ଭୁବନେଶ୍ୱର, 16 ଅଗଷ୍ଟ (ହି.ସ.)- ଆଜି ଶିକ୍ଷକ
ସମାଜର ସମ୍ବିଧାନିକ ଦାବି ଦିବସ । ଅଗଷ୍ଟ ୧୬ ତାରିଖ
ଦିନ ବିଭିନ୍ନ ଶିକ୍ଷକ
ସଂଗଠନ ଦାବି ଦିବସ ପାଳନ କରିଆସୁଛି । ଆଜି ଗାନ୍ଧୀ ମାର୍ଗାର ବିଭିନ୍ନ ଶୀକ୍ଷକ ସଂଗଠନ ଭିନ୍ନ ଭିନ୍ନ ଫୋରମ୍ ରେ ଆନ୍ଦୋଳନ
କରୁଛନ୍ତି । ଆଜି ଲୋୟର ପିଏମଜି ରେ ୪୮୮ ବର୍ଗ ଅନୁଦାନ ପ୍ରାପ୍ତ କଲେଜ
ଅଧ୍ୟାପକ କର୍ମଚାରୀ ସମନ୍ଵୟ ସମିତି (ଯେଉଁଥିରେ ୨୮୮, ଡିଗ୍ରୀ କଲେଜ ଓ ୨୩୩ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ _ ଜୁନିୟର କଲେଜ ) , ସେପଟେ ନିଖିଳ ଉତ୍କଳ
ଶିକ୍ଷକ ମହାସଂଘ, ଓଡିଶା ରାଜ୍ୟ
ବେସରକାରୀ ଅଧ୍ୟାପକ ସଂଘ, ଏବଂ ଓଡିଶା ସ୍କୁଲ, କଲେଜ ଶୀକ୍ଷକ
କର୍ମଚାରୀ ସଂଘ ଏହା ସହ ୬୬୨ ଅନୁଦାନ ପ୍ରାପ୍ତ ବେସରକାରୀ ଅଧ୍ୟାପିକ ଓ କର୍ମଚାରୀ ସଂଘ ମଧ୍ୟ ଆନ୍ଦୋଳନ
କରୁଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା