ଭୁବନେଶ୍ୱର, 16 ଅଗଷ୍ଟ (ହି.ସ.)- ସ୍ୱାମୀ
ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସରେ ତାଙ୍କୁ ନମନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି
ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ମହାନ ସମାଜ
ସଂସ୍କାରକ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ଅବସରରେ ତାଙ୍କ ଅମର ଆତ୍ମା
ନିକଟରେ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଅଛି।ସାମାଜିକ ବ୍ୟବସ୍ଥାରେ ସୁଧାର ଆଣିବାରେ
ସ୍ୱାମୀଜୀଙ୍କ ଅବଦାନ ଉଲ୍ଲେଖନୀୟ ଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା