୮୮.୮ଲିଟର ମଦ ଜବତ ; ଜଣେ ଗିରଫ
ଭଦ୍ରକ, ୧୭ ଅଗଷ୍ଟ (ହି.ସ.) - ଆରଡି ଫାଣ୍ଡି ଅଧିନସ୍ଥ ପହଣା ବସଷ୍ଟାଣ୍ଡ ନିକଟରେ ଦୀର୍ଘଦିନ ଧରି େଦ୍ୱେନ୍ଦ୍ର ଦାସ ନାମକ ବ୍ୟକ୍ତି ଚୋରାରେ ମଦ ବେପାର କରି ଆସୁଥିଲା। ଏପରି ଖବର ପାଇ ଆରଡି ଫାଣ୍ଡି ଅଧିକାରୀ ଅଭିମନ୍ୟୁ ଦାସ ଓ ତାଙ୍କର ସହଯୋଗୀଙ୍କୁ ନେଇ ଅଚାନକ ଚଢ଼ାଉ କରି ୮୮.୮ଲିଟର ମଦ ଜବତ କରିବା ସହ ଦ୍
MADA JABAT, ONE ARREST


ଭଦ୍ରକ, ୧୭ ଅଗଷ୍ଟ (ହି.ସ.) - ଆରଡି ଫାଣ୍ଡି ଅଧିନସ୍ଥ ପହଣା ବସଷ୍ଟାଣ୍ଡ ନିକଟରେ ଦୀର୍ଘଦିନ ଧରି େଦ୍ୱେନ୍ଦ୍ର ଦାସ ନାମକ ବ୍ୟକ୍ତି ଚୋରାରେ ମଦ ବେପାର କରି ଆସୁଥିଲା। ଏପରି ଖବର ପାଇ ଆରଡି ଫାଣ୍ଡି ଅଧିକାରୀ ଅଭିମନ୍ୟୁ ଦାସ ଓ ତାଙ୍କର ସହଯୋଗୀଙ୍କୁ ନେଇ ଅଚାନକ ଚଢ଼ାଉ କରି ୮୮.୮ଲିଟର ମଦ ଜବତ କରିବା ସହ ଦ୍ୱେନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଆରଡି ପୀଠ ଏକ ପ୍ରମୁଖ ପର୍ଯଟନସ୍ଥଳ ହୋଇଥିବାରୁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ବାବା ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ଆସିଥାନ୍ତି। ହେଲେ କିଛି ଅସାମାଜିକ ବ୍ୟକ୍ତି ମାଦକ ଦ୍ରବ୍ୟ ପାନ କରି ଅଶ୍ଳାଳୀନ ବ୍ୟବହାର ପଦର୍ଶନ କରୁଥିବା ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ ହୋଇଥାଏ। ଏପରିକି ପୀଠକୁ ନିଶାମୁକ୍ତ ପାଇଁ ନିଶାଦ୍ରବ୍ୟ ବିକ୍ରି କରିବା ଓ ସେବନ କରିବା ଉପରେ ଜିଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ କଡା ତାଗିଦ କରାଯିବା ସହ ଦୀର୍ଘ ଦିନ ହେବ ଚୋରା ବେପାରିଙ୍କ ଉପରେ ପୁଲିସ ନଜର ରଖିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande