ପ୍ରାଚୀର ଚିତ୍ରକଳା ସୁରକ୍ଷିତ ରଖିବା ପାଇଁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ
ଗଂଜାମ, 17 ଅଗଷ୍ଟ (ହି.ସ.) ବ୍ରହ୍ମପୁର ମହାନଗର ନିଗମ ଏବଂ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ପକ୍ଷରୁ ସହର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜୋରଦାର ଚାଲିଛି। ସହରର ବିଭିନ୍ନ ସରକାରୀ ଏବଂ ନିଗମ ପାଚେରୀରେ ସୁନ୍ଦର ଓ ଆକର୍ଷଣୀୟ ଚିତ୍ରକଳା ତିଆରି କରାଯାଉଛି, ଯେଉଁଥିରେ ସ୍ଥାନୀୟ ସଂସ୍କୃତି, ଐତିହ୍ୟ ଓ ସାମାଜ
ପ୍ରାଚିର ଚିତ୍ରକଳା ସୁରକ୍ଷିତ ରଖିବା ପାଇଁ


ଗଂଜାମ, 17 ଅଗଷ୍ଟ (ହି.ସ.) ବ୍ରହ୍ମପୁର ମହାନଗର ନିଗମ ଏବଂ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ପକ୍ଷରୁ ସହର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜୋରଦାର ଚାଲିଛି। ସହରର ବିଭିନ୍ନ ସରକାରୀ ଏବଂ ନିଗମ ପାଚେରୀରେ ସୁନ୍ଦର ଓ ଆକର୍ଷଣୀୟ ଚିତ୍ରକଳା ତିଆରି କରାଯାଉଛି, ଯେଉଁଥିରେ ସ୍ଥାନୀୟ ସଂସ୍କୃତି, ଐତିହ୍ୟ ଓ ସାମାଜିକ ବାର୍ତ୍ତା ପ୍ରତିଫଳିତ ହେଉଛି। ବ୍ରହ୍ମପୁରକୁ ଅଧିକ ସୁନ୍ଦର, ସ୍ୱଚ୍ଛ ଓ ଆକର୍ଷଣୀୟ କରିବା ଏହାର ଲକ୍ଷ୍ୟ l

ବ୍ରହ୍ମପୁର ସହରର କୌଣସି ସରକାରୀ କିମ୍ବା ନିଗମ ପ୍ରାଚୀରରେ ଜନସାଧାରଣ,ବ୍ୟବସାୟୀ, ସଂସ୍ଥା ଓ ସଂଗଠନମାନେ ପୋଷ୍ଟର, ବିଜ୍ଞାପନ ବା ବିଲ୍ ନ ଲଗାଇବାକୁ ମହାନଗର ନିଗର କମିଶନର ଶ୍ରୀ ପ୍ରଥମେଶ ରାଜେଶିର୍କେ ନିବେଦନ କରିଛନ୍ତି। ଏପରି କାର୍ଯ୍ୟ କେବଳ ଚିତ୍ରକଳାର ସୌନ୍ଦର୍ଯ୍ୟ ନଷ୍ଟ କରେ ନାହିଁ ବରଂ ନିଗମର ସ୍ୱଚ୍ଛତା ନିୟମାବଳୀକୁ ମଧ୍ୟ ଉଲ୍ଲଙ୍ଘନ କରେ ବୋଲି ସେ କହିଛନ୍ତି l

ଏହି ପ୍ରାଚୀର ଚିତ୍ରକଳା, ଆମ ସହରକୁ ସୁନ୍ଦର କରିବା ଓ ନାଗରିକ ଗୌରବ ବୃଦ୍ଧି କରିବାର ଏକ ପ୍ରୟାସ। ସମସ୍ତଙ୍କୁ ଅନୁରୋଧ, ଏହାକୁ ସମ୍ମାନ ଦେବା ସହ ସହଯୋଗ କରନ୍ତୁ। ଏହା ଦ୍ୱାରା ଏକାସାଥିରେ, ଆମେ ବ୍ରହ୍ମପୁରକୁ ସ୍ୱଚ୍ଛତା ଓ ସୌନ୍ଦର୍ଯ୍ୟର ଏକ ଆଦର୍ଶ ସହର କରିପାରିବା, ବୋଲି କମିଶନର କହିଛନ୍ତି।

ଏଥି ସହ ପୋଷ୍ଟର କିମ୍ବା ବିଲ ଲଗାଇ ପ୍ରାଚୀର କଳାକୁ ନଷ୍ଟ ନ କରିବାକୁ ନିଗମ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି l ଖିଲାପକାରୀଙ୍କ ବିରୋଧରେ ସର୍ବସାଧାରଣ ସମ୍ପତ୍ତିକୁ କ୍ଷତିଗ୍ରସ୍ତ କରିବା ସମ୍ପର୍କିତ ନିଗମ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ଗୁରୁତ୍ୱାରୋପ କରିଛନ୍ତି କମିଶନର। ନିଗମର ହେଲ୍ପଲାଇନ ବା ଅଭିଯୋଗ ପୋର୍ଟାଲ ମାଧ୍ୟମରେ ଜନସାଧାରଣ ଖିଲାପକାରୀଙ୍କ ବିରୋଧରେ ଅଭିଯୋଗ କରିପାରିବେ ବୋଲି କମିଶନର ସୂଚନା ଦେଇଛନ୍ତି l

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande