ବନ୍ଦ ହୋଇଯିବ ୧୧୩ ବର୍ଷର ଐତିହ୍ୟ ଦଳଗଞ୍ଜନ ପ୍ରେସ ? ସୁରକ୍ଷା ପାଇଁ ଐତିହ୍ୟ ସୁରକ୍ଷା କମିଟି ଆନ୍ଦୋଳନ ଚେତବାନୀ
ବଲାଙ୍ଗିର, 17 ଅଗଷ୍ଟ (ହି.ସ.) ବର୍ତ୍ତମାନ ରାଜ୍ୟ ସରକାର ଓଡିଶା ଅସ୍ମିତା ପାଇଁ ଗୁରୁତ୍ୱବହନ କରୁଥିବା ବେଳେ କିନ୍ତୁ ତତ୍‌କାଳିନ ପାଟଣା ଶାସନ ସମୟରେ ଗଢି ଉଠିଥିବା ଓ ପରବର୍ତ୍ତି ସମୟରେ ଓଡିଶା ଶାସନ ଅଧିନରେ ରହିଗଲା ସ୍ୱାଧିନତା ପୂର୍ବର ପ୍ରଥମ ଦଳଗଞ୍ଜନ ପ୍ରେସ । ଏ ନେଇ ନାନା ଆଶଂକାରେ ପ୍ରକାଶ ପାଇଛ
ବନ୍ଦ ହୋଇଯିବ ୧୧୩ ବର୍ଷର ଐତିହ୍ୟ ଦଳଗଞ୍ଜନ ପ୍ରେସ ? ସୁରକ୍ଷା ପାଇଁ ଐତିହ୍ୟ ସୁରକ୍ଷା କମିଟି ଆନ୍ଦୋଳନ ଚେତବାନୀ


ବନ୍ଦ ହୋଇଯିବ ୧୧୩ ବର୍ଷର ଐତିହ୍ୟ ଦଳଗଞ୍ଜନ ପ୍ରେସ ? ସୁରକ୍ଷା ପାଇଁ ଐତିହ୍ୟ ସୁରକ୍ଷା କମିଟି ଆନ୍ଦୋଳନ ଚେତବାନୀ


ବନ୍ଦ ହୋଇଯିବ ୧୧୩ ବର୍ଷର ଐତିହ୍ୟ ଦଳଗଞ୍ଜନ ପ୍ରେସ ? ସୁରକ୍ଷା ପାଇଁ ଐତିହ୍ୟ ସୁରକ୍ଷା କମିଟି ଆନ୍ଦୋଳନ ଚେତବାନୀ


ବନ୍ଦ ହୋଇଯିବ ୧୧୩ ବର୍ଷର ଐତିହ୍ୟ ଦଳଗଞ୍ଜନ ପ୍ରେସ ? ସୁରକ୍ଷା ପାଇଁ ଐତିହ୍ୟ ସୁରକ୍ଷା କମିଟି ଆନ୍ଦୋଳନ ଚେତବାନୀ


ବଲାଙ୍ଗିର, 17 ଅଗଷ୍ଟ (ହି.ସ.) ବର୍ତ୍ତମାନ ରାଜ୍ୟ ସରକାର ଓଡିଶା ଅସ୍ମିତା ପାଇଁ ଗୁରୁତ୍ୱବହନ କରୁଥିବା ବେଳେ କିନ୍ତୁ ତତ୍‌କାଳିନ ପାଟଣା ଶାସନ ସମୟରେ ଗଢି ଉଠିଥିବା ଓ ପରବର୍ତ୍ତି ସମୟରେ ଓଡିଶା ଶାସନ ଅଧିନରେ ରହିଗଲା ସ୍ୱାଧିନତା ପୂର୍ବର ପ୍ରଥମ ଦଳଗଞ୍ଜନ ପ୍ରେସ । ଏ ନେଇ ନାନା ଆଶଂକାରେ ପ୍ରକାଶ ପାଇଛି ପ୍ରେସ ପ୍ରିଣ୍ଟିଂ ମେସିନ ଗତ ଏକ ବର୍ଷ ତଳେ କବାଡି ହାତରେ ଟେକି ଦେଇଥିବା ବେଳେ ଏବେ ରାଜ୍ୟ ସରକାର ସମ୍ପୁର୍ଣ୍ଣ ବନ୍ଦ କରିଦେବା ପାଇଁ ଏକ ଚିଠି ରାଜ୍ୟ ସରକାର ଗତ ୦୮.୦୮.୨୦୨୫ ଦିନ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ସଚିବ ପତ୍ର ସଂଖ୍ୟା ୩୨୯୯ ରେ ଲେଖାଯାଇଛି ଯେ ଛତ୍ରପୁର, କଳାହାଣ୍ଡି ଓ ବଲାଙ୍ଗିର, ଦେବଗଡ ପ୍ରେସ କୁ ସମ୍ପୁର୍ଣ୍ଣ ବନ୍ଦ କରିଦେବା ପାଇଁ ଚିଠିରେ ଉଲ୍ଲେଖ ଅଛି ଏବଂ କଟକ କୁ ସ୍ଥାନାନ୍ତରିତ କରିବା ପାଇଁ । ଏ ନେଇ ବଲାଙ୍ଗିର ସହରର ବୁଦ୍ଧିଜିବି ମହଳରେ ଅସନ୍ତୋଷ ପ୍ରକାଶ ପାଇଥିବାରୁ ଆଜି ଦେବାଳୟ ଓ ଐତିହ୍ୟ ସୁରକ୍ଷା କମିଟି ଦଳଗଞ୍ଜନ ପ୍ରେସ କୁ ଯାଇ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । ପ୍ରେସର ଇନ୍‌ଚାର୍ଜ ରଶ୍ମି ରଂଜନ ମହାନ୍ତି ଏବଂ ତାଙ୍କ କର୍ମଚାରୀ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଆଜି ଦେବାଳୟ ସୁରକ୍ଷା ଓ ଐତିହ୍ୟ କମିଟି ଆଗାମୀ ୭ ଦିନ ମଧ୍ୟରେ ଗାନ୍ଧୀ ପ୍ରତିମୃର୍ତ୍ତିରେ ନିରବ ପ୍ରତିବାଦ ଓ ଦସ୍ତଖତ ଅଭିଯାନ ଏବଂ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଙ୍କ ସହ ଆଲୋଚନା କରିବେ ଏବଂ ଦାବି ଜଣାଇବେ ବୋଲି ନିଷ୍ପତ୍ତି ନିଆଯାଇଛି । ଏ ନେଇ ଗତ ୧୩ ତାରିଖ ଦିନ ନାଗରିକ କମିଟି ଏକ ଲିଖିତ ଭାବେ ମୁଖ୍ୟ ସଚିବଙ୍କୁ ଦାବି ଜଣାଇଥିଲେ । ଏହି ଆଲୋଚନାରେ ଦେବାଳୟ ସୁରକ୍ଷା କମିଟି ସଭାପତି ଜୟକୃଷ୍ଣ ମିଶ୍ର, ପ୍ରଶାନ୍ତ ମହାକୁର, ବିଏଫ୍ ମଧୁସୁଦନ ନାଏକ, ସନ୍ତୋଷ କୁମାର ନନ୍ଦ, ଆଶିଷ କୁମାର ସମେତ ଅନ୍ୟକର୍ମଚାରୀମାନେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande