପି
ବିଧାୟକ ବାବୁ ସିଂ । ହତ୍ୟାକାରୀ ଯେତେ ବଡ ବ୍ୟକ୍ତିତ୍ଵର ଅଧିକାରୀ ହୁଅନ୍ତୁ, ରାଜନୀତି ପଦପଦବୀରେ
ବସିଥାଆନ୍ତୁ କିମ୍ବା ପ୍ରଶାସନିକ ବ୍ୟବସ୍ଥାରେ ବଡ ପଦବୀରେ ଥାଆନ୍ତୁ ତାଙ୍କୁ ମାଟି ତଳୁ ବାହାର
କରାଯିବ। ସରକାର ଉପରେ ସାଧାରଣ ଲୋକଙ୍କ ଭରସା ଅଛି। ଆଜି ତାଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ
ସଭାମଞ୍ଚରୁ ସାଧୁ ସନ୍ଥ ମାନେ ମଧ୍ୟ ଆହ୍ବାନ ଦେଇଥିବା କହିଛନ୍ତି ବିଧାୟକ ବାବୁ ସିଂ। ୧୮ ବର୍ଷ
ହେଇଗଲା। ହତ୍ୟାକାରୀ ମାନେ ବାହାରେ ବୁଲୁଛନ୍ତି। ବିଜେପି ସରକାର ଦାୟିତ୍ଵ ନେବାର ବର୍ଷେ ହେଲା
।ଏ ସରକାର ହତ୍ୟାକାରୀ, ଆସାମୀ ମାନଙ୍କ ଧରିବ। ହତ୍ୟାରେ ସଂଶ୍ଳିଷ୍ଟ ବା ସଂପୃକ୍ତ ଥିବା ଷଡ଼ଯନ୍ତ୍ରକାରୀ ମାନେ
ଧରପଡ଼ିବେ। ସେମାନଙ୍କ ବିରୁଦ୍ଧରେ ତଦନ୍ତ ଚାଲିଛି। ମାଟି ତଳେ ଥିଲେ ବି ବାହାର କରାଯିବ
କହିଛନ୍ତି ବିଧାୟକ ବାବୁ ସିଂ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା