ସମ୍ବଲପୁର, ୧୭ ଅଗଷ୍ଟ(ହି.ସ.) – ଧନୁପାଲି ଶିଶୁ ବିଦ୍ୟାମନ୍ଦିର ଠାରେ ପଶ୍ଚିମ ସମ୍ଭାଗ ସ୍ତରୀୟ ଶିଶୁ ବାଟିକା ପର୍ଯାୟ ପ୍ରମୁଖ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ବିଦ୍ୟାଳୟର ସଭାପତି ଡ଼କ୍ଟ ଦେବେନ୍ଦ୍ର ପଣ୍ଡା, ପଶ୍ଚିମ ସମ୍ଭାଗ ବିଭାଗ ସଂଯୋଜକ ଜ୍ୟୋତିରଞ୍ଜନ ମିଶ୍ର, ବିଦ୍ୟାଳୟ ର ସହ ସମ୍ପାଦକ ଅଭିମନ୍ୟୁ ସାହୁ, ଶିଶୁ ବାଟିକା ସମ୍ଭାଗ ପ୍ରମୁଖ ନରୋତମ ମିଶ୍ର, ଲୋକନାଥ ପ୍ରମୁଖ ସହ ପଶ୍ଚିମ ସମ୍ଭାଗର ଅନ୍ୟାନ୍ୟ କର୍ମକର୍ତା ଉପସ୍ଥିତ ଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବିଭୁ ପ୍ରସାଦ ମହାପାତ୍ର ଅତିଥି ମହୋଦୟଙ୍କ ପରିଚୟ ପ୍ରଦାନ କରିଥିଲେ। ସ୍ଥାନୀୟ ଭଉଣୀମାନଙ୍କ ଦ୍ୱାରା ସମବେତ ସଂଗୀତ ପରିବେଷଣ ହୋଇଥିଲା। ପ୍ରାୟ ଏକ ଶହ ପଚିଶ ଜଣ ଗୁରୁଜୀ ଗୁରୁମା ଏହି କାର୍ଯ୍ୟଶାଳାରେ ଯୋଗଦାନ କରିଛନ୍ତି କ୍ଷ ଏହା ରବିବାର ପର୍ଯ୍ୟନ୍ତ ଚାଲିବ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ