ବଲାଙ୍ଗିର, 17 ଅଗଷ୍ଟ (ହି.ସ.)
ସ୍ଥାନୟ ଟିକ୍ରପଡା ଗାନ୍ଧୀ ପାଠାଗାର ରେ ୭୯ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ପ୍ରାତଃ ରାମଧୁନ ସହ ସକାଳ ୮ ଘଣ୍ଟା ସମୟରେ ଗାନ୍ଧୀ ପାଠାଗାର ର ସଭାପତି ପ୍ରକାଶ ନେପାକ ପାଠାଗାର ର ସମସ୍ତ ସଭ୍ୟ ସଭ୍ୟା, ବିଦ୍ୟାଳୟ ଛାତ୍ର ଛାତ୍ରୀ ତଥା ବିଙ୍ଗ ହ୍ୟୁମେନ କ୍ଲବ ର ସଭ୍ୟ ସଭ୍ୟାମାନଙ୍କ ଗହଣରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପାଠାଗାରର ବରିଷ୍ଠ ସଭ୍ୟ ଭଗବାନ ବଗର୍ତ୍ତି, ସମ୍ପାଦକ ପ୍ରଦୀପ ସାହୁ, ଶ୍ରୀ ନେପାକ ପ୍ରମୁଖ ମହାତ୍ମା ଗାନ୍ଧିି ଙ୍କ ପ୍ରତିମୂର୍ତ୍ତିି ରେ ମାଲ୍ୟାର୍ପଣ କରି ଉଦ୍ବୋଧନ ଦେଇଥିଲେ । ବରିଷ୍ଠ ସଭ୍ୟ ରାଜେନ୍ଦ୍ର ମିଶ୍ର, ବୈଷ୍ଣବ ସାହୁ, ହରିଶଙ୍କର ପଣ୍ଡା, ସଂଗ୍ରାମ ବହିଦାର, ଅକବର ଖାନ, ଅବଦୁଲ ରଜାକ, ସୁବାଷ ଦାସ, ଅଜିତ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ । ବିଙ୍ଗ ହ୍ୟୁମେନ ହେଲଥ୍ କ୍ଲବର ଶୁଭମ ଦର୍ଜୀ ଏବଂ ସମସ୍ତ ସଭ୍ୟ ସଭ୍ୟା, ବିଦ୍ୟାଳୟର ଛାତ୍ର ଛାତ୍ରୀ ତଥା ପାଠାଗାରର ସଭ୍ୟ ସଭ୍ୟା ସମସ୍ତେ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ