ମାଲକାନଗିରି, ୧୭ ଅଗଷ୍ଟ (ହି.ସ.)
ମାଲକାନଗିରି ଜିଲ୍ଲାରେ ଶ୍ରମିକଙ୍କୁ ରୋଜଗାର ଯୋଗାଇଦେବା ପାଇଁ ସରକାରଙ୍କ ପକ୍ଷରୁ ମନରେଗା ଯୋଜନା ମାଧ୍ୟମରେ ବିଭିନ୍ନ କାଯ୍ୟ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି । ହେଲେ ବାସ୍ତବ କ୍ଷେତ୍ରରେ ମନରେଗା ଯୋଜନା ମାଧ୍ୟମରେ ଆସୁଥିବା ଏହି ଅର୍ଥକୁ ବାଟମାରଣା କରିବା ପାଇଁ ସରକାରି କର୍ମଚାରୀ ନୁଆ ନୁଆ କୌଶଳ ଅପଣାଇଛନ୍ତି । ମନରେଗା ଯୋଜନା କାଯ୍ୟରେ କେବେ ମେସିନ ବ୍ୟବାହର ହେଉଛି ତ କେବେ କାମ ନ ହେଇ ବିଲ୍ ଉଠାଯାଉଛି । ପୁଣି କେବେ ମୃତ ଶ୍ରମିକଙ୍କ ନାମରେ ଅର୍ଥ ପୈଠ ହେଉଛି । ଏ ସବୁ ବାଦେ ବର୍ତ୍ତମାନ ମନରେଗା ଯୋଜନା ର ଅର୍ଥ ଲୁଟ ପାଇଁ ଶ୍ରମିକଙ୍କ ବଦଳରେ ଫଟୋ ରୁ ଫୋଟ ନେଇ ତାହାକୁ ମନରେଗା ପୋର୍ଟାଲ୍ ରେ ଅପଲୋଡ଼ କରାଯାଉଛି । ଦାଦନ ସମସ୍ୟା କୁ ଦୁର କରିବା ଓ ଶ୍ରମିକଙ୍କ ରୋଜଗାର ବଡେଇବା ଲକ୍ଷ ନେଇ ସରକାରଙ୍କ ପକ୍ଷରୁ ଆରମ୍ଭ କରଯାଇଥିବା ଏହି ମନରେଗା ଯୋଜନାରେ ବାଟମାରଣାର ଏସବୁ ଚିତ୍ର ଦେଖିବା ପରେ ବାସ୍ତବିକ କ୍ଷେତ୍ରରେ ଯୋଜନା କେତେଦୂର ସଫଳ ହେଇଛି ତାହା ତଦନ୍ତ ସାପେକ୍ଷ । ଏପରି ଘଟଣା ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ପୁସୁଗୁଡା ପଞ୍ଚାୟତର ବାରନି ଗୁଡା ଠାରୁ କାରକା ଗୁଡା ପର୍ଯ୍ୟନ୍ତ ଚାଲିଥିବା ଫିଲ୍ଦ ଚାନେଲ କାମ ଯାହାର କୋଡ଼ ନମ୍ବର ୨୪୩୧୦୧୪୦୦୮ /ଆଇସି/୧୦୬୨୧୦୮୮ ଏହି କାମରେ ମେଟ ରାମଚନ୍ଦ୍ର ୱଇକା ଗତ ୮ ତାରିଖ ରେ ଶ୍ରମିକ ମାନେ କାର୍ଯ୍ୟ କରୁଥିବା ସମୟର ଫୋଟ ଏନ ଏମ ଏମ ଏସ ଆପରେ ଅପଲୋଡ଼ କରିବା ପରିବର୍ତ୍ତେ ସେଲ୍ଫି ନେଉଥିବା ଏକ ଫୋଟ ଅପଲୋଡ଼ କରିଥିବା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ମନରେଗା ଯୋଜନାରେ ଯେକୌଣସି କାଯ୍ୟ ଆରମ୍ଭ ହେଲେ କାଯ୍ୟ ଜାରୀ ଥିବା ସମୟରେ ସରକାରୀ ନିୟମ ଅନୁଯାୟୀ ଏହାର ଏନଏମଏମ ଏସ କରାଯାଏ । ଏନଏମ ଏମଏସ ଅର୍ଥ ହେଉଛି ନେସନାଲ ମେପିଂ ସିଷ୍ଟମ । ଏହି ଏନଏମ ଏମଏସ ଦ୍ଵାରା କାଯ୍ୟରତ ଶ୍ରମିକଙ୍କ ନାମ ଓ କାଯ୍ୟସ୍ଥଳୀରେ ଶ୍ରମିକମାନେ କାଯ୍ୟ କରୁଥିବା ଫଟୋ ଅପଲୋଡ଼ କରାଗଲେ ପ୍ରକୃତରେ କାଯ୍ୟରେ କେତେ ଶ୍ରମିକ ନିୟୋଜିତ ହେଇଛନ୍ତି ଏବଂ କାଯ୍ୟ ସଠିକ ଭାବରେ ହେଉଛି କି ନାହିଁ ତାହା ସ୍ପଷ୍ଟ ହେଇଥାଏ । ସେଲ୍ଫି ଫଟୋ ଅପଲୋଡ଼ କରିବା ସରକାରଙ୍କ ଆଖିରେ ଧୂଳି ଦେବା ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି । ତେଣୁ ଏପରି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି ହୋଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ