ଶ୍ରୀମନ୍ଦିର ଉତ୍ତରଦ୍ୱାର ରେ ପ୍ରବଳ ଗହଳି
ପୁରୀ, , 16 ଅଗଷ୍ଟ (ହି.ସ.)- ଶନିବାରେ ସକାଳୁ ଶ୍ରୀମନ୍ଦିର ସିଂହଦ୍ୱାର, ଉତ୍ତର ଓ ପଶ୍ଚିମ ଦ୍ୱାର ରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା | ଏ ସମ୍ପର୍କ ରେ ସାମାଜିକ ଗଣମାଧ୍ୟମ ରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି | ଏପରିକି କେତେକ ଭକ୍ତ ବ୍ୟାରିକେଟ ଡେଇଁ ଯାଉଥିବା ଦୃଶ୍ୟମାନ ହେଊଛି | ଏ ଆଇ କ୍ୟେମେରା ନ ଥିବା ଅଭିଯୋଗ ହୋଇଛି |ଏତେ ଗହଳି କୁ ଦୁଇ ତିନି ଜଣ ପୋଲିସ କଣ୍ଟ୍ରୋଲ କରିପାରୁ ନ ଥିବା ଦେଖିବାକୁ ମିଳୁଛି | ଗତ ୩ ବର୍ଷ ଧରି ଭକ୍ତ ଶୃଙ୍ଖଳିତ ଦର୍ଶନ କରିପାରୁ ନାହାଁନ୍ତି |ସ୍ଥାନୀୟ ବାସିନ୍ଦାମାନେ ପ୍ରାୟ ଯାଉନଥିବା ଦେଖିବାକୁ ମିଳୁଛି | ଧାଡି ଦର୍ଶନ ଫାଇଲ ଭିତରେ ବନ୍ଧା ହୋଇ ରହିଛି | ଭିଆଇପି ଦର୍ଶନ ସୁଖଦ ହେଉଥିବା ବେଳେ ସାଧାରଣ ଦର୍ଶନ ଦୁଃଖଦ ହେଉଥିବା ଅଭିଯୋଗ ହେଊଛି | ବାହାରେ ଧାଡିରେ ଯାଉଥିବା ବେଳେ ନାଟମନ୍ଦିର ଓ ବାହାର କାଠ ପାଖରେ ଠେଲା ପେଲା ଦେଖିବାକୁ ମିଳୁଛି | ସୁଖଦ, ସୁରୁଖୁରୁ, ଧାଡି ରେ ବାହାର କାଠ ପାଖରେ ତିନି ଠାକୁର ଦର୍ଶନ ପାଇଁ ଭକ୍ତ ଦାବୀ ପ୍ରବଳ ହେଲାଣି |
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ