ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବଳିଦାନ୍ ବେକାର ଯିବନାହିଁ - ବିଜେପି
ଭୁବନେଶ୍ୱର, 16 ଅଗଷ୍ଟ (ହି.ସ.) - ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଥିଲେ ସମାଜ ସଂସ୍କାରକ ତଥା ଯୋଗଜନ୍ମା । ସେ କେବଳ ବ୍ୟକ୍ତି ନଥିଲେ ଅନୁଷ୍ଠାନ ଥିଲେ। ତାଙ୍କ ବିଚାର ଧାରା ଓ କଠିନ ପରିଶ୍ରମ ସାଧାରଣ ଲୋକଙ୍କୁ ପ୍ରଭାବିତ କରିଥିଲା । ପ୍ରତିକୂଳ ପରିସ୍ଥତି ରେ ନୂଆ ରାସ୍ତା
ସ୍ୱାମୀ ଲକ୍ଷ୍ମଣାନନ୍ଦ     ସରସ୍ବତୀଙ୍କ ବଳିଦାନ୍ ବେକାର ଯିବନାହିଁ - ବିଜେପି


ଭୁବନେଶ୍ୱର, 16 ଅଗଷ୍ଟ (ହି.ସ.)

- ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଥିଲେ ସମାଜ

ସଂସ୍କାରକ ତଥା ଯୋଗଜନ୍ମା । ସେ କେବଳ ବ୍ୟକ୍ତି ନଥିଲେ ଅନୁଷ୍ଠାନ ଥିଲେ। ତାଙ୍କ ବିଚାର ଧାରା ଓ

କଠିନ ପରିଶ୍ରମ ସାଧାରଣ ଲୋକଙ୍କୁ ପ୍ରଭାବିତ କରିଥିଲା । ପ୍ରତିକୂଳ ପରିସ୍ଥତି ରେ ନୂଆ ରାସ୍ତା

ତିଆରି କରିପାରୁଥିଲେ । ତାଙ୍କ ବଳିଦାନ୍ ବେକାର ଯିବନାହିଁ। ହିନ୍ଦୁ ସନାତାନି ମାନେ ତାଙ୍କ ହତ୍ୟାରେ

ମର୍ମାହତ, ବିଚଳିତ। ଆଜି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ ଙ୍କ ୧୮ ତମ ବଳିଦାନ ଦିବସ ଅବସରରେ ଗଣଦୌଡ

ଅବସରରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି। ଭୁବନେଶ୍ୱର ୟୁନିଟ ୩ ପ୍ରଦର୍ଶନୀ

ପଡ଼ିଆରୁ ଗଣ ଦୌଡ଼ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବହୁ ସାଧୁ ସନ୍ଥ ସାମିଲ ହୋଇଥିଲେ ।

ସ୍ୱାମୀ ଲକ୍ଷ୍ମଣାନନ୍ଦ ନିଜ ଜୀବନ କୁ ସମାଜ ସେବା ପାଇଁ ଉତ୍ସର୍ଗ କରିଥିଲେ ତେଣୁ ତାଙ୍କରି ପଥ

ଅନୁସରଣ କରି ସମସ୍ତେ ଚାଲିବା ପାଇଁ ଆହ୍ବାନ ଦେଇଛନ୍ତି। ସମସ୍ତେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି

ପ୍ରଦାନ କରିଛନ୍ତି। ଗୋ ହତ୍ୟା ରୋକିବା , ଗୋ ମାତା ରକ୍ଷା କରିବା। ଶିକ୍ଷା- ସ୍ୱାସ୍ଥ୍ୟ ବ୍ୟବସ୍ଥା ସୁଧାରିବା

। ପାନୀୟ ଜଳ ଯୋଗାଣ ଓ ଅନୁସୂଚିତ ଜାତି ଙ୍କ ଆତ୍ମ ବିଶ୍ବାସ ଜାଗ୍ରତ କରିବା ଦିଗରେ ସେ କାମ

କରୁଥିଲେ ବୋଲି କହିଛନ୍ତି ମନମୋହନ ସାମଲ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande