ପିଏମ୍‌ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ୭୯ତମ ସ୍ୱାଧିନତା ଦିବସ ପାଳନ
କେନ୍ଦ୍ରାପଡ଼ା, ୧୭ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡା ବାରିମୁଳ ଠାରେ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ୭୯ତମ ସ୍ୱାଧିନତା ଦିବସ ଦେଶପ୍ରେମ ଓ ଉତ୍ସାହର ସହିତ ପାଳନ କରଯାଇଛି । କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଶଶି କୌଶଲ ପତାକା ଉତୋଳନ କରିବା ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ଏହି ଅବସରରେ ସ୍କୁଲ
ପିଏମ୍‌ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ୭୯ତମ ସ୍ୱାଧିନତା ଦିବସ ପାଳନ


କେନ୍ଦ୍ରାପଡ଼ା, ୧୭ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡା ବାରିମୁଳ ଠାରେ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ୭୯ତମ ସ୍ୱାଧିନତା ଦିବସ ଦେଶପ୍ରେମ ଓ ଉତ୍ସାହର ସହିତ ପାଳନ କରଯାଇଛି । କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଶଶି କୌଶଲ ପତାକା ଉତୋଳନ କରିବା ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ଏହି ଅବସରରେ ସ୍କୁଲର ପିଲାମାନଙ୍କ ଦ୍ୱାରା ଦେଶାତ୍ମକ ସଙ୍ଗୀତରେ ଅତି ସୁନ୍ଦରଭାବେ ନୃତ୍ୟ ପଦର୍ଶନ କରାଯାଇଥିବା ବେଳେ ଦେଶପାଇଁ ତ୍ୟାଗ କରିଥିବା ସ୍ୱାଧିନତା ସଂଗ୍ରାମୀମାନଙ୍କ ଉପରେ ବତୃତା ପ୍ରତିଯୋଗୀତା କରାଯାଇଥିଲା। ଏଥିସହିତ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତାକର୍ଶକ ଯୋଗାସନ କରାଯାଇଥିଲା । ସ୍କୁଲର ଅଧ୍ୟକ୍ଷ ପିଲାମାନଙ୍କୁ ସ୍ୱାଧିନତା ସଂଗ୍ରାମୀମାନେ କିପରି ନିଜ ପ୍ରାଣକୁ ଭୟ ନକରି ଓ ଅହିଂସା ମାଧ୍ୟମରେ ଦେଶକୁ ସ୍ୱାଧିନ କରିଥିଲେ ତାହା ବର୍ଣ୍ଣନା କରିଥିଲେ । ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ସମସ୍ତେ ସମାନ । ତେଣୁ ସବୁ ଭାରତୀୟଙ୍କ କକ୍ଷ୍ୟ ଏକ ହେବା ଉଚିତ । ଏକାତାବଦ୍ଧ ହୋଇ ଦେଶର ସର୍ବାଙ୍ଗୀନ ଉନ୍ନତି ପାଇଁ ବଦ୍ଧପରିକର ହେବା ଉିଚିତ ବୋଲି ପିଲାମାନଙ୍କୁ ଉପଦେଶ ଦେଇଥିଲେ । ଶେଷରେ କୃତି ହାସଲ କରିଥିବା ସମସ୍ତ ପିଲାମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇଥିବା ବେଳେ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀମାନେ ସହେଯାଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande