ବଡଦେଉଳକୁ ଚଢୁଥିବା ବେଳେ ଧରିଲା ପୋଲିସ
ପୁରୀ, ୧୬ ଅଗଷ୍ଟ (ହି.ସ.) - ଶନିବାର ପୂର୍ବାହ୍ନରେ ଜଣେ ବ୍ୟକ୍ତି ବେହେରଣ ଦ୍ୱାର ବାଟ ଦେଇ ବଡଦେଉଳ ଉପରକୁ ଚଢୁଥିବା ସମୟରେ ପୋଲିସ ତାକୁ କାବୁ କରିଥିଲା । ୫ ଫୁଟ ଚଢିବା ପରେ ତାଙ୍କୁ ଜେଟିପି ଓ ସେବାୟତ ଦେଖି ଧରିଥିଲେ । ଉକ୍ତ ବ୍ୟକ୍ତିଙ୍କ ଘର ରାଂଚି ହୋଇଥିବା ଜଣାପଡିଛି । ସେ ମାନସିକ ଅନଗ୍ରସର ଥିବା
ବଡଦେଉଳକୁ ଚଢୁଥିବା ବେଳେ ଧରିଲା ପୋଲିସ


ପୁରୀ, ୧୬ ଅଗଷ୍ଟ (ହି.ସ.) - ଶନିବାର ପୂର୍ବାହ୍ନରେ ଜଣେ ବ୍ୟକ୍ତି ବେହେରଣ ଦ୍ୱାର ବାଟ ଦେଇ ବଡଦେଉଳ ଉପରକୁ ଚଢୁଥିବା ସମୟରେ ପୋଲିସ ତାକୁ କାବୁ କରିଥିଲା । ୫ ଫୁଟ ଚଢିବା ପରେ ତାଙ୍କୁ ଜେଟିପି ଓ ସେବାୟତ ଦେଖି ଧରିଥିଲେ । ଉକ୍ତ ବ୍ୟକ୍ତିଙ୍କ ଘର ରାଂଚି ହୋଇଥିବା ଜଣାପଡିଛି । ସେ ମାନସିକ ଅନଗ୍ରସର ଥିବା କୁହାଯାଉଛି । ପୋଲିସ ତାକୁ ସିଂହଦ୍ୱାର ଥାନାକୁ ନେଇ ପଚରାଉଚରା କରିଥିଲା । ସେ ମନ୍ଦିର ଉପରକୁ କାହିଁକି ଚଢୁଥିଲା, କଣ ପାଇଁ ଚଢୁଥିଲା, କେଉଁ ଉଦ୍ଦେଶ୍ୟରେ ଚଢୁଥିଲା ସେ ସମ୍ପର୍କରେ ପୋଲିସ ଖୋଳତାଡ କରୁଛି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande