ଲକ୍ଷ୍ମୀ ଡୁଙ୍ଗୁରୀର ବିକାଶ ହେଲେ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ହେବ ଭାରତୀ ସମାଜ ପକ୍ଷରୁ ଦଶମ ସମର୍ପଣ ଉତ୍ସବ
ସମ୍ବଲପୁର, ୧୭ ଅଗଷ୍ଟ(ହି.ସ.) – ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ ନିକଟରେ ଥିବା ଲକ୍ଷ୍ମୀ ଡୁଙ୍ଗୁରୀରେ ରବିବାର ଦିନ ଭାରତୀ ସମାଜ ପକ୍ଷରୁ ଦଶମ ସମର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଲକ୍ଷ୍ମୀଡୁଙ୍ଗୁରୀ ପାହାଡ ପାଦ ଦେଶରେ ବର- ପିପ୍ପଳ ବୃକ୍ଷ ଲଗାଯିବା ସହ ସେଗୁଡିକୁ ସମ୍ବଲପୁରର ଐତିହାସିକ ଚରିତ୍ର
ଲକ୍ଷ୍ମୀ ଡୁଙ୍ଗୁରୀର ବିକାଶ ହେଲେ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ହେବ


ଲକ୍ଷ୍ମୀ ଡୁଙ୍ଗୁରୀର ବିକାଶ ହେଲେ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ହେବ


ଲକ୍ଷ୍ମୀ ଡୁଙ୍ଗୁରୀର ବିକାଶ ହେଲେ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ହେବ


ଲକ୍ଷ୍ମୀ ଡୁଙ୍ଗୁରୀର ବିକାଶ ହେଲେ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ହେବ


ଲକ୍ଷ୍ମୀ ଡୁଙ୍ଗୁରୀର ବିକାଶ ହେଲେ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ହେବ


ସମ୍ବଲପୁର, ୧୭ ଅଗଷ୍ଟ(ହି.ସ.) – ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ ନିକଟରେ ଥିବା ଲକ୍ଷ୍ମୀ ଡୁଙ୍ଗୁରୀରେ ରବିବାର ଦିନ ଭାରତୀ ସମାଜ ପକ୍ଷରୁ ଦଶମ ସମର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଲକ୍ଷ୍ମୀଡୁଙ୍ଗୁରୀ ପାହାଡ ପାଦ ଦେଶରେ ବର- ପିପ୍ପଳ ବୃକ୍ଷ ଲଗାଯିବା ସହ ସେଗୁଡିକୁ ସମ୍ବଲପୁରର ଐତିହାସିକ ଚରିତ୍ର ମାନଙ୍କ ନାମରେ ସମର୍ପଣ କରାଯାଇଥିଲା। ଭାରତୀ ସମାଜର ମହାସଚିବ ଦେବୀ ପ୍ରସାଦ ଭୋଇଙ୍କ ପୌରହିତ୍ୟରେ ଆୟୋଜିତ ପର୍ଯ୍ୟଟକରେ ଦ୍ୱିତିୟ ବୁଦ୍ଧଙ୍କ ନାମରେ ପରିଚିତ ଗୁରୁ ପଦ୍ମସମ୍ଭବ ଏବଂ ଲକ୍ଷ୍ମୀଡୁଙ୍ଗୁରୀର ନାମକରଣ ହୋଇଥିବା ଅଷ୍ଟମ ଶତାବ୍ଦୀର ବିଶିଷ୍ଟ ତନ୍ତ୍ର ସାଧିକା ତଥା ସହଜଯାନର ପ୍ରଚାରିକା ଲକ୍ଷ୍ମୀକରାଙ୍କ ନାମରେ ଗଛ ଗୁଡିକୁ ଲଗାଯାଇଥିଲା। ବୃକ୍ଷରୋପଣ ପରେ ପୂଜାଚ୍ଚନା କରାଯାଇ ଉଭୟଙ୍କ ନାମରେ ବୃକ୍ଷ ଗୁଡିକୁ ସମର୍ପଣ କରାଯାଇଥିଲା। ପୂର୍ବରୁ ଲକ୍ଷ୍ମୀଡୁଙ୍ଗୁରୀ ଶିଖରରେ ଲକ୍ଷ୍ମୀକରାଙ୍କ ଏକ ପ୍ରତିମୂର୍ତୀ ମଧ୍ୟ ରହିଥିବା ନେଇ ପୁରାତନ ଲୋକେ କହିଥାନ୍ତି। ତେବେ ସଂରକ୍ଷଣ ଅଭାବରୁ ସମ୍ବଲପୁରର ଇତିହାସ ଲୁପ୍ତ ହୋଇଯାଉଥିବା ନେଇ ଭାରତୀ ସମାଜର ରାଜ୍ୟ ସଂଯୋଜକ ଡ. ସ୍ୱୟଂ ପ୍ରକାଶ ପଣ୍ଡା କହିଥିଲେ। ପୁରାତନ ସମ୍ବଲ ବା ସମ୍ବଲକ ବର୍ତମାନର ସମ୍ବଲପୁରକୁ ଗୁରୁ ପଦ୍ମସମ୍ଭବଙ୍କ ଜନ୍ମସ୍ଥାନ ବୋଲି ଏତିହାସିକ ମାନେ ମତ ଦେଉଥିବା ବେଳେ ସଚେତନତା ର ଅଭାବରୁ ସମ୍ବଲପୁରର ଇତିହାସ ଲୋକ ଲୋଚନକୁ ଆସି ପାରୁନଥିବା ଭାରତୀ ସମାଜ ର ସଞ୍ଚାଲକ ଭବାନୀଶ ଭୋଇ କହିଥିଲେ। ତେବେ ଆଜିବି ସମ୍ବଲପୁରର କୋଣ ଅନୁକୋଣରେ ତତ୍କାଲିନ ସଂସ୍କୃତିର ଝଲକ ଦେଖତ୍ୱାକୁ ମିଲୁଥିବା ବେଳେ ସଂସ୍କୃତି ଗବେଷକ ମାନେ ସମ୍ବଲପୁରୀ ସଂସ୍କୃତିକୁ ଅଷ୍ଟମ ସତାବ୍ଧୀର ବଜ୍ରଯାନ ଏବଂ ସହଜ ଯାନ ସହ ଯୋଡିଥାନ୍ତି ବୋଲି ଶ୍ରୀ ଭୋଇ କହିଥିଲେ। ଗତ ୨୦୧୬ ମସିହାରୁ ପ୍ରତିବର୍ଷ ଲକ୍ଷ୍ମୀଡୁଙ୍ଗୁରୀରେ ଭାରତୀ ସମାଜ ପକ୍ଷରୁ ସମର୍ପଣ ଉତ୍ସବ ପାଳନ କରାଯାଇ ପୁରାତନ ଇତିହାସକୁ ପୁନର୍ଜବିତ କରିବାକୁ ଉଦ୍ୟମ କରାଯାଇ ଆସୁଛି। ଏହି କ୍ରମରେ ପାହାଡ଼ ଉପରେ ଥିବା ସାତଟି ବୃକ୍ଷକୁ ସାତବହନୀଙ୍କ ନାମରେ ସମର୍ପଣ କରାଯାଇ ପୁଜାର୍ଚ୍ଚନା କରାଯାଇଆସୁଛି। ହୀରାକୁଦ ବନ୍ଧ ର୍ନିମାଣ ସମୟର ଅନେକ ସ୍ମୃତି ଲକ୍ଷ୍ମୀଡୁଙ୍ଗୁରୀ ପାଦ ଦେଶରେ ରହିଥିବାବେଲେ ଏହାର ସଂରକ୍ଷଣ କରାଯାଇ ଗୁରୁ ପଦ୍ମସମ୍ଭବଙ୍କ ନାମରେ ଏଠାରେ ଏକ ପ୍ରକୃତି ଉଦ୍ୟାନ ର୍ନିମାଣ କରିବାକୁ ଭାରତୀ ସମାଜ ୨୦୧୬ ମସିହାରୁ ଦାବି କରି ଆସୁଛି। ଆଜିର ସମର୍ପଣ ଉତ୍ସବରେ ପୁଣିଥରେ ପ୍ରଶାସନକୁ ଏହି ଦାବି ଉପରେ ଆଳୋଚନା କରାଯାଇଥିଲା। ସମ୍ବଲପୁର, ହୀରାକୁଦ ଏବଂ ବୁର୍ଲା ସହ ମଧ୍ୟସ୍ଥଳରେ ଏବଂ ମହାନଦୀ ତଟରେ ଏହି ସ୍ଥାନ ରହିଥିବା ବେଲେ ଏହାର ବିକାଶ ହେଲେ ଏହା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ହୋଇପାରିବ ବୋଲି ଭାରତୀ ସମାଜର ଅବିନାଶ କଂଟା କହିଥିଲେ। ବିଭିନ୍ନ ଏଅତିହାସିକ ଚରିତ୍ରଙ୍କ ନାମରେ ସମର୍ପଣ କରାଯାଥିବା ବୃକ୍ଷ ଗୁଡିକର ନିୟମିତ ଯତ୍ନ ନେବା ଉପରେ ଭାରତୀ ସମାଜର ଚୁଡାମଣି ଭିମ ମତ ଉପସ୍ଥାପନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande