ରିଘା ଗ୍ରାମରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର
ଚମ୍ପୁଆ, ୧୭ ଅଗଷ୍ଟ(ହି.ସ.) – ଚମ୍ପୁଆ ନିକଟସ୍ଥ ମୟୁରଭଞ୍ଜ ଜିଲ୍ଲା ଘାଗରବେଡା ଥାନା ଅନ୍ତର୍ଗତ ରିଘା ଗ୍ରାମରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ଅଢ଼େଇଟା ସମୟରେ ରିଘା ଗ୍ରାମରେ ଥିବା ଚାଷ ଜମିରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ନେଇ
ରିଘା ଗ୍ରାମରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର


ଚମ୍ପୁଆ, ୧୭ ଅଗଷ୍ଟ(ହି.ସ.) – ଚମ୍ପୁଆ ନିକଟସ୍ଥ ମୟୁରଭଞ୍ଜ ଜିଲ୍ଲା ଘାଗରବେଡା ଥାନା ଅନ୍ତର୍ଗତ ରିଘା ଗ୍ରାମରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ଅଢ଼େଇଟା ସମୟରେ ରିଘା ଗ୍ରାମରେ ଥିବା ଚାଷ ଜମିରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ନେଇ ଗ୍ରାମବାସୀ ଘାଗରବେଡା ଥାନାକୁ ଖବର ଦେଇଥିଲେ। ଖବର ପାଇ ଘାଗରବେଡା ଥାନା ଓଆଇସି ବଳରାମ ମହାରଣା ଘଟଣା ସ୍ଥଳରେ ପହଂଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି। ଉକ୍ତ ବ୍ୟକ୍ତିଙ୍କ ଦେହରେ କୌଣସି କ୍ଷତ ଚିହ୍ନ ନଥିବାବେଳେ ମୃତ୍ୟୁର କାରଣ ସମ୍ପର୍କରେ ଜଣା ପଡି ନାହିଁ। ବ୍ୟକ୍ତିଙ୍କ ବୟସ ୬୫ ବର୍ଷ ପାଖାପାଖି ହୋଇଥିବା ନେଇ ପୁଲିସ୍ ଅନୁମାନ କରିଛି।

ହିନ୍ଦୁସ୍ଥାନ ସମାଚାର/ତ୍ରିନାଥ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande