ଧର୍ମଶାଳା,୧୬ ଅଗଷ୍ଟ(ହି.ସ.) - ପୂରପଲ୍ଲୀରେ ଧୂମଧାମରେ ପାଳିତ ହୋଇଯାଇଛି ୭୯ତମ ସ୍ୱାଧୀନତା ଦିବସ । ଏହି ଅବସରରେ ଯାଜପୁର ଜିଲା ରସୁଲପୁର ବ୍ଲକର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ,ପଂଚାୟତ କାର୍ଯ୍ୟାଳୟ ଓ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ପକ୍ଷରୁ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି । ବ୍ରହ୍ମବରଦା ଡିଗ୍ରୀ ମହାବିଦ୍ୟାଳୟରେ ଅଧ୍ୟକ୍ଷ ମହେଶ୍ୱର ପାଢୀ,ବ୍ରହ୍ମବରଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ଅକ୍ଷୟ କୁମାର ସାହୁ,ହାଜିରହିମିଆଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ମନୋରଂଜନ ବିଶ୍ୱାଳ,ଚାନ୍ଦପୁର-ମହେଶ୍ୱରପୁର ସରକାରୀ ଉଚ୍ଚ ବିଧ୍ୟାଳୟରେ ପ୍ରଧାନଶିକ୍ଷକ କ୍ଷେତ୍ରବାସୀ ସାମଲ,ବ୍ରହ୍ମବରଦା ବାଳିକା ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ନାରାୟଣ ଆୟଚ,ବନ୍ଧଡିହ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷୟିତ୍ରୀ ସ୍ୱର୍ଣ୍ଣାଞ୍ଜଳୀ ଆଚାର୍ଯ୍ୟ,ମା ଜାଡେଇ ଉପ୍ରା ବିଦ୍ୟାଳୟ ପ୍ରଧାନଶିକ୍ଷକ ଚିତରଂଜନ ବେହେରା,ବୈଷ୍ଣବ ନାୟକ ବିଦ୍ୟାପୀଠରେ ପ୍ରଧାନଶିକ୍ଷକ ସୁନନ୍ଦ ନାୟକ,ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ପ୍ରଧାନଆଚାର୍ଯ୍ୟା ସରୋଜୀନି ବେହେରା,ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସଭାପତି ପଂଚାନନ ରାଉତ,ବ୍ରହ୍ମବରଦା ବିଦ୍ୟୁତ କାର୍ଯ୍ୟାଳୟରେ କନିଷ୍କ ଯନ୍ତ୍ରୀ ଇବ୍ରାର ଅଲ୍ଲୀ, ଝାଲପଡାସ୍ଥ ମା ଜାଡେଇ ଯୁବ ସଂଘରେ ପ୍ରଧାନଶିକ୍ଷକ ଚିତ ରଂଜନ ବେହେରା,ବ୍ରହ୍ମବରଦା ପଂଚାୟତ କାର୍ଯ୍ୟାଳୟରେ ସରପଂଚ ମମତା ଶୁଭଦର୍ଶନୀ ଦେଓ,ବ୍ରହ୍ମବରଦା ଥାନାରେ ଏସ୍ଆଇ ସନ୍ତୋଷ କୁମାର ସେଠୀ,ବ୍ରହ୍ମବରଦା ଅବସରପ୍ରାପ୍ତ କର୍ମଚାରୀ ସଂଘ କାର୍ଯ୍ୟାଳୟରେ ସଭାପତି ସେକ୍ ଅକ୍ତର ହୋସେନ ଖାଁନ,ଯାଜପୁର ଆଂଚଳିକ ବିଡି ଶ୍ରମିକ ସଂଘ କାର୍ଯ୍ୟାଳୟ ଓ ବ୍ରହ୍ମବରଦା ବଜାର କମିଟିରେ ଶ୍ରମିକ ନେତା ପ୍ରଦୀପ ଦାସ,ବ୍ରହ୍ମବରଦା ବିଜେପି କାର୍ଯ୍ୟାଳୟରେ ଡ. ପୁର୍ଣ୍ଣ ଚନ୍ଦ୍ର ସାହୁ ପ୍ରମୁଖ ପତାକା ଉତୋଳନ କରିଥିଲେ । ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ଅଂଚଳ ପରିକ୍ରମା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ