ଭୁବନେଶ୍ୱର,୧୬ ଅଗଷ୍ଟ (ହି.ସ.) - ୭୯ତମ ସ୍ୱାଧୀନତା ଦିବସ ଅବସରରେ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳରେ ଏକ ବିଶାଳ ଓ ଦେଶଭକ୍ତିମୟ ଆୟୋଜନ ହୋଇଥିଲା । ମଣ୍ଡଳ ରେଳ ପ୍ରବନ୍ଧକ ଅଲୋକ ତ୍ରିପାଠୀ ଜାତୀୟ ପତାକା ଉତ୍ତୋଳନ କରି ରେଳ ସୁରକ୍ଷା ବଳ , ଭାରତ ସ୍କାଉଟ୍ସ ଏଣ୍ଡ ଗାଇଡ୍ସ, ସିଭିଲ୍ ଡିଫେନ୍ସ କର୍ମଚାରୀ ଓ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପକ୍ଷରୁ ପ୍ରଦର୍ଶିତ ଆକର୍ଷଣୀୟ ପେରେଡ୍ କୁ ନିରୀକ୍ଷଣ କରିଥିଲେ । ପେରେଡ୍ ସମୟରେ ଶ୍ରୀ ତ୍ରିପାଠୀ ସାଲ୍ୟୁଟ ଆଦାନ ପ୍ରଦାନ କରିଥିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦେଶପ୍ରେମ ଓ ଏକତାର ଜ୍ୱଳନ୍ତ ଦୃଶ୍ୟ ପ୍ରକାଶିତ ହୋଇଥିଲା ।
ରେଳ କର୍ମଚାରୀ ଓ ଯାତ୍ରୀମାନଙ୍କୁ ସମ୍ବୋଧନ କରି, ଶ୍ରୀ ତ୍ରିପାଠୀ ସ୍ୱାଧୀନତା ସେନାନୀମାନଙ୍କ ତ୍ୟାଗକୁ ସ୍ମରଣ କରିଥିଲେ ଓ ଭାରତୀୟ ରେଳ ଦେଶର ବିକାଶ, ସଂଯୋଗ ଓ ଏକତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ କହିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା