ଭଦ୍ରକ, ୧୭ ଅଗଷ୍ଟ (ହି.ସ.) - ଆଜି ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ଅନୁସୂଚିତ ଜାତି ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ କର୍ମୀ ସମବେଶ ଓ ସମ୍ବର୍ଦ୍ଧନା ସଭା ଭଦ୍ରକ ଟାଉନ ହଲ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଦେଶ କଂଗ୍ରେସ କମିଟି ଅନୁସୂଚିତ ଜାତି ବିଭାଗର ରାଜ୍ୟ ସାଧାରଣ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ପୂର୍ବତନ ବିଧାୟକ ପଂଚାନନ ମଣ୍ଡଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ରାଧାକାନ୍ତ ସାମଲ, ସମ୍ମାନିତ ଅତିଥି ଜିଲ୍ଲା କଂଗ୍ରେସର ପୂର୍ବତନ କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତି,ଅନୁସୂଚିତ ଜାତି ବିଭାଗର ରାଜ୍ୟ ଉପସଭାପତି ଜାନକୀ ମଲ୍ଲିକ, ଜିଲ୍ଲା ସଭାପତି ବିଦ୍ୟାଧର ଜେନା,ଅନୁସୂଚିତ ଜାତି ବିଭାଗର ରାଜ୍ୟ ସାଧାରଣ ସମ୍ପାଦକ ଆଶିଷ ମଲ୍ଲିକ,ସାଧାରଣ ସମ୍ପାଦକ ହରିହର ମଣ୍ଡଳ, ରାଜ୍ୟ ସମ୍ପାଦକ ଶଶିକାନ୍ତ ଜେନା, ରାଜ୍ୟ ସମ୍ପାଦକ ରଞ୍ଜନ ଜେନା,କେନ୍ଦ୍ରାପଡା ରେ ବିଶିଷ୍ଟ ଆମ୍ବେଦକର ବାଦୀ ନେତା ଶ୍ରୀବତ୍ସ ମଲ୍ଲିକ,,ରାଜ୍ୟ କଂଗ୍ରେସ ସେବା ଦଳର ପ୍ରଦ୍ୟୁମ୍ନ ଦାସ, ପ୍ରମୁଖ ଯୋଗଦେଇ ରାଜ୍ୟରେ ଚାଲୁଥିବା ବିଜେପି ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ସେହିପରି ଦିନକୁ ଦିନ ରାଜ୍ୟରେ ଅରାଜକତା ବୃଦ୍ଧି ପାଉଥିବା ବେଳେ ନାରୀ ସମାଜ, ଦଳିତ ସମାଜ ଉପରେ ବଢ଼ି ଚାଲିଛି ଅକଥନୀୟ ଅତ୍ୟାଚାର । ସେହିପରି ଭୋଟ ଚୋରି କରି କ୍ଷମତାସିନ ଥିବା ବିଜେପି ସରକାର କୁ ଲୋକମାନେ ପ୍ରତ୍ୟାଖାନ କରିଲେଣି । ନାଁ ଏଠି ଦଳିତ ସମାଜ ସୁରକ୍ଷିତ ନାଁ ନାରୀ ସୁରକ୍ଷିତ । ରାଜ୍ୟବାସୀଙ୍କୁ ସୁଶାସନ ଦେବାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି ମୁଖ୍ୟ ଅତିଥି ଶ୍ରୀ ମଣ୍ଡଳ, ମୁଖ୍ୟ ବକ୍ତା ଶ୍ରୀ ସାମଲ ବକ୍ତବ୍ୟ ଦେଇଥିଲେ । କଂଗ୍ରେସ ଦଳ ଦେଶ ତଥା ରାଜ୍ୟରେ କେବଳ ସ୍ଥିର ଏବଂ ସୁଶାସନ ଦେଇ ପାରିବ ଆୟୋଜିତ କର୍ମୀ ସମାବେଶ ରେ ସମ୍ମାନିତ ଅତିଥି ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହରିହର ମଲ୍ଲିକ, ନିମାଇଁ ଜେନା, ନାରୀନେତ୍ରୀ ଧରିତ୍ରୀ ଜେନା,ଅରୁଣ ମଲ୍ଲିକ, ରାଜୁ ସିଂ ପ୍ରମୁଖ ଯୋଗଦେଇ ରାହୁଲ ଗାନ୍ଧିଙ୍କ ନେତୃତ୍ୱ ରେ କଂଗ୍ରେସ ଦଳ ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟରେ ସରକାର ଗଠନ କରିବ ବୋଲି ବକ୍ତବ୍ୟ ଦେଇଥିଲେ । ଏହି କର୍ମୀ ସମାବେଶ ଓ ସମ୍ବର୍ଦ୍ଧନା ସଭା ପ୍ରାରମ୍ଭରେ ମୁଖ୍ୟ ଅତିଥି ଓ ମଂଚାସୀନ ସମ୍ମାନିତ ଅତିଥି ମାନେ ଡ଼ଃ ବାବାସାହେବ ଆମ୍ବେଦକରଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ୱଳନ କରି ଥିଲେ । ପରେ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା, ପ୍ରଦେଶ କଂଗ୍ରେସ କମିଟି ଅନୁସୂଚିତ ଜାତି ବିଭାଗର ଭଦ୍ରକ ଜିଲ୍ଲା ରୁ ସ୍ଥାନ ପାଇଥିବା ପଦାଧିକାରୀ ମାନଙ୍କୁ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଜିଲ୍ଲାର ସାତଗୋଟିସ ବ୍ଲକରୁ ଚାରି ଶହ ରୁ ଉର୍ଦ୍ଧ ଅନୁସୂଚିତ ଜାତି ବର୍ଗର ଦଳୀୟ କର୍ମୀ ମାନେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଧାମନଗର ନେତା ଦୀନବନ୍ଧୁ ଦାସ, ଖଗେଶ୍ୱର ଜେନା, ମନୋଜ ମଲ୍ଲିକ, ସନ୍ତୋଷ ଜେନା, ଜ୍ୟୋସ୍ନାରାଣୀ ଜେନା, ପଦ୍ମଲୋଚ ବେହେରା, ଜଳଧର ମଲ୍ଲିକ, ରବି ଜେନା ପ୍ରମୁଖ ସଭା ପରିଚାଳନା କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ