ଆଶାକର୍ମୀଙ୍କୁ ଓ୍ବାର୍କର ମାନ୍ୟତା ଓ ଅନ୍ୟାନ୍ୟ ଦାବି ନେଇ ବ୍ୟାପକ ସଂଗ୍ରାମ ପାଇଁ ଆହ୍ବାନ
ଭୁବନେଶ୍ୱର, 17 ଅଗଷ୍ଟ (ହି.ସ.) ଏଆଇଟିୟୁସି ସହବନ୍ଧିତ ନିଷ୍ଫଳ ଓଡ଼ିଶା ଆଶା କର୍ମୀ ସଂଘ ତରଫରୁ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ପାଇଁ ଆଜି ଏଆଇଟିୟୁସି କାର୍ଯ୍ୟାଳୟରେ ସଂଘର ଉପ ସଭାପତି ପଞ୍ଚାନନ ମହାକୁଡ଼ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଆହ୍ବାନ ଦିଆଯାଇଛି । ଏଥି୍ରେ ଯୋଗ ଦେଇ ଏଆଇଟିୟୁସିର ରାଜ୍ୟ
ଆଶାକର୍ମୀଙ୍କୁ ଓ୍ବାର୍କର ମାନ୍ୟତା ଓ ଅନ୍ୟାନ୍ୟ ଦାବି ନେଇ ବ୍ୟାପକ ସଂଗ୍ରାମ ପାଇଁ ଆହ୍ବାନ


ଭୁବନେଶ୍ୱର, 17 ଅଗଷ୍ଟ (ହି.ସ.) ଏଆଇଟିୟୁସି ସହବନ୍ଧିତ ନିଷ୍ଫଳ ଓଡ଼ିଶା ଆଶା କର୍ମୀ ସଂଘ ତରଫରୁ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ପାଇଁ ଆଜି ଏଆଇଟିୟୁସି କାର୍ଯ୍ୟାଳୟରେ ସଂଘର ଉପ ସଭାପତି ପଞ୍ଚାନନ ମହାକୁଡ଼ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଆହ୍ବାନ ଦିଆଯାଇଛି । ଏଥି୍ରେ ଯୋଗ ଦେଇ ଏଆଇଟିୟୁସିର ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ଜେନା ତାଙ୍କ ବକ୍ତବ୍ୟରେ ବର୍ତ୍ତମାନର ସରକାର କ୍ଷମତାକୁ ଆସିବା ପରେ ଦୀର୍ଘ ଏକ ବର୍ଷ ହେଲା ନିୟମିତ ଭାବେ ମିଳୁନାହିଁ। ପ୍ରତିମାସ ଧାର୍ଯ୍ୟ ଭତ୍ତା ତିନି କିସ୍ତିରେ ମିଳୁଥିଲାବେଳେ ଅନ୍ୟାନ୍ୟ ପ୍ରୋତ୍ସାହନ ରାଶି ତଥ୍ୟ ସଠିକ୍ ଭାବେ ଜଣାପଡୁନାହିଁ । ସ୍ୱାସ୍ଥ୍ୟକାର୍ଡ ଯୋଜନାରେ କାର୍ଡ ବଣ୍ଟନର ଦାୟିତ୍ଵ ଆଶାକର୍ମୀଙ୍କୁ ଦିଆଯାଇଥିବାବେଳେ ବହୁ ପରିବାରର ବହୁ ବ୍ୟକ୍ତି କାର୍ଡ ପାଇନଥିବାରୁ ଅଯଥାରେ ଆଶାକର୍ମୀମାନଙ୍କୁ ଦୁବ୍ୟବହାର କରିବା ସହିତ ମାଡ ମାରିବାକୁ ପଛାଇ ନାହାନ୍ତି । ତେଣୁ ଆଶା କର୍ମୀଙ୍କ ଭତ୍ତା ବୃଦ୍ଧି, ଜାତୀୟ ଶ୍ରମ ସମ୍ମିଳନୀ ଅନୁସାରେ ୱାର୍କର ମାନ୍ୟତା, ଚାକିରିର ବୟସ ସୀମା ୬୨ବର୍ଷରୁ ୬୫ବର୍ଷକୁ ବୃଦ୍ଧି, ଅବସରକାଳୀନ ପ୍ରାପ୍ୟ ଏକ ଲକ୍ଷରୁ ପାଞ୍ଚ ଲକ୍ଷଟଙ୍କାକୁ ବୃଦ୍ଧି, କେନ୍ଦ୍ର ସରକାରଙ୍କ ସୁପାରିଶ ଅନୁସାରେ ବସ୍ ଓ ଟ୍ରେନ୍ ପାସ, ନରସିଂ ତାଲିମ ଓ ଏଏନ୍ଏମ୍ ନିଯୁକ୍ତି ପାଇଁ କୋଟା ଧାର୍ଯ୍ୟ ଓ ଅନ୍ୟାନ୍ୟ ଦାବିରେ ବ୍ୟାପକ ଆନ୍ଦୋଳନ ପାଇଁ ଆହ୍ବାନ ଦେଇଥିଲେ ଏବଂ ଆଗାମୀ ସେପ୍ଟେମ୍ବର ୪ରେ ମହାସମାବେଶରେ ସମସ୍ତ ଆଶାକର୍ମୀ ଯୋଗଦେବା ପାଇଁ ନିବେଦନ କରିଥିଲେ । ଏହି ବୈଠକରେ ସାଧାରଣ ସମ୍ପାଦିକା ନମିତା ସାହୁ ପ୍ରାରମ୍ଭିକ ସୂଚନା ଦେବାପରେ ଏଆଇଟିୟୁସି ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ସୁରଜେନା, ଆଶାକର୍ମୀ ସଂଘ ନେତ୍ରୀ ବାସନ୍ତୀ ପ୍ରଧାନ, ମଞ୍ଜୁଲତା ଭୋଇ, ସୁରେଖା ନାଗ, ଟିକେଶ୍ଵରୀ ପାଣ୍ଡେ, ସନ୍ତୋଷିନୀ ପଟ୍ଟନାୟକ, ସଙ୍ଗୀତା ନାୟକ, ସୁଜାତା ନାୟକ, ଜୟଶ୍ରୀ ଦେହୁରି, ସ୍ଵର୍ଣ୍ଣଲତା ପାଇକରାୟ, ରଞ୍ଜିତା ସାହୁ, ମମତା ରାଉତ, ଗୀତାଞ୍ଜଳି ପ୍ରଧାନ, ଓମି ଗୁପ୍ତା, ମମତା ପଣ୍ଡା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଆଗାମୀ ଦିନର ଆନ୍ଦୋଳନକୁ ସଫଳ କରିବା ପାଇଁ ଆହ୍ଵାନ ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande