ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସ୍ୱର୍ଣ୍ଣକ୍ଷେତ୍ର ଗଦଗଦିରେ ମାତୃ କର୍ମଶାଳା
କେନ୍ଦୁଝର, ୧୭ ଅଗଷ୍ଟ (ହି.ସ.) - ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସ୍ୱର୍ଣ୍ଣକ୍ଷେତ୍ର ଗଦଗଦି ପରିସରରେ ଅରୁଣ,ଉଦୟ ଓ ପ୍ରଭାତ ଶ୍ରେଣୀର ମାଆ ମାନଙ୍କ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କର୍ମଶାଳାକୁ ଅଭିଭାବିକା ଖୁଲଣା ଦଳେଇ ଦୀପ ପ୍ରଜ୍ୱଳନ କରି ଆରମ୍ଭ କରିଥିଲେ। ଏହି କର୍ମଶାଳାରେ ଶିଶୁ ବାଟିକା ଶ୍ର
ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସ୍ୱର୍ଣ୍ଣକ୍ଷେତ୍ର ଗଦଗଦିରେ ମାତୃ କର୍ମଶାଳା


କେନ୍ଦୁଝର, ୧୭ ଅଗଷ୍ଟ (ହି.ସ.) - ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସ୍ୱର୍ଣ୍ଣକ୍ଷେତ୍ର ଗଦଗଦି ପରିସରରେ ଅରୁଣ,ଉଦୟ ଓ ପ୍ରଭାତ ଶ୍ରେଣୀର ମାଆ ମାନଙ୍କ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କର୍ମଶାଳାକୁ ଅଭିଭାବିକା ଖୁଲଣା ଦଳେଇ ଦୀପ ପ୍ରଜ୍ୱଳନ କରି ଆରମ୍ଭ କରିଥିଲେ। ଏହି କର୍ମଶାଳାରେ ଶିଶୁ ବାଟିକା ଶ୍ରେଣୀର ୪୨ ଜଣ ମାଆ ଉପସ୍ଥିତ ଥିଲେ।ମାଆ ମାନଙ୍କୁ ଭାଷା,ଗଣିତ, ଲଳିତ କଳା, କାହାଣୀ କଥନ ଆଦି ପ୍ରଶିକ୍ଷଣ ଦିଆଯାଇଥିଲା। ମାଆମାନେ ହସ୍ତକର୍ମ ଓ ଭାଷା ବିକାଶର ପ୍ରାୟୋଗିକ କରିଥିଲେ। ବିଭିନ୍ନ ପ୍ରକାରର ସ୍ୱଦେଶୀ ଖେଳର ଅଭ୍ୟାସ କରିଥିଲେ। ଶୁଭଶ୍ରୀ ଗୁରୁମା, ସରୋଜିନୀ ଗୁରୁମା, ମାଣିକ ଗୁରୁମା,ସୁପ୍ରଭା ଗୁରୁମା ପ୍ରମୁଖ ବିଭିନ୍ନ କାଳାଂଶରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ହରିଶ୍ଚନ୍ଦ୍ର ମହାନ୍ତ ଶିଶୁ ବାଟିକାର ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ। ପ୍ରଧାନ ଆଚାର୍ଯ୍ୟ ପୁରୁଜିତ୍ ମୁନିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି କର୍ମଶାଳାରେ ସାହାଯ୍ୟ କରିଥିଲେ ଭକ୍ତବନ୍ଧୁ ଗୁରୁଜୀ, ଭଗବତୀ ଗୁରୁମା ଓ ନିରାଶ ଅପା।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande