ବଲାଙ୍ଗୀର, ୧୭ ଅଗଷ୍ଟ(ହି.ସ.) – ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସ୍ଥିତ ସେଂଟଆନେସ ସ୍କୁଲରେ ସିଆଇଏସ୍ସିଇ ରିଓଜୋନାଲ ସ୍ତରୀୟ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବଲାଙ୍ଗୀର ଜିଲ୍ଲା କରାଟେ ଅର୍ଗାନାଇଜେସନର ଅଭିଳାଷା ଚୌଧୁରୀ ଅଣ୍ଡର ୧୪ ବର୍ଷ ବାଳିକା ୨୪-୨୬ କେଜି କୁମିତେ ବିଭାଗରେ ସ୍ୱର୍ଣ୍ଣ ପଦକ ଓ ସାନଭି ପ୍ରଧାନ ଅଣ୍ଡର ୧୪ ବର୍ଷ ୩୮-୪୨ କେଜି କୁମିତେ ବାଳିକା ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଆସନ୍ତା ସେପ୍ଟେମ୍ବର ମାସରେ ବେଙ୍ଗାଲୋରରେ ହେବାକୁ ଥିବା ସିଆଇଏସ୍ସିଆଇ ଜାତୀୟ ସ୍ତରୀୟ କରାଟେ ପ୍ରତିଯୋଗିତାରେ ଓଡ଼ିଶାରୁ ଅଭିଳାଷା ଓ ସାନଭୀ ଭାଗ ନେବେବୋଲି ବଲାଙ୍ଗୀର ଜିଲ୍ଲା କରାଟେ ଅର୍ଗାନାଇଜେସନର ସାଧାରଣ ସମ୍ପାଦକ ତଥା ଇଂଟରନେସନାଲ କରାଟେ ମାଷ୍ଟର ଅସୀମ କୁମାର ଭୋଇ ସୂଚନା ଦେଇଛନ୍ତି। ଏହି ରେଜୋନାଲ ସ୍ତରୀୟ କରାଟେ ପ୍ରତିଯୋଗିତାରେ ଭୁବନେଶ୍ୱର, ରାଉରକେଲା, ଝାରସୁଗୁଡା ଓ ବଲାଙ୍ଗୀର ଜୋନ୍ର ଶତାଧିକ ପ୍ରତିଯୋଗୀ ଭାଗ ନେଇଥିଲେ। ପ୍ରକାଶ ଥାଉ କି ସାନଭି ଓ ଅଭିଳାଷା କୋଚ୍ ଅସୀମ ଭୋଇଙ୍କ ଠାରେ କରାଟେ ପ୍ରଶିକ୍ଷଣ ନେଉଛନ୍ତି।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ