ବଲାଙ୍ଗୀର, ୧୭ ଅଗଷ୍ଟ(ହି.ସ.) – ସ୍ୱାଧିନତା ଦିବସ ଅବସରରେ ପ୍ରକଳ୍ପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବୁଢିସିଣ୍ଡୋଲ ତଥା ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ଜାତୀୟ ପତାକା ଉତୋଳନ କରିବା ସଙ୍ଗେ ସଙ୍ଗେ ବିଭିନ୍ନ ଜନ କଲ୍ୟାଣକାରୀ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଅତ୍ୟାଧୁନିକ ସୁବିଧା ଓ ପ୍ରଯୁକ୍ତି ବିଦ୍ୟାରେ ସଂପନ୍ନ ଥିବା ଏକ ନୂତନ ପଂଚାୟତ ଗୃହ ନିଜସ୍ୱ ପାଣ୍ଠିରୁ ନିର୍ମାଣ କରି ଲୋକାର୍ପଣ କରିଛନ୍ତି। ଜାମଗାଁ ଗ୍ରାମରେ ଏକ ପ୍ରବେଶ ପଥ ନିର୍ମଣ ସକାଶେ ବହୁ ଦିନରୁ ଦାବି ହୋଇ ଆସୁଥିବା ସାଧାରଣ ଜନତାଙ୍କ ଦାବିକୁ ସମ୍ମାନ ଜଣାଇ ଜାମଗାଁ ଚାରିଛକ ଠାରେ ଏକ ପ୍ରବେଶ ଥର ନିର୍ମଣ କରି ଲୋକ କଲ୍ୟାଣ ଉଦ୍ଦେଶ୍ୟରେ ସରପଂଚ ଶ୍ରୀ କମ୍ପ ସମର୍ପିତ କରିଛନ୍ତି। ବୁଢିସିଣ୍ଡୋଲ ଉପରପଡାରେ ଗୋଟିଏ ପାଠାଗାର ଏବଂ ଅନୁସୂଚିତ ଜାତୀ ବସ୍ତିରେ ଦୁଇଟି ପାଠାଗାରର ଲୋକାର୍ପଣ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ