ଆଦର୍ଶ ପ୍ରଧାନ ଶିକ୍ଷୟିତ୍ରୀ ସ୍ୱର୍ଗତ ଶୈଳବାଳାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ
କେନ୍ଦ୍ରାପଡ଼ା, ୧୭ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ମହାକାଳପଡ଼ା ଗ୍ରାମରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ , ସାରସ୍ୱତ ସାଧିକା ତଥା ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଶୈଳବାଳା ରାଉତରାୟଙ୍କ ଦ୍ୱାଦଶାହ ଉପଲକ୍ଷେ ଅଶ୍ରୁପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ସଭା ଶିକ୍ଷାବିତ କେଶବ
ଆଦର୍ଶ ପ୍ରଧାନ ଶିକ୍ଷୟିତ୍ରୀ ସ୍ୱର୍ଗତ ଶୈଳବାଳାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ


କେନ୍ଦ୍ରାପଡ଼ା, ୧୭ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ମହାକାଳପଡ଼ା ଗ୍ରାମରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ , ସାରସ୍ୱତ ସାଧିକା ତଥା ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଶୈଳବାଳା ରାଉତରାୟଙ୍କ ଦ୍ୱାଦଶାହ ଉପଲକ୍ଷେ ଅଶ୍ରୁପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ସଭା ଶିକ୍ଷାବିତ କେଶବ ଚନ୍ଦ୍ର ପରମାଣିକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ମହାକାଳପଡ଼ା ବିକାଶ ମଂଚ ଆନୁକୂଲ୍ୟରେ ପ୍ରୟୋଜିତ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ସଭାକୁ ରାଜଶ୍ରୀର ସମ୍ପାଦକ ଆଶୁକବି ହେମନ୍ତ ଜେନା ପରିଚାଳନା କରିଥିଲେ। ସଭାର ପ୍ରଥମ ପର୍ଯ୍ୟାୟରେ ଦିବଂଗତ ରାଉତରାୟଙ୍କ ତୈଳଚିତ୍ରରେ ସାମୂହିକ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯିବା ପରେ କଣ୍ଠଶିଳ୍ପୀ ନିରୂପମା ଜେନା ବେଦପାଠ ଓ ଗୀତାପାଠ କରିଥିଲେ ଏବଂ ପରେପରେ ଆତ୍ମାଙ୍କ ସଦ୍‌ଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ରାଜ୍ୟର ଅଗ୍ରଣୀ କଳା ପ୍ରତିଷ୍ଠାନ ଭାବଗ୍ରାହୀ କଳା ନିକେତନର ପ୍ରତିଷ୍ଠାତା ତଥା ସଂଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ପରିଚାଳନାରେ କଣ୍ଠଶିଳ୍ପୀ ମାନେ ଭାବଭକ୍ତି ଭରା ସଂଗୀତ ପରିବେଷଣ କରିଥିଲେ। ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଶିକ୍ଷାବିତ ବୈକୁଣ୍ଠ ନାଥ ସ୍ୱାଇଁ, ବିଦ୍ୟୁତ କୁମାର ଖୁଂଟିଆ, ବିଜୟ କୁମାର ନାଥ, ରତ୍ନାକର ରାଉତ, ଆଇନଜୀବୀ ପ୍ରମୋଦ କୁମାର ରାଉତରାୟ, ଗାଳ୍ପିକା ଅବନ୍ତୀ ବେହେରା, ପ୍ରଭାତ କୁମାର ପୂର୍ବତନ ସରପଂଚ, ମହାକାଳପଡ଼ା ସରପଂଚ ରତିକାନ୍ତ ପଣ୍ଡା, ପ୍ରାକ୍ତନ ପ୍ରଧାନ ଶିକ୍ଷକ କ୍ଷେତ୍ରମଣି ଦେଈ, ସମାଜସେବୀ ଜିତେନ୍ଦ୍ର କୁମାର ମହାନ୍ତି, ଅକ୍ଷୟ କୁମାର ତରାଇ, ରଣଧୀର ଜେନା ଏବଂ କବି ଧନେଶ୍ୱର ସେଠୀ ଓ ନିରଞ୍ଜନ ଓଝା, ଶିକ୍ଷାବିତ କୈଳାସ ଚନ୍ଦ୍ର ଜେନା, କର୍ମ ସାରଥୀ ରାଉତରାୟ ଏବଂ ପାର୍ଥ ସାରଥି ରାଉତରାୟ ପ୍ରମୂଖ ଦିବଂଗତ ଶୈଳବାଳା ଦେଈ ଓରଫ ବାଳିକା ସାରଙ୍କ ଆଦର୍ଶ ଶିକ୍ଷକ ଜୀବନର ସାର୍ଥକତା ଉପରେ ଆଲୋକପାତ କରି ଶ୍ରଦ୍ଧା ନିବେଦନ କରିଥିଲେ। ମହାକାଳପଡ଼ା ଶିକ୍ଷା ମଣ୍ଡଳର ବିଭିନ୍ନ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ତାଙ୍କର ଦୀର୍ଘ ତିରିଶ ବର୍ଷର ନୀତିନିଷ୍ଠ ସେବା ତାଙ୍କୁ ଅମର କରି ରଖିବ ବୋଲି ଶ୍ରଦ୍ଧାଳୁମାନେ ମତ ବ୍ୟକ୍ତ କରିଥିଲେ। ଜଣେ ଆଦର୍ଶ ଶିକ୍ଷକ ଭାବରେ ଅନେକ ଗରିବ ଛାତ୍ରଙ୍କୁ ନିଜସ୍ୱ ଖର୍ଚ୍ଚରେ ପାଠ ପଢାଇ ମଣିଷ କରାଇବା ସଙ୍ଗେ ସଙ୍ଗେ ରାଜ୍ୟର ପ୍ରମୂଖ ଅନୁଷ୍ଠାନ ରାଜଶ୍ରୀ ଓ ବେଳାଭୂମି ସାହିତ୍ୟ ସଂସଦ ସମେତ ବିଭିନ୍ନ ସାହିତ୍ୟ ସଂସ୍କୃତି ପରିଷଦରେ ପ୍ରତିଷ୍ଠାତା ସଦସ୍ୟ ଭାବରେ ସୂଚାରୁ କାର୍ଯ୍ୟ ସମ୍ପାଦନ କରିବା ସଙ୍ଗେ ସଙ୍ଗେ ସାମାଜିକ ବନୀକରଣ ପାଇଁ ତାଙ୍କର ଉତ୍ସର୍ଗୀକୃତ କର୍ମ ଯୋଜନା ତାଙ୍କୁ ଅମର କରି ରଖିବ ବୋଲି ଶ୍ରଦ୍ଧାଳୁମାନେ ସ୍ମୃତିଚାରଣ କରି କହିଥିଲେ।। ଶ୍ରଦ୍ଧାଞ୍ଜଳି ସଭା ପୂର୍ବରୁ ଦିବଂଗତା ଶୈଳବାଳାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା ପୂର୍ବରୁ ମଂଚର ସଭାପତି ତଥା ସଭାର ଆବାହକ ବିଶିଷ୍ଟ ପରିବେଶବିତ୍ କାଶୀନାଥ ରାଉତରାୟଙ୍କ ନେତୃତ୍ୱରେ ବୃକ୍ଷରୋପଣ କରାଯାଇଥିଲା ଏବଂ ପରିବାର ପକ୍ଷରୁ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande