ରାଜସ୍ୱ ଅମଲା ସଂଘ ଆନ୍ଦୋଳନକୁ ବିରୋଧ ପ୍ରଦର୍ଶନ
ଜୟପୁର, ୧୭ ଅଗଷ୍ଟ(ହି.ସ.) – ଓଡ଼ିଶା ଅମଲା ସଂଘ ପ୍ରସ୍ତୁତି ବୈଠକରେ ଘୋଷଣା କଲେ ଓଡ଼ିଶା ଅମଲା ସଂଘ ସଭାପତି କୋରାପୁଟ ଜିଲ୍ଲା ଶାଖା ତଥା ରାଜ୍ୟ ଅତିରିକ୍ତ ସାଧାରଣ ସମ୍ପାଦକ ଓଡ଼ିଶା ଅମଲା ସଂଘ ଶ୍ରୀ ଶଶୀଭୂଷଣ ଦାଶ ଓ ଓଡ଼ିଶା ଅମଲା ସଂଘ ସଭାପତି କୋରାପୁଟ ଜିଲ୍ଲା ଶାଖା ତଥା ରାଜ୍ୟ ଅତିରିକ୍ତ ସାଧାରଣ ସମ୍ପାଦକ ଓଡ଼ିଶା ଅମଲା ସଂଘ ତଳ ଦିନରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜସ୍ୱ ଅମଲା ସଂଘ ସମସ୍ତ ଜିଲ୍ଲାସ୍ତରୀୟ ଅମଲାମାନଙ୍କ ପ୍ରତି କୁଠାରାଘାତ କରିଥିବା ଯୋଗୁଁ ଜିଲ୍ଲାସ୍ତରୀୟ ସମସ୍ତ ଅମଲା ସେମାନଙ୍କ ନ୍ୟାର୍ଯ୍ୟ ଦାବି ପାଇବାରୁ ବଂଚିତ ହୋଇଥିବା ଯୋଗୁଁ ରାଜସ୍ୱ ଅମଲା ସଂଘର ଆନ୍ଦୋଳନ ନିଷ୍ପତିକୁ ଓଡ଼ିଶା ଅମଲା ସଂଘ ତୀବ୍ର ବିରୋଧ କରୁଥିବା ପ୍ରକାଶ କରିଥିଲେ।
ଆଜି ନବରଙ୍ଗପୁର ଠାରେ ଆୟୋଜିତ ଓଡ଼ିଶା ଅମଲା ସଂଘର ପ୍ରସ୍ତୁତି ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବା ସହିତ ପୁଣିଥରେ ରାଜସ୍ୱ ଅମଲା ସଂଘ ବିରୋଧରେ ବିଭିନ୍ନ ଅଭିଯୋଗ ଆଣିଥିଲେ। ରାଜସ୍ୱ ଅମଲା ସଂଘ ସେମାନଙ୍କର କିଛିକୁ ଚକ୍ରାନ୍ତକାରୀ ସଦସ୍ୟ ରାଜସ୍ୱ ବ୍ୟତୀତ ଅନ୍ୟ ବିଭାଗରେ କାର୍ଯ୍ୟରତ ଅମଲାମାନଙ୍କୁ ନେଇ ଆନ୍ଦୋଳନରେ ଯୋଗଦାନ କରାଉଛନ୍ତି।
ରାଜସ୍ୱ ଅମଲା ସଂଘ ରେ ରହି ସେମାନେ ଓଡ଼ିଶା ଅମଲା ସଂଘ ର କର୍ମକର୍ତା ବଲାଇ ହେବା ସହିତ ବିଭିନ୍ନ ସ୍ଥାନରେ ଓଡ଼ିଶା ଅମଲା ସଂଘକୁ ବଦନାମ୍ କରିବାରେ ଆପ୍ରାଣ ଉଦ୍ୟମ କରୁଛନ୍ତି। ଓଡ଼ିଶା ଅମଲା ସଂଘ ରାଜସ୍ୱ ଅମଲା ସଂଘର ଆନ୍ଦୋଳନ ନିଷ୍ପତି କୁ ବିରୋଧ କରୁଥିବା ବେଳେ ଓଡ଼ିଶା ଅମଲା ସଂଘ ରାଜସ୍ୱ ଅମଲା ସଂଘର ଆନ୍ଦୋଳନକୁ ସମର୍ଥନ କରୁଥିବା ବାହାରେ ପ୍ରଚାର କରୁଛନ୍ତି।
ତେଣୁ ଶ୍ରୀ ଦାଶ ରାଜସ୍ୱ ଅମଲା ସଂଘ କର୍ମକର୍ତାମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସରକାରଙ୍କୁ ଅନୁରୋଧ କରିଥିଲେ।
ଉକ୍ତ ବୈଠକରେ ଓଡ଼ିଶା ଅମଲା ସଂଘ ନବରଙ୍ଗପୁର ଜିଲ୍ଲା ଶାଖାର ନିର୍ବାଚନ ନିମନ୍ତେ ଆଲୋଚନା କରା ଯାଇଥିଲା, ନବରଙ୍ଗପୁର ଜିଲ୍ଲା ରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଶତାଧିକ ଅମଲା ଯୋଗଦାନ କରିବା ସହିତ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ ଓ ରାଜସ୍ୱ ଅମଲା ସଂଘ ର ୧୦ ଦଫା ଦାବି କୁ ସମସ୍ତେ ବିରୋଧ କରିଥିବା ସଂଘ ପକ୍ଷରୁ ସୂଚନା ମିଳିଥିଲା ଓ ରାଜସ୍ୱ ଅମଲା ସଂଘ ଏ ଭଳି ହିନ ରାଜନିତି ନ କରିବା ପାଇଁ ସମସ୍ତେ ମତ ଦେଇଥିଲେ।
ରାଜସ୍ୱ ଅମଲା ସଂଘର ଅମଲା ମାନେ କାର୍ଯ୍ୟରେ ଯୋଗଦାନ କରିବା ସହିତ ଆଗାମି ଦିନରେ ଏକ ମାତ୍ର ଦାବି କନିଷ୍ଠ ସହାୟକ ମାନଙ୍କର ପ୍ରବେଶିକା ଦରମା ହାର ଷଷ୍ଠ ବେତନ କମିଶନ ଅନୁସାରେ ୪୨୦୦/- ରଖିବା ପାଇଁ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରନ୍ତୁ ତେବେ ଯାଇ ସମସ୍ତେ ଏ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ବୋଲି ମତ ଦେଇଥିଲେ।
ଉକ୍ତ ବୈଠକରେ ଶ୍ରୀ ଏମ୍ ବାଲକ୍ରିଷ୍ଣା ରାଓ ସଭାପତିତ୍ୱ କରିଥିଲାବେଳେ, ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ସମ୍ପାଦକ ସଞ୍ଜୟ କୁମାର ପଣ୍ଡା, ଓଡ଼ିଶା ଅମଲା ସଂଘ ଉପ ସଭାପତି କାଳୀ ପ୍ରସାଦ ମିଶ୍ର, ଓଡ଼ିଶା ଅମଲା ସଂଘ ଉପ ସଭାପତି ସିଦ୍ଧେଶ୍ୱର ବେନିଆ, ଶ୍ରୀ ଅରୁଣ କୁମାର ରଥ ବରିଷ୍ଠ ସଦସ୍ୟ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ।
ଆସନ୍ତା ସେପ୍େଟମ୍ବର ୧୪ ତାରିଖ ଦିନ ନବରଙ୍ଗପୁରରେ ଜିଲ୍ଲା ସମ୍ମିଳନୀ ହେବା ନେଇ ଶ୍ରୀ ଦାଶ୍ ସଭାପତି ଘୋଷଣା କରିଥିଲେ ଏଥିନିମନ୍ତେ ଏକ କର୍ମକର୍ତା ଚୟନ କରାଯାଇଥିଲା, ପରିଶେଷରେ ଶ୍ରୀ ଦାଶ୍ ସମସ୍ତ ଉପସ୍ଥିତ ଅମଲା ଓ ମିଡିଆ ବନ୍ଧୁମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ, ଶ୍ରୀ ରାଓ ସଭା ସାଙ୍ଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ପବନ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି