ବୋଧିପ୍ରିୟ ବିଶ୍ୱମୋହନ ହେଲେ ବ୍ଲକ ଚାମ୍ପିୟନ
ଘଟଗାଁ, ୧୭ ଅଗଷ୍ଟ (ହି.ସ.) ଜାତୀୟ ଦିବସ ପାଳନ କମିଟି,ଘଟଗାଁ ସୌଜନ୍ୟରୁ ଘଟଗାଁ ମିନି ଷ୍ଟାଡିୟମରେ ପାଳିତ ହେଉଥିବା ବ୍ଲକ ସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ଲଗାତାର ତୃତୀୟ ଥର ପାଇଁ ବୋଧିପ୍ରିୟ ବିଶ୍ୱମୋହନ ନାୟକ ନିଜର ସାମଗ୍ରିକ ସଫଳତା ପାଇଁ ବ୍ଲକ ଚାମ୍ପିୟନ ବିବେଚିତ ହୋଇ ପୁରସ୍କୃତ ହୋଇଛନ୍ତି। ଶ
ବୋଧିପ୍ରିୟ ବିଶ୍ୱମୋହନ ହେଲେ ବ୍ଲକ ଚାମ୍ପିୟନ


ଘଟଗାଁ, ୧୭ ଅଗଷ୍ଟ (ହି.ସ.) ଜାତୀୟ ଦିବସ ପାଳନ କମିଟି,ଘଟଗାଁ ସୌଜନ୍ୟରୁ ଘଟଗାଁ ମିନି ଷ୍ଟାଡିୟମରେ ପାଳିତ ହେଉଥିବା ବ୍ଲକ ସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ଲଗାତାର ତୃତୀୟ ଥର ପାଇଁ ବୋଧିପ୍ରିୟ ବିଶ୍ୱମୋହନ ନାୟକ ନିଜର ସାମଗ୍ରିକ ସଫଳତା ପାଇଁ ବ୍ଲକ ଚାମ୍ପିୟନ ବିବେଚିତ ହୋଇ ପୁରସ୍କୃତ ହୋଇଛନ୍ତି। ଶ୍ରୀ ନାୟକ ଚିତ୍ରାଙ୍କନ, ପ୍ରବନ୍ଧ ରଚନା ଓ ସାଧାରଣ ଜ୍ଞାନ ବିଭାଗରେ ଉତ୍କର୍ଷ ପ୍ରତିପାଦନ କରି ଏହି ସଫଳତା ଅର୍ଜନ କରିଛନ୍ତି। ବିଡ଼ିଓ ଖଗେଶ୍ୱର ବରାଳ, ଘଟଗାଁ ବନଖଣ୍ଡ ରେଞ୍ଜ ଅଧିକାରୀ ସରୋଜ କୁମାର ମିଶ୍ର, ବ୍ଲକ ଶିକ୍ଷାଧିକାରୀ ହରେକୃଷ୍ଣ ନାୟକ ଓ ସମାଜସେବୀ ରବିନାରାୟଣ ଦେହୁରୀ ପ୍ରମୁଖ ଅତିଥି ରୂପେ ଯୋଗଦାନ କରି ଶ୍ରୀ ନାୟକଙ୍କୁ ଉତ୍ତରୀୟ, ପୁଷ୍ପଗୁଛ ଓ ବିଜେତା ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏବିଡ଼ିଓ ଚିତ୍ତରଞ୍ଜନ ନାୟକ ଓ ଜ୍ୟୋତ୍ସ୍ନାମୟୀ ନାୟକଙ୍କ ପୁତ୍ର ବୋଧିପ୍ରିୟ ଜଣେ ମେଧାବୀ ଛାତ୍ର ହୋଇଥିବା ବେଳେ ସେ ଗଦାଧରପୁର ସ୍ଥିତ ଶ୍ରୀଗୁରୁକୁଳ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପଞ୍ଚମ ଶ୍ରେଣୀରେ ଅଧ୍ୟୟନରତ ଥିବା ଜଣାଯାଇଛି। ବ୍ଲକ ସ୍ତରୀୟ ଚାମ୍ପିୟନ ହେବା ପରେ ସେ ତାଙ୍କ ସମ୍ବର୍ଦ୍ଧନାର ଉତ୍ତରରେ ଏହି ପୁରସ୍କାରକୁ ପେହଲଗାଓଁ ଆକ୍ରମଣର ମୃତକ ଓ ଅପରେସନ ସିନ୍ଦୁରରେ ବଳିଦାନ ଦେଇଥିବା ବୀର ଯବାନମାନଙ୍କୁ ଉତ୍ସର୍ଗ କରିଛନ୍ତି ବୋଲି ମଞ୍ଚରେ ପ୍ରକାଶ କରିଥିଲେ। ଏଥିପାଇଁ ତାଙ୍କୁ ସଭିଏଁ ପ୍ରଶଂସା କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande