ଭୁବନେଶ୍ୱର, 17 ଅଗଷ୍ଟ (ହି.ସ.) — କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଝାରଖଣ୍ଡର ଶିକ୍ଷା ମନ୍ତ୍ରୀ ରାମଦାସ ସୋରେନଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।
ସେ ତାଙ୍କର ସୋସିଆଲ୍ ମିଡିଆ ପୋଷ୍ଟ ମାଧ୍ୟମରେ ଶୋକ ବ୍ୟକ୍ତ କରି କହିଛନ୍ତି , ଯେ ରାମଦାସ ସୋରେନ ଶିକ୍ଷା କ୍ଷେତ୍ରରେ ସୁଧାର ଆଣିବା ଓ ସମାଜର ବଞ୍ଚିତ ବର୍ଗଙ୍କ ଉନ୍ନୟନ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ। ତାଙ୍କର ବିୟୋଗ ଝାରଖଣ୍ଡ ରାଜ୍ୟ ପାଇଁ ଅପୂରଣୀୟ କ୍ଷତି ।
ସେ ଦିବଙ୍ଗତ ମନ୍ତ୍ରୀଙ୍କର ଆତ୍ମାକୁ ଶ୍ରୀଚରଣରେ ସ୍ଥାନ ଦେବାକୁ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଏବଂ ଶୋକ ସନ୍ତପ୍ତ ପରିବାରକୁ ଏହି ଦୁଃଖକୁ ସହ୍ୟ କରିବାକୁ ଶକ୍ତି ଦେବାକୁ ପ୍ରାର୍ଥନା କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ