କେନ୍ଦ୍ରାପଡ଼ା, ୧୭ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ବାରୋ ଉପସ୍ୱାସ୍ଥ୍ୟ କେନ୍ଦ୍ର ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ୭୯ତମ ସ୍ୱାଧିନତା ଦିବସ ପାଳନ ହୋଇଯାଇଛି । ସ୍ଥାନୀୟ ସରପଂଚ ଗୋପୀନାଥ ମଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରିଥିଲେ। ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସଂଯୋଜନାରେ ଆଯୋଜିତ ଏହି ଦିବସରେ ସ୍ୱାସ୍ଥ୍ୟକର୍ମୀ, ଆଶାକର୍ମୀ, ସ୍ୱୟଂସହାୟକ ଗୋଷ୍ଠୀ ସଦସ୍ୟା, ବୟୋଜ୍ୟୋଷ୍ଠ ବ୍ୟକ୍ତି, ଯୁବଗୋଷ୍ଠୀ, ଭାବଗ୍ରାହୀ କଳାନିକେତନର ଆୟୁଷ ଡାକ୍ତର ଯୋଗଦେଇଥିଲେ । ସମବେତ ସ୍ୱରରେ ଜାତୀୟ ସଂଗୀତ ଗାନକରିବା ପରେ ଦେଶମାତୃକାର ଜୟଗାନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି