ଜୟପୁର, ୧୭ ଅଗଷ୍ଟ (ହି.ସ.) - ଜୟପୁର ବରିଷ୍ଠ ନାଗରିକ କଲ୍ୟାଣ ସଂଘର ପ୍ରଥମ ସାଧାରଣ ପରିଷଦ ବୈଠକ ଆଜି ଅନୁଷ୍ଠିତ ହୋଇଛି । ଜୟପୁର ସାଇ ନଗର ସ୍ଥିତ ନାଗରିକ ଭବନ ଠାରେ ଅନୁଷ୍ଠିତ ହୋଇଛି। ସଭାପତି ମିନ କେତନ ଦାସଙ୍କ ସଭାପତିତ୍ୱରେ ଆୟୋଜିତ କାଯ୍ୟକ୍ରମରେ ସମ୍ପାଦକ ଅଭି ଭଟ୍ଟମିଶ୍ର, ଯୁଗ୍ମ ସମ୍ପାଦକ ନରସିଂହ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଭିମ ସେନ ଅଗ୍ରଓାଲ ମଂଚାସିନ ଥିଲେ । ଆବଶ୍ୟକତା ସମୟରେ ୨୪ ଘଂଟା ସହାୟତା, ଗୃହ ବିଭାଗଙ୍କ ନିଦ୍ଦେଷ କ୍ରମେ ପରିଚୟ ପତ୍ର ପ୍ରଦାନ କରିବା, ଟ୍ରାଫିକ ସମସ୍ୟା ଦୁର କରିବା, ରାସ୍ତାରେ ବେଆଇନ ହମ୍ପସ, ବୁଲା କୁକୁରର ଦୌରାତ୍ମ୍ୟ, ରାସ୍ତା ଉପରେ ଜବର ଦଖଲ ଏମଜି ରୋଡରେ ଜବର ଦଖଲକୁ ଉଛେଦ କରିବା ଆଦି ଉପରେ ଆଲୋଚନା କରାଯାଇଥିଲ।। ଏହି ବୈଠକରେ ଜି. ଭି ରାଓ,ସୁରେଷ ଦାସ , ନିଳାଂଚଳ ପ୍ରଧାନ, ଜାମି ଲକ୍ଷ୍ମଣ ରାଓ, ରମେଶ ଅଗ୍ରଓାଲ, ଭୀମ ସେନ ଅଗ୍ରଓାଲ, ନବିନ ବେହେରା, ଝୁନୁ ପଣ୍ଡା, ଜାନକି ପାଣିଗ୍ରାହୀ, ସୁବାସ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଜୟପୁର ସହର ବିକାଶ ଯେପରି ହୋଇ ପାରିବ ସେନେଇ ଆଲୋଚନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି