ଆଦର୍ଶ ଗାଈ ଗୁହାଳରୁ ଏକ କୁଇଣ୍ଟାଲ ଡିଟୋରନେଟ ଜବତ
ଗଂଜାମ, 17 ଅଗଷ୍ଟ (ହି.ସ.) ଗଂଜାମ ଜିଲା ରଘୁନାଥପୁର ଆଦର୍ଶଗାଇ ଗହାଳରୁ ତୁମୁଡିବଂଧ ପୁଲିସ୍ ଓ ଚମାଖଣ୍ଡି ଥାନା ପୁଲିସ୍ ବିପୁଳ ପରିମାଣର ଅର୍ଥାତ ପ୍ରାୟ ଏକକୁଇଣ୍ଟାଲ ବିଷଫୋରକ ଡିଟରନେଟ ଜବତ କରିବାକୁ ସକ୍ଷମ ହୋଇଛି। ତୁମୁଡିବଂଧ ପୁଲିସ୍ ଯାନବାହାନ ତଦନ୍ତ କରୁଥିବା ବେଳେ ଗୋଟିଏ ଚାରି ଚକିଆ ଗାଡିର
ଆଦର୍ଶ ଗାଈ ଗୁହାଳରୁ ଏକ କୁଇଣ୍ଟାଲ ଡିଟୋରନେଟ ଜବତ


ଗଂଜାମ, 17 ଅଗଷ୍ଟ (ହି.ସ.) ଗଂଜାମ ଜିଲା ରଘୁନାଥପୁର ଆଦର୍ଶଗାଇ ଗହାଳରୁ ତୁମୁଡିବଂଧ ପୁଲିସ୍ ଓ ଚମାଖଣ୍ଡି ଥାନା ପୁଲିସ୍ ବିପୁଳ ପରିମାଣର ଅର୍ଥାତ ପ୍ରାୟ ଏକକୁଇଣ୍ଟାଲ ବିଷଫୋରକ ଡିଟରନେଟ ଜବତ କରିବାକୁ ସକ୍ଷମ ହୋଇଛି। ତୁମୁଡିବଂଧ ପୁଲିସ୍ ଯାନବାହାନ ତଦନ୍ତ କରୁଥିବା ବେଳେ ଗୋଟିଏ ଚାରି ଚକିଆ ଗାଡିରେ କିଛି ଡିଟୋରନେଟ ଥିବା ଜାଣିଏହାର ତଦନ୍ତ କରୁକରୁ ଏହାର ଚେର ଗଂଜାମ ଜିଲା ଯାଏ ମାଡିଥିବା ଜାଣିବାକୁ ପାଇଥିଲା। ତୁମୁଡିବଂଧ ପୁଲିସ୍ ଚମାଖଣ୍ଡି ପୁଲିସ୍ ସହାୟତାରେ ରଘୁନାଥପୁର ଆଦର୍ଶ ଗାଇ ଗୁହାଳରୁ ଏହି ଡିଟରନେଣ୍ଟ ଜବତ କରିବା ସହ ଜଣକୁ ଅଟକ ରଖି ତଦନ୍ତ କରୁଛି

। ରଘୁନାଥପୁରରୁ ଫୁଲବାଣୀ, କଳାହାଣ୍ଡି ଓ ଅନ୍ୟ ଅଂଚଳକୁ ଚାଲାଣ ହେଉଥିବା ଜଣାପଡ଼ିଛି ।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande